Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ଲୋକଙ୍କ ପାଖକୁ ଯିବ ତୃତୀୟ ମହଲା

Ritu Das
Browse all articles by Ritu Das
·2 years ago·1 min read
ଏଣିକି ଲୋକଙ୍କ ପାଖକୁ ଯିବ ତୃତୀୟ ମହଲା

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବଦଳିଛି ସରକାର। ବଦଳିଛି ଶାସନ ତନ୍ତ୍ରର ଚାଲି,ଚରିତ୍ର ଓ ଚେହେରା। ଶେଷ ହୋଇଛି ଓଡ଼ିଶାରେ ସମାନ୍ତରାଳ ଶାସନର ଯୁଗ। ଲୋକସେବାଭବନର ତୃତୀୟ ମହଲାର ଦୟାରେ ଆଉ ଚାଲିବନି ଶାସନ। ଲୋକଙ୍କ ପାଖକୁ ଯିବ ତୃତୀୟ ମହଲା। ଅର୍ଥାତ ପୁପୁଲ୍ସ ଗଭମେଣ୍ଟ ବା ଲୋକଙ୍କ ସରକାର ହେବ ଲୋକାଭିମୁଖୀ। ମନ୍ତ୍ରୀଙ୍କଠାରୁ ସଚିବ ଯାଏ ଗ୍ରାଉଣ୍ଡକୁ ଯିବ ଲୋକଙ୍କର ବାସ୍ତବ ସମସ୍ୟା ବୁଝିବେ। ସେହି ଆଧାରରେ ସରକାର ନେବେ ନିଷ୍ପତ୍ତି। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏପରି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହିନ ମାଝି। 

2022 ଅକ୍ଟୋବର 7 ତାରିଖର ଏହି ସରକାରୀ ନିର୍ଦ୍ଦେଶନାମାକୁ ଦେଖନ୍ତୁ ବିଜେଡି ସରକାର ବେଳେ ସଚିବ ମାନଙ୍କୁ ଗୋଟିଏ ଗୋଟିଏ ଜିଲ୍ଲାର ଦାୟିତ୍ବ ଦିଆଯିବା ସହ ସେଠାକୁ ଯାଇ ସରକାରୀ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖୋଦ୍ ତତକାଳୀନ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦ୍ଦେଶ ଥିଲା ବୋଲି କୁହାଯାଇଥିଲା କିନ୍ତୁ କୌଣସି ସଚିବ ଏହାକୁ ପାଳନ କଲେନାହିଁ ବୋଲି ହୋଇଥିଲା ଅଭିଯୋଗ। କାରଣ ସେତେବେଳେ ରାଜ୍ୟରେ ଚାଲିଥିଲା ଏକ ସମାନ୍ତରାଳ ସରକାର। କିଛି ଆଇଏଏସ୍ ଓ ଆପିଏସଙ୍କର କୋଟେରୀ ରାଜ୍ୟ ଶାସନକୁ ନିୟନ୍ତ୍ରଣ କରୁଥିଲେ। ସଚିବମାନଙ୍କ ହାତରେ ନଥିଲା ପ୍ରକୃତ କ୍ଷମତା। ତେଣୁ ଗ୍ରାଉଣ୍ଡକୁ ଗଲେ ଅପମାନିତ ହେବ ଆଶଙ୍କା ଥିବାରୁ ସଚିବମାନେ ଏହି ନିର୍ଦ୍ଦେଶକୁ ଆଣଦେଖା କରିଥିବା କୁହାଯାଉଛି। 

ଯାହା ନବୀନଙ୍କ ନିର୍ଦ୍ଦେଶ ସତ୍ତ୍ବେ ସମ୍ଭବ ହୋଇନଥିଲା ତାହା ବିଜେପି ସରକାର ସମ୍ଭବ କରି ଦେଖାଇବ ବୋଲି ଦମ୍ଭ ଭରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ତେଣୁ ଆଶା କରାଯାଉଛି ଏଣିକି ସଚିବମାନେ ରାଜଧାନୀ ଛାଡ଼ି ଗାଁକୁ ଯିବେ ଆଉ ଲୋକଙ୍କ ପ୍ରକୃତ ସମସ୍ୟାକୁ ଅନୁଭବ କରି ସେହି ଆଧାରରେ ନିଷ୍ପତ୍ତି ନେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Now the third | Argus News