Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada Bypoll: ଅକ୍ଟୋବର ୯ରେ ଆସିବ ଚୂଡ଼ାନ୍ତ ଭୋଟର ତାଲିକା

Sushanta Sahoo
Browse all articles by Sushanta Sahoo
·10 months ago·2 min read
Nuapada Bypoll: ଅକ୍ଟୋବର ୯ରେ ଆସିବ ଚୂଡ଼ାନ୍ତ ଭୋଟର ତାଲିକା

Key Points

ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ଆରମ୍ଭ ହୋଇଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି ।

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଉପନିର୍ବାଚନ ପୂର୍ବରୁ ଓଡ଼ିଶାର ୭୧ ନମ୍ବର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ଆରମ୍ଭ ହୋଇଛି । ଉପ-ନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ୍-୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯାଉଛି ।

ଏନେଇ ସେପ୍ଟେମ୍ବର ୯ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶନ ପାଇଛି । ମତଦାତା ସେପ୍ଟେମ୍ବର ୨୯ ତାରିଖ ମଧ୍ୟରେ ଦାବି ଏବଂ ଆପତ୍ତି ଦାଖଲ କରି ପାରିବେ । ଆସିଥିବା ଦାବି ଏବଂ ଆପତ୍ତିର ସମାଧାନ ଅକ୍ଟୋବର ୧୦ ତାରିଖ ମଧ୍ୟରେ କରାଯାଇ ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୯ ତାରିଖରେ ପ୍ରକାଶନ କରାଯିବ । ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।


ଏଥିସହ ପଢ଼ନ୍ତୁ: Rajendra Dholakia: ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଚାଲିଗଲେ ନୂଆପଡ଼ା MLA, ୪ ଥର ହୋଇଥିଲେ ବିଧାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଫଳରେ ନୂଆପଡ଼଼ା ବିଧାନସଭା ଆସନରେ ମୋଟ ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ, ଏହି ପୁନଃବ୍ୟବସ୍ଥୀକରଣ ପ୍ରକ୍ରିୟାରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି ।

ପୁନଃବ୍ୟବସ୍ଥାପନ ପରେ ଏବେ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସେଥିରୁ ସହରାଞ୍ଚଳରେ ୩୬ଟି ଏବଂ ଗ୍ରାମାଞ୍ଚଳରେ ୩୨୨ଟି ଅଛି । ୨୦୨୫ ସେପ୍ଟେମ୍ବର ୧୫ ଅନୁଯାୟୀ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତଦାତା ଅଛନ୍ତି । ସେଥିରୁ ୧ ଲକ୍ଷ ୨୨ ହଜାର ୧୦୩ ଜଣ ପୁରୁଷ, ୧ ଲକ୍ଷ ୨୬ ହଜାର ୧୩୨ ଜଣ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ, ୨ ହଜାର ୭ ଜଣ ବରିଷ୍ଠ ନାଗରିକ, ୬ ହଜାର ୩ ଜଣ ଯୁବ ଭୋଟର୍ ରହିଛନ୍ତି । ୪ ହଜାର ଭିନ୍ନକ୍ଷମ ମତଦାତା ଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ନେଇ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବୈଠକ କରିଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Sponsored
Nuapada Bypoll: 358 Polling Booths, 2.48 Lakh Voters | Argus News | Argus News