Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ଶାନ୍ତି ଶୃଙ୍ଖଳାରେ ନୂଆପଡ଼ାରେ ଚାଲିଛି ମତଦାନ; ନିୟମ ଉଲ୍ଲଂଘନ ପାଇଁ ୩୬ ନମ୍ବର ବୁଥ୍ ପ୍ରୋସିଡିଂ ଅଫିସର୍ ନିଲମ୍ବିତ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଶାନ୍ତି ଶୃଙ୍ଖଳାରେ ନୂଆପଡ଼ାରେ ଚାଲିଛି ମତଦାନ; ନିୟମ ଉଲ୍ଲଂଘନ ପାଇଁ ୩୬ ନମ୍ବର ବୁଥ୍ ପ୍ରୋସିଡିଂ ଅଫିସର୍ ନିଲମ୍ବିତ

Key Points

ନୂଆପଡ଼ାରେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଛି । ସକାଳ ସାଢ଼େ ୫ଟାରୁ ମକ୍ ପୋଲ ପରେ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।
ଭୁବନେଶ୍ଵର: ଭୋଟ ଦେଉଛି ନୂଆପଡ଼ା । ଉପନିର୍ବାଚନରେ ୩୫୮ଟ ବୁଥ୍‌ରେ ମତଦାନ ଚାଲିଛି । ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଛି । ସକାଳ ସାଢ଼େ ୫ଟାରୁ ମକ୍ ପୋଲ ପରେ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏ ସ୍ ଗୋପାଳନଙ୍କ ଅନୁସାରେ, ମକ ପୋଲ ସମୟରେ ତ୍ରୁଟି ଦେଖା ଦେଇଥିବା ୩ଟି ବାଲଟ ୟୁନିଟ୍, ୩ଟି ଇଭିଏମ୍ ୟୁନିଟକୁ ପରିବର୍ତ୍ତନ କରାଯାଇଛି । ଭୋଟ ବେଳେ ବୁଥ ନଂ ୭୬ ରେ ଗୋଟିଏ ଇଭିଏମରେ ତ୍ରୁଟି ଦେଖା ଦେଇଥିଲା ତାକୁ ପରିବର୍ତ୍ତନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ

ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି । ସିସିଟିଭି ଭିଜୁଆଲ ଆଧାରରେ ବୁଥ୍ ନଂ ୩୬ କୁଳିଆବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରୋସିଡିଂ ଅଫିସର ଧନଞ୍ଜୟ ମଲିକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିୟମ ଉଲଂଘନ କରିଥିବା ସିସିଟିଭିରେ ନଜର ଆସିଥିଲା, ଯାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏ ସ୍ ଗୋପାଳନ ।

ଖରିଆର ରୋଡର ମଙ୍ଗୋରାପଲ୍ଲୀର ବୁଥ୍ ନମ୍ବର ୭୬ରେ ରିପୋର୍ଟ ହୋଇଥିବା EVM-ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।

ନୂଆପଡ଼ା ଉପନିର୍ବାଚନରେ ୩୫୮ ବୁଥ୍‌ରୁ ୬ଟି ପିଙ୍କ୍ ବା ସଖୀ ବୁଥ୍ କରାଯାଇଛି । ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୧୦୧ଟି ସମ୍ବେଦନଶିଳ ବୁଥ୍‌ ରହିଛି । ସେଥିରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନ୍ ଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି ।

ଏଥିସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା

ଉପନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ଉଦ୍ଦେଶ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସର ୧୪ଟି କମ୍ପାନୀ ମୁତୟନ ହୋଇଛନ୍ତି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୫୧ ଜଣ ସବଇନ୍ସପେକ୍ଟର, ସହକାରି ସବ୍ ଇନ୍ସପେକ୍ଟର, ୧୦୩ ଜଣ ହାବିଲଦାର, ୬୩୬ ଜଣ କନେଷ୍ଟବଳ, ୨୮୭ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Peaceful Voting Underway in Nuapada By-Election; Booth Officer Suspended for Rule Violation | Argus News | Argus News