Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuakhai Festival 2025: ସମ୍ବଲପୁରରେ ନୂଆଁଖାଇ ପାଳିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ମନ୍ଦିରରେ କରିବେ ପ୍ରସାଦ ସେବନ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Nuakhai Festival 2025: ସମ୍ବଲପୁରରେ ନୂଆଁଖାଇ ପାଳିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ମନ୍ଦିରରେ କରିବେ ପ୍ରସାଦ ସେବନ

Key Points

ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ସମ୍ବଲପୁରରେ ନୂଆଁଖାଇ ପାଳିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଭେଟଘାଟରେ ହେବେ ସାମିଲ । 

ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା । ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି ।


ଗଣପର୍ବ ‘ନୂଆଁଖାଇ-୨୦୨୫’ର ଶୁଭେଚ୍ଛା ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷର ଉନ୍ନତି, ଖାଦ୍ୟ ସୁରକ୍ଷା ଏବଂ ଗୁରୁଜନଙ୍କୁ ସମ୍ମାନ ଦେବାର ବିଶେଷ ପର୍ବ ‘ନୂଆଁଖାଇ’ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଜି ନୂଆଁଖାଇ ଉପଲକ୍ଷେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡାରେ ଚିତ୍ରୋଟ୍ଟପାଲା ଯୁବକ ସଂଘ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ପୃଥକ ନୂଆଁଖାଇ ଭେଟଘାଟ -୨୦୨୫ରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ସମ୍ବଲପୁରରେ ସକାଳ ୯ଟା ୩୩ରୁ ୯ଟା ୫୫ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ ।


Sponsored
Union Minister Dharmendra Pradhan Extends Nuakhai 2025 Greetings, to Celebrate in Sambalpur | Argus News