Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ନବୀନ ସରକାର

Odisha

ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ନବୀନ ସରକାର

Smruti Parija
Browse all articles by Smruti Parija
·2 years ago·2 min read
ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ନବୀନ ସରକାର

ଅର୍ଗସ ବ୍ୟୁରୋ: ପିଲାଙ୍କୁ ପାଠ ପଢାଇବା ପରିବର୍ତ୍ତେ ମୁର୍ଖ କରିବାରେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର । ସ୍ଥିତି ଏମିତି ହେଲାଣି ଯେ ପରୀକ୍ଷା ଥିବା ପରେ ବି ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି ରାଜ୍ୟ ସରକାର । ଯେଉଁ ସମୟରେ ପିଲା ପାଠ ପଢିବା କଥା ସେ ସମୟରେ ପିଲାଙ୍କୁ ଦୀଳୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି । ଆଉ ଉପସ୍ଥିତ ନ ରହିଲେ ମାର୍କ କାଟିଦେବେ ବୋଲି ଧମକ ଦିଆଯାଉଛି । କୁହାଯାଉଛି, ନୂଆ 'ଓ' କାର୍ଯ୍ୟକ୍ରମ ହେବ ... ପାଣ୍ଡିଆନ ଉପସ୍ଥିତ ରହିବେ । ସବୁ ଛାତ୍ରଛାତ୍ରୀ ଉପସ୍ଥିତ ରହିବାକୁ ବାଧ୍ୟ । ଖୋଦ ଅଧ୍ୟକ୍ଷ କହୁଛନ୍ତି, ଉପରୁ ଏନେଇ ପ୍ରେସନ ହେଉଛି ।

ନିର୍ବାଚନ ପୂର୍ବରୁ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କଲେ ସରକାର । ନୂଆ- ଓ କାର୍ଯ୍ୟକ୍ରମକୁ ଯିବା ପାଇଁ ପିଲାମାନଙ୍କର ଇଚ୍ଛା ନାହିଁ ହେଲେ ଅପସନ ବି କିଛି ନାହିଁ । ଯେତେବେଳେ କଲେଜ କର୍ତ୍ତୃପକ୍ଷ ଫତୁଆ ଜାରି କରୁଛନ୍ତି ଆଉ କହୁଛନ୍ତି, ପୋଗ୍ରାମ ଆଟେଣ୍ଡ କରିବାକୁ ସେଇଠି କିଏ ବା କଣ କରିପାରିବ ? ଖାଲି ଏତିକି ନୁହେଁ ବରଂ ଅନୀଲ ଆହୁରି କହିଛନ୍ତି, ସରକାର ପ୍ରଥମେ କହିଲେ ରିଲ୍ କରି ସୋସିଆଲ ମିଡ଼ିଆ ବ୍ୟବହାର କର । ପୁଣି କହିଲେ ପାଠ ପଢ଼, ସୋସିଆଲ ମିଡ଼ିଆ ବ୍ୟବହାର କରନାହିଁ । ପ୍ରକୃତରେ ସରକାର କଣ କହିବା ପାଇଁ ଚାହୁଁଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ।

ନୂଆ - ଓ କାହିଁକି ହୋଇଛି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ପିଲା ଉପସ୍ଥିତ ନରହିଲେ ପରୀକ୍ଷାରେ ମାର୍କ କାଟି ଦେବେ ବୋଲି ଧମକ କାହିଁକି ? ଯଦି ମାର୍କ କଟା ଯିବ ତାହେଲେ କଣ ପରିସ୍ଥିତି ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଚିନ୍ତା କରିଛନ୍ତି କି ? କେବଳ ପିଲାଙ୍କ ଭୋଟ ପାଇଁ ନୂଆ - ଓ କାର୍ଯ୍ୟକ୍ରମ କରୁଛି ବିଜେଡ଼ି ସରକାର । ଯୁବକ ମାନଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର ବୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored