Videos
|
Odisha

Nuapada Bypoll / ଜୟ ଢୋଲକିଆ ବିଜେପିରେ ମିଶିବା ପରେ କନଫ୍ୟୁଜନ୍‌ରେ ବିଜେଡି

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଜୟ ଢୋଲକିଆ ବିଜେପିରେ ମିଶିବା ପରେ କନଫ୍ୟୁଜନ୍‌ରେ ବିଜେଡି

Key Points

ପୂର୍ବରୁ ଯେଉଁ ଗେମ୍ କରୁଥିଲା ବିଜେଡି ଏବେ ସେହି ଭଳି ଗେମରେ ଫସିଯାଇଛି ଦଳ । ୨୪ ବର୍ଷର ଶାସନରେ ଥିବା ଦଳ ଆଗରେ ଏବେ ପ୍ରାର୍ଥୀ ସଂକଟ । ନୂଆପଡ଼ା ଯାଇ ରିପୋର୍ଟ ଦେବାକୁ ଦଳର ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭୁବନେଶ୍ଵର/ନୂଆପଡ଼ା: ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ପୂର୍ବରୁ ଯେଉଁ ଗେମ୍ କରୁଥିଲା ବିଜେଡି ଏବେ ସେହି ଭଳି ଗେମରେ ଫସିଯାଇଛି ଦଳ । ୨୪ ବର୍ଷର ଶାସନରେ ଥିବା ଦଳ ଆଗରେ ଏବେ ପ୍ରାର୍ଥୀ ସଂକଟ । ନୂଆପଡ଼ା ଯାଇ ରିପୋର୍ଟ ଦେବାକୁ ଦଳର ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

କିଏ ହେବ ନୂଆପଡ଼ାରେ ବିଜେଡି ଚେହେରା ? କାହାକୁ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ଦଳ ? ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେଡିରେ ମିଶିବା ପରେ ଯେପରି ବିଗିଡ଼ି ଯାଇଛି ବିଜେଡିର ସବୁ ଗଣିତ ।


ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ BJDକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଜୟ ଢୋଲକିଆ


ଚର୍ଚ୍ଚା ହେଉଛି ନୂଆପଡ଼ାର ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଓ ପୂର୍ବତନ ମନ୍ତ୍ରୀ ଘାସୀରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀଙ୍କ ଭିତରୁ ପ୍ରାର୍ଥୀ କରିପାରେ ଦଳ । ସେପଟେ ବରିଷ୍ଠ ନେତାଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ନୂଆପଡ଼ା ଗସ୍ତକରି ୧୪ ତାରିଖ ସୁଦ୍ଧା ରିପେୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଜୟ ଢ଼ୋଲକିଆ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାଶ ସୁନିଶ୍ଚିତ ହୋଇଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ନିର୍ବାଚନରେ ବିଜେପି କିପରି ଲଢ଼ିବ ସେଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ଆଜି ବସିଥିଲା ବିଜେପି କୋର୍ କମିଟି ବୈଠକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରଣନୀତି ପ୍ରସ୍ତୁତ ହୋଇଛି । ତେବେ ପ୍ରାର୍ଥୀ ଘୋଷଣା ସହ କଂଗ୍ରେସ ପ୍ରଚାରରେ ଆଗୁଆ ରହିଥିବା ବେଳେ ୧୯ରେ ପ୍ରାର୍ଥିପତ୍ର ଦାଖଲ କରିବେ ଘାସୀରାମ ।


ନିର୍ବାଚନ ପୂର୍ବରୁ ଦଳ ବଦଳ


ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କରି ଟିକେଟ ନେବା କିଛି ନୂଆ କଥା ନୁହେଁ । ୨୦୧୮ ବିଜେପୁର ଉପ ନିର୍ବାଚନ ବେଳେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିରେ ମିଶାଇ ପ୍ରାର୍ଥୀ କରିଥିଲେ ନବୀନ ।


୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଆନନ୍ଦପୁର ଓ କାକଟପୁର ଆସନରୁ ବିଜେପି ଟିକେଟ ପାଇ ସାରିଥିବା ଭାଗିରଥୀ ସେଠୀ ଓ ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା ବିଜେଡି ।


ଏଥିସହ ପଢ଼ନ୍ତୁ: ବିହାରରେ NDA ଆସନ ବୁଝାମଣା; ୧୦୧ ଲେଖାଏଁ ଆସନରେ ଲଢ଼ିବେ BJP, JDU


ଏବେ ଜୟ, ରାଜେନ୍ଦ୍ରଙ୍କ ରକ୍ତ ନୁହେଁ ବେୋଲି ବିଜେଡି ଦେଇଥିବା ପ୍ରତିକ୍ରିୟାକୁ ଭଣ୍ଡ ସନ୍ୟାସୀଙ୍କ ଦେହରେ କାହା ରକ୍ତ ବେୋହୁଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଏବେ ବିଜେଡି ନୂଆପଡ଼ା ଡଙ୍ଗାରେ କାହାକୁ ବସାଇ ନିର୍ବାଚନ ବୈତରଣୀ ପାର୍ ହେଉଛି ତାହା ଦେଖିବାକୁ ଅପେକ୍ଷା ।

Related Topics

Explore more stories

Nuapada Bypoll | BJD Faces Jolt as Jay Dholakia Joins BJP Ahead of Nuapada Bypoll | Argus News | Argus News