|
logo
Live
Argus News App
GET APP

Argus News - ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ

Odisha

Nuapada By Election / ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ

Key Points

୨୪ ରାଉଣ୍ଡ ଭୋଟ୍ ଗଣତି ସରିଥିବା ବେଳେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସର ଘାସିରାମ ମାଝୀ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ପାଇଥିବା ମୋଟ୍ ଭୋଟ୍ ଠାରୁ ଜୟଙ୍କ ଭୋଟ୍ ବ୍ୟବଧାନ ଅଧିକ ରହିଛି ।
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ଲାଗୁଛି । ୨୪ ରାଉଣ୍ଡ ଭୋଟ୍ ଗଣତି ସରିଥିବା ବେଳେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସର ଘାସିରାମ ମାଝୀ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ପାଇଥିବା ମୋଟ୍ ଭୋଟ୍ ଠାରୁ ଜୟଙ୍କ ଭୋଟ୍ ବ୍ୟବଧାନ ଅଧିକ ରହିଛି ।

କଂଗ୍ରେସର ଘାସିରାମ ୨୪ ରାଉଣ୍ଡ ସୁଦ୍ଧା ୩୭ ହଜାର ୬୨୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀଙ୍କୁ ମିଳିଛି ୩୬ ହଜାର ୨୩ ଖଣ୍ଡ ଭୋଟ୍ । ଉଭୟ ଘାସିରାମ ଓ ସ୍ନେହାଙ୍ଗିନୀ ପାଇଥିବା ଭୋଟ୍ ମିଶାଇଲେ ୭୩ ହଜାର ୬୪୮ ଖଣ୍ଡ ଭୋଟ୍ ହେଉଛି । ଯେତେବେଳେ କି ବିଜେପିର ଜୟ ଢୋଲକିଆ ୭୮ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ରେକର୍ଡ ବିଜୟ ମୁହାଁ ବିଜେପି; ନୂଆପଡ଼ା ନିର୍ବାଚନ ଇତିହାସରେ ନୂଆ ଗାଥା ଲେଖିବେ ଜୟ ଢୋଲକିଆ

୨୪ ରାଉଣ୍ଡ ସୁଦ୍ଧା ବିଜେପିର ଜୟ ଢୋଲକିଆଙ୍କୁ ୧ ଲକ୍ଷ ୧୬ ହଜାର ୧୫୯ ଖଣ୍ଡ ଭୋଟ୍ ମିଳିଛି । ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୮ ହଜାର ୫୩୪ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି । ଜୟଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଘାସିରାମ ମାଝୀ ୨୪ ରାଉଣ୍ଡ ସୁଦ୍ଧା ୩୭ ହଜାର ୬୨୫ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଥିବା ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୬ ହଜାର ୨୩ ଖଣ୍ଡ ଭୋଟ୍ ।

ସକାଳ ୮ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ପରେ ସାଢ଼େ ୮ଟାରେ ଖୋଲିଥିଲା ଇଭିଏମ୍ । ପ୍ରଥମ ରାଉଣ୍ଡ ଗଣତିରୁ ହିଁ ଆଗୁଆ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ୮୩.୪୫ ପ୍ରତିଶତ ମତଦାନ ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍‌

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।

ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election: ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ | Argus News