Nuapada By Election / ଆସନ୍ତାକାଲି ନୂଆପଡ଼ା ଭୋଟ୍, ପ୍ରଚାର ଥମିବା ପରେ ନୂଆପଡ଼ା ଛାଡିଲେ ନେତା ଓ ବିଧାୟକ
·10 months ago·2 min read

Key Points
ଆସନ୍ତାକାଲି ନୂଆପଡା ଭୋଟ
ନୂଆପଡା ଛାଡିଲେ ନେତା, ବିଧାୟକ
ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
ନୂଆପଡା ଛାଡିଲେ ନେତା, ବିଧାୟକ
ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
ପ୍ରସ୍ତୁତି ଚୂଡ଼ାନ୍ତ, ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବ । ନିଜର ନେତା ବାଛିବେ ନୂଆପଡ଼ାବାସୀ । ଏଥିପାଇଁ ରବିବାର ସଂଧ୍ୟାରୁ ପ୍ରଚାର ଉପରେ ରୋକ୍ ଲାଗିଛି । ନୂଆପଡ଼ାରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାର ଶେଷ କରିଛନ୍ତି । ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ହେବ ଟକ୍କର । ପ୍ରଚାର ପାଇଁ ନୂଆପଡ଼ାରେ ଡେରା ପକାଇଥିବା ନେତା, ମନ୍ତ୍ରୀ, ବିଧାୟକ ନୂଆପଡ଼ା ଛାଡ଼ିଛନ୍ତି ।
ସେପଟେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନୂଆପଡ଼ାରେ ପହଞ୍ଚିଛି ଭାରତୀୟ ବାୟୁସେନାର ବିମାନ । ସୁନାବେଡା ଅଞ୍ଚଳର ମାଓ ପ୍ରଭାବିତ ବୁଥ୍ ପାଇଁ ନିୟୋଜିତ ପୋଲିଂ ପାର୍ଟିର ପରିବହନ ପାଇଁ ଭାରତୀୟ ବାୟୁସେନାର ବିମାନ ବ୍ୟବହାର କରାଯିବ ।
ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଅପରାହ୍ନ ୪ଟାରୁ ସାଇଲେଣ୍ଟ ଅବଧି ଲାଗୁ ହୋଇଛି । ତେବେ ଏହି ସମୟ ମଧ୍ୟରେ କେବଳ ଏକାକୀ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ପ୍ରଚାର ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା, ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ
ସେହିପରି ଅନ୍ୟ ଜିଲ୍ଲାରୁ ଯେଉଁ ନେତା ଓ କର୍ମୀମାନେ ନୂଆପଡ଼ା ଆସିଥିଲେ ସେମାନେ ଜିଲ୍ଲା ଛାଡ଼ି ସାରିଛନ୍ତି । ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳାରେ ହେବ । ତେବେ ନୂଆପଡ଼ାରେ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି । ସୁରକ୍ଷା ପାଇଁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସମସ୍ତ ବୁଥ୍ରେ ମୁତୟନ ହୋଇଛନ୍ତି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି । କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।
ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
ସେପଟେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନୂଆପଡ଼ାରେ ପହଞ୍ଚିଛି ଭାରତୀୟ ବାୟୁସେନାର ବିମାନ । ସୁନାବେଡା ଅଞ୍ଚଳର ମାଓ ପ୍ରଭାବିତ ବୁଥ୍ ପାଇଁ ନିୟୋଜିତ ପୋଲିଂ ପାର୍ଟିର ପରିବହନ ପାଇଁ ଭାରତୀୟ ବାୟୁସେନାର ବିମାନ ବ୍ୟବହାର କରାଯିବ ।
ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଅପରାହ୍ନ ୪ଟାରୁ ସାଇଲେଣ୍ଟ ଅବଧି ଲାଗୁ ହୋଇଛି । ତେବେ ଏହି ସମୟ ମଧ୍ୟରେ କେବଳ ଏକାକୀ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ପ୍ରଚାର ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା, ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ
ସେହିପରି ଅନ୍ୟ ଜିଲ୍ଲାରୁ ଯେଉଁ ନେତା ଓ କର୍ମୀମାନେ ନୂଆପଡ଼ା ଆସିଥିଲେ ସେମାନେ ଜିଲ୍ଲା ଛାଡ଼ି ସାରିଛନ୍ତି । ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳାରେ ହେବ । ତେବେ ନୂଆପଡ଼ାରେ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି । ସୁରକ୍ଷା ପାଇଁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସମସ୍ତ ବୁଥ୍ରେ ମୁତୟନ ହୋଇଛନ୍ତି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି । କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।
ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜନପ୍ରତିନିଧିତ୍ୱ ଆଇନ୍ ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।
Related Topics
Explore more stories