Videos
|
Odisha

Nuakhai 2026 / ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ; ମା' ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ; ମା' ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ
Nuakhai Muhurat 2026

Key Points

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ
ଆସନ୍ତା ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ
ମଙ୍ଗଳବାର ସକାଳ ୯ଟା ୪୦ ରୁ ୯ ଟା ୫୪ ମଧ୍ୟରେ ଶୁଭ ଲଗ୍ନ
ଶୁଭ ଲଗ୍ନରେ ମା' ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ନିର୍ଦ୍ଧାରିତ ହେଲା ଲଗ୍ନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।

ଏହି ସମୟ ଭିତରେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ । ପରେ ପରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବିଦ୍ଵାନ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଫ୍ଲାଏଓଭର୍‌ ଉପରେ ଅଘଟଣ; ୱାଲ୍‌ରେ ପିଟି ହୋଇ ତଳକୁ ଖସିବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ 

ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରଧାନ ଏବଂ ଗଣପର୍ବ । ଏହା ବିଶେଷ ଭାବରେ ନୂତନ ଶସ୍ୟ ବା ଅନ୍ନକୁ ସ୍ୱାଗତ କରିବା ପାଇଁ ପାଳନ କରାଯାଇଥାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ଏହି ପର୍ବ ଅନୁଷ୍ଠିତ ହୋଇଥାଏ ।


ନବାନ୍ନ ଲାଗି

ଜମିରୁ ଅମଳ ହୋଇଥିବା ପ୍ରଥମ ଧାନରୁ ପ୍ରସ୍ତୁତ 'ନବାନ୍ନ' (ଖିରି ବା ଭୋଗ) ପ୍ରଥମେ ନିଜ ନିଜ ଅଞ୍ଚଳର ଇଷ୍ଟଦେବୀ (ଯେପରିକି ସମ୍ବଲପୁରରେ ମା' ସମଲେଶ୍ୱରୀ, ବଲାଙ୍ଗିରରେ ମା' ପାଟଣେଶ୍ୱରୀ)ଙ୍କୁ ଅର୍ପଣ କରାଯାଏ । ମା'ଙ୍କ ପାଖରେ ଭୋଗ ଲାଗି ହେବା ପରେ, ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରନ୍ତି ।

ନୂଆଁଖାଇ ଜୁହାର

ପ୍ରସାଦ ସେବନ ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି ଏବଂ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାନ୍ତି । ଏହା ପୁରୁଣା ମନୋମାଳିନ୍ୟକୁ ଭୁଲି ସମ୍ପର୍କକୁ ମଧୁର କରିଥାଏ । ଏହି ଦିନ ପଶ୍ଚିମ ଓଡ଼ିଶାର ପାରମ୍ପରିକ ନୃତ୍ୟ ଯେପରିକି ଡାଲଖାଇ, ରସରକେଲି ଏବଂ ସଜନୀ ଆଦିର ଆୟୋଜନ କରାଯାଏ ।

ଏଥିସହ ପଢ଼ନ୍ତୁ: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ, ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ 

ନୂଆଁଖାଇ ପର୍ବର ଇତିହାସ ବହୁ ପୁରୁଣା ଏବଂ ଏହା ବୈଦିକ କାଳରୁ ଆରମ୍ଭ କରି ଚୌହାନ ବଂଶର ଶାସନ କାଳ ପର୍ଯ୍ୟନ୍ତ ଲମ୍ବିଛି । ଏହି ପର୍ବ ମୁଖ୍ୟତଃ ପ୍ରକୃତି, ମାଟି ଏବଂ କୃଷି ସହିତ ମଣିଷର ନିବିଡ଼ ସମ୍ପର୍କକୁ ଦର୍ଶାଇଥାଏ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: