Nuapada By Election / ସରକାରଙ୍କ ଘୋଷଣା ପରେ ଛାନିଆ ବିଜେଡି ଓ କଂଗ୍ରେସ !

Key Points
ଆଦିବାସୀ ଭୋଟ ବ୍ୟାଙ୍କ ଆଶାରେ ଘାସିରାମ ମାଝୀଙ୍କୁ ଟିକେଟ ଦେଲା କଂଗ୍ରେସ
ପଦଯାତ୍ରା କରି କାଲି ଠୁ କ୍ୟାମ୍ପେନ ଆରମ୍ଭ କରିବ ବିଜେଡି
ଅନୁକମ୍ପା କାର୍ଡ ଖେଳି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିପାରେ ଦଳ
ନୂଆପଡ଼ା ଉପନିର୍ବାଚନ ଉପରେ ଏବେ ସବୁ ଦଳର ଫୋକସ୍ । ଆଦିବାସୀ ଭୋଟ ଆଶାରେ ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଥିବା ବେଳେ କାଲିଠୁ ପଦଯାତ୍ରା କରି କ୍ୟାମ୍ପେନ କରିବ ବିଜେଡି । ଅନ୍ୟପକ୍ଷରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଦୁଇ ଦିନ ତଳେ ନୂଆପଡ଼ାରେ ବିଜେପି ସରକାରର ବଡ଼ ଘୋଷଣା ପରେ ବିରୋଧୀ ବିଜେଡି ଓ କଂଗ୍ରେସକୁ ଏବେଠୁ ଘାରିଲାଣି ହାରିବା ଭୟ ।
ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !
ତାରିଖ ଘୋଷଣା ପରେ ପ୍ରଥମ ଦଳ ଭାବେ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବ ଥର ଦଳ ଟିକେଟ ନଦେବାରୁ ସ୍ଵାଧୀନ ଛିଡ଼ା ହୋଇଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଦେଇଛି ଟିକେଟ । ୨୪ ନିର୍ବାଚନରେ ନିଜ ଦମ୍ ଦେଖାଇ ୫୦ ହଜାରରୁ ଉର୍ଦ୍ଧ୍ଵ ଭୋଟ ସହ ଦ୍ଵିତୀୟ ସ୍ଥାନରେ ରହିଥିଲେ ଘାସିରାମ । ଆଉ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡ଼ା ଟିକେଟ ଦେବା ଯେ ଦଳର ଭୁଲ ନିଷ୍ପତି ଥିଲା ତାହା ପ୍ରମାଣିତ କରି ଦେଇଥିଲେ । ତେବେ ଏଥର ତାଙ୍କ ଉପରେ ଭରସା କରିଥିବାରୁ ଦଳକୁ ଧନ୍ୟବାଦ ଦେବା ସହ ବିଜୟ ଲାଗି ବେଶ ଆଶାବାଦୀ ଅଛନ୍ତି ଘାସିରାମ ।
ସେପଟେ ଶାସନ ଗାଦି ଗଲା ପରେ ପ୍ରଥମ ଥର ଉପନିର୍ବାଚନ ସାମ୍ନା କରୁଥିବା ବିଜେଡିକୁ ଗଡ ବଞ୍ଚାଇବା ଚିନ୍ତା ଘାରିଛି । ତେଣୁ ପ୍ରାର୍ଥୀ ଘୋଷଣା କରିନଥିଲେ ବି କାଲିଠୁ ପଦଯାତ୍ରା ମାଧ୍ୟମରେ କ୍ୟାମ୍ପେନ ଆରମ୍ଭ କରିବ ବୋଲି ସଜବାଜ ହେଲାଣି ଦଳ । ଆଉ ଏହାରି ଭିତରେ ପୂର୍ବତନ ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଢୋଲକିଆ ପରିବାରରୁ ଜଣଙ୍କୁ ଟିକେଟ ମିଳୁ ବୋଲି ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ଅଛି । ଅନ୍ୟପଟେ ବିଜେପି ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳର ରାଜ୍ୟ ପ୍ରଭାରୀ ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...
ନୂଆପଡାରେ କିଏ ମାରିବ ବାଜି ? ଗୋଟିଏପଟେ ଅନୁକମ୍ପା କାର୍ଡ ଅନ୍ୟପଟେ ଆଦିବାସୀ ଭୋଟ ବ୍ୟାଙ୍କ ପାଇଁ ରଣନୀତି । ସରକାରୀ ଦଳ ପାଖରେ ବିକାଶର ପ୍ରତିଶ୍ରୁତି । ଭରସା, ପ୍ରତିଶ୍ରୁତି ଓ ପୁଳା ପୁଳା ପ୍ରଶ୍ନ ଭିତିରେ ବିଜେଡି -ବିଜେପି ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ।
Related Topics
Explore more stories