Accident / ଫ୍ଲାଏଓଭର୍ ଉପରେ ଅଘଟଣ; ୱାଲ୍ରେ ପିଟି ହୋଇ ତଳକୁ ଖସିବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ
·1 hour ago·2 min read

Key Points
ବାଇକ୍ ଆରୋହୀ ଜଣଙ୍କ ହିରୋ ହୋଣ୍ଡା ଗାଡ଼ିରେ ହଂଶପାଳ ପଟୁ ବାଣୀବିହାର ଆଡ଼କୁ ଯାଉଥିଲେ । ରସୁଲଗଡ଼ ଫ୍ଲାଏଓଭର୍ ସରିବାର କିଛି ବାଟ ପୂର୍ବରୁ ବାଇକ୍ ବ୍ରିଜ୍ର ୱାଲ୍ରେ ପିଟି ହେବା ସହ ଆରୋହୀ ବ୍ରିଜ ତଳକୁ ଖସି ପଡ଼ିଛନ୍ତି ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ବ୍ୟସ୍ତବହୁଳ ରସୁଲଗଡ଼ ଫ୍ଲାଏଓଭର୍ ଉପରେ ଅଘଟଣ । ବ୍ରିଜ୍ର ସେଫ୍ଟି ୱାଲ୍ରେ ପିଟି ହୋଇ ବାଇକ୍ ଆରୋହୀ ଜଣଙ୍କ ତଳକୁ ଖସି ପଡ଼ିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପିସିଆର୍ ଭ୍ୟାନ୍ରେ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା ପୋଲିସ ।
କ୍ୟାପିଟାଲ୍ ହସ୍ପିଟାଲ୍ରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର OR 07 L 1024 ଅନୁସାରେ, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଅନୁମାନ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଗଛରେ ପିଟିହେଲା ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଯାଉଥିବା ବସ୍
ବାଇକ୍ ଆରୋହୀ ଜଣଙ୍କ ହିରୋ ହୋଣ୍ଡା ଗାଡ଼ିରେ ହଂଶପାଳ ପଟୁ ବାଣୀବିହାର ଆଡ଼କୁ ଯାଉଥିଲେ । ରସୁଲଗଡ଼ ଫ୍ଲାଏଓଭର୍ ସରିବାର କିଛି ବାଟ ପୂର୍ବରୁ ବାଇକ୍ ବ୍ରିଜ୍ର ୱାଲ୍ରେ ପିଟି ହୋଇଥିଲା । ଫଳରେ ବାଇକ୍ ଆରୋହୀ ଜଣଙ୍କ ବ୍ରିଜ୍ ଉପରୁ ପ୍ରାୟ ୨୬ ଫୁଟ୍ ତଳକୁ ଖସି ପଡ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣା ପରେ ଫ୍ଲାଏଓଭର୍ ତଳେ ଜାମ୍ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ମଞ୍ଚେଶ୍ବର ଓ ସହିଦନଗର ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଛି । ବାଇକ୍ ଆରୋହୀ ଜଣଙ୍କ କିଭଳି ଓ କେଉଁ ସ୍ଥିତିରେ ତଳକୁ ଖସିପଡ଼ିଲେ ତାର ଛାନଭିନ୍ କରୁଛି ପୋଲିସ ।
ଫ୍ଲାଏଓଭର୍ ଉପରେ ବାଇକ୍ ସହ ଆରୋହୀଙ୍କ ଚପଲ ପଡ଼ିଛି । ବାଇକ୍ରେ ସେଓ ସହ ହେଲମେଟ୍ ଝୁଲୁଛି । ଅର୍ଥାତ୍ ବାଇକ୍ ଆରୋହୀ ଜଣଙ୍କ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିଲେ । ଏବେ ପୋଲିସ ବାଇକ୍ ଆରୋହୀଙ୍କ ପରିଚୟ ପାଇବାକୁ ପ୍ରୟାସ କରୁଛି ।
ଏଥିସହ ପଢ଼ନ୍ତୁ: NHରେ ଜଗିଥିଲା ଯମ! ପାର୍କିଂ ଟ୍ରକକୁ ପିଟିଲା କାର୍, ଚାଲିଗଲା ୮ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
ଖଣ୍ଡଗିରିରେ ଯାଇଥିଲା ୨ ଜୀବନ
ରସୁଲଗଡ଼ ଫ୍ଲାଏଓଭରରେ ଏହି ଦୁର୍ଘଟଣା ଖଣ୍ଡଗିରି ଫ୍ଲାଏଓଭର ଦୁର୍ଘଟଣାକୁ ମନେ ପକାଇ ଦେଇଛି । ଜୁଲାଇ ୧୫ ତାରିଖ ରାତିରେ ଖଣ୍ଡଗିରି ଫ୍ଲାଏଓଭର ଉପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେତେବେଳେ କେନ୍ଦ୍ରାପଡ଼ାର ରଶ୍ମିରଞ୍ଜନ ଦାସ ଏବଂ ବାଲେଶ୍ଵରର ବିଶ୍ଵରଞ୍ଜନ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଅନୁସାରେ, ରଶ୍ମିଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି ।

ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଥିଲେ, "ଦୁଇ ଜଣ ରାତିରେ ବାଇକ୍ ଧରି ରେସିଂ କରୁଥିଲେ । ସେହି ସମୟରେ ନିୟନ୍ତ୍ରଣ ହରାଇ ଗୋଟିଏ ବାଇକ୍ ସହ ଅନ୍ୟ ବାଇକ୍ଟି ପିଟି ହେବାରୁ ଦୁର୍ଘଟଣା ଘଟିଥିଲା ।"
Related Topics
Explore more stories