Nuapada By Election / ନୂଆପଡ଼ା ଉପ ନିର୍ବାଚନରେ ନୂଆ ରେକର୍ଡ, ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଲେ ମହିଳା
·8 months ago·2 min read

Key Points
ନୂଆପଡ଼ାରେ ନୂଆ ରେକର୍ଡ
ରେକର୍ଡ ଭାଙ୍ଗିଲା ନୂଆପଡ଼ା ଉପ ନିର୍ବାଚନ ଭୋଟିଂ
ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଲେ ମହିଳା.

ନୂଆପଡ଼ା ଉପ -ନିର୍ବାଚନ ଭୋଟିଂରେ ସୃଷ୍ଟି କରିଛି ନୂଆ ରେକର୍ଡ । ୮୩.୪୫ ପ୍ରତିଶତ ମତଦାନ ସହ ଏହି ସର୍ବକାଳୀନ ରେକର୍ଡ ତିଆରି ହୋଇଛି । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି । ବଡ଼ ପ୍ରଶ୍ନ ହେଲା କାହା ସପକ୍ଷରେ ଯିବ ମହିଳା ଭୋଟ । ଉଭୟ ବିଜେପି ଓ ବିଜେଡିର ଦାବି ମହିଳା ଭୋଟ ଆମ ସପକ୍ଷରେ ଯିବ । ଅନ୍ୟପଟେ ଭୋଟ ସରିବା ପରେ ବି ଥମିନି ଇଭିଏମ ଟ୍ୟାମ୍ପରିଂ ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ।
ନୂଆପଡ଼ା ଉପ -ନିର୍ବାଚନ ସୃଷ୍ଟି କରିଛି ନୂଆ ରେକର୍ଡ । ମତ ସାବ୍ୟସ୍ତ କରିବାରେ ସବୁ ରେକର୍ଡ ଭାଙ୍ଗିଛନ୍ତି ନୂଆପଡ଼ାବାସୀ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା । ତଥ୍ୟ ଅନୁଯାୟୀ ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।
ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନୂଆପଡ଼ା ଜିଲାପାଳ ।
ସେପଟେ ଭୋଟ ସରିବା ପରେ ବି ଥମିନି ଇଭିଏମ ଟ୍ୟାମ୍ପରିଂ ରାଜନୀତି, ଇଭିଏମ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ନିର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ପରେ ବି ବିଜେଡି ଫଳାଫଳ ପୂର୍ବରୁ ଇଭିଏମ ଟ୍ୟାମ୍ପରିଂ କଥା ପୁଣି ଥରେ ନିର୍ବାଚନ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଛି । ଅଭିଯୋଗର ଜବାବରେ ବିଜେପି କହିଛି ଏହା ହେଉଛି ପରାଜୟ ଜାଣିବା ପରେ ହତାଶା ଭାବର ପରିଚୟ ।
ବିଜେଡି ପଞ୍ଚମ ଥର ସରକାରକୁ ଆସିବାର କିଛି ମାସ ମଧ୍ୟରେ ୨୦୧୯ ଅକ୍ଟୋବର ମାସରେ ହୋଇଥିବା ବିଜେପୁର ଉପ ନିର୍ବାଚନରେ ୭୯.୧୭ ପ୍ରତିଶତ ଭୋଟିଂ ହୋଇଥିଲା । ସେହିପରି ରାଜ୍ୟ ରାଜନୀତିର ମୋଡ଼ ବଦଳାଇଥିବା ୨୦୨୨ ନଭେମ୍ବରରେ ହୋଇଥିବା ଧାମନଗର ଉପ ନିର୍ବାଚନରେ ୬୬.୬୩ ପ୍ରତିଶତ ଭୋଟିଂ ହୋଇଥିଲା । କିନ୍ତୁ ସାଧାରଣ ନିର୍ବାଚନର ଦେଢ଼ ବର୍ଷ ପରେ ଆଉ ପଞ୍ଚାୟତ ଓ ପୌର ନିର୍ବାଚନର ଦେଢ଼ ବର୍ଷ ପୂର୍ବରୁ ହୋଇଥିବା ଏହି ନୂଆପଡ଼ା ଉପ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ତେବେ ମହିଳାଙ୍କ ଅଧିକ ମତଦାନ କାହା ସପକ୍ଷରେ ଯାଉଛି ଆଉ ନୂଆପଡା ହାରଜିତର ଗଣିତ ରାଜ୍ୟ ରାଜନୀତିକୁ କେମିତି ପ୍ରଭାବିତ କରୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

ଅଧିକ ପଢ଼ନ୍ତୁ: EVMରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ, ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି ସଶସ୍ତ୍ର ବାହିନୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories