Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha News / ନୂଆପଡାରେ ହୀରା ଖଣି, ଦୂର ହେବତ ଦାଦନ ସମସ୍ୟା?

Bikash Mohanty
Browse all articles by Bikash Mohanty
·3 months ago·2 min read
ନୂଆପଡାରେ ହୀରା ଖଣି, ଦୂର ହେବତ ଦାଦନ ସମସ୍ୟା?
Diamond

Key Points

ନୂଆପଡାରେ ଅଛି ହୀରା ଖଣି
ନୂଆପଡାରେ ଦେଖା ଦେଇଛି ଉତ୍ସାହ
ଦୁୂରହେବ ଦାଦନ ସମ୍ୟା 
ନୂଆପଡାରେ ଅଛି ହୀରା ଖଣି ଏହି ସୁଚନା ମିଳିବାପରେ ନୂଆପଡାରେ ଦେଖା ଦେଇଛି ଉତ୍ସାହ, ନୂଆପଡା ସଦର ବ୍ଲକ ମୋଟା ନୂଆପଡା ପଂଚାୟତର କଳମିଦାଦର ଗାଁ ରେ ହୀରା ଖଣି ଥିବା ଖବର ପାଇଲା ପରେ ନୂଆପଡା ଜିଲ୍ଲାରେ ଖୁସି ର ଲହରୀ ଖେଳି ଯାଇଛି। ଶିଳ୍ପ ବିହୀନ ନୂଆପଡା ଜିଲ୍ଲାରେ ହୀରା ଖଣି ସନ୍ଧାନ ପରେ ଲୋକେ ସ୍ୱାବଲମ୍ବୀ ହେବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ନୂଆପଡା ଜିଲ୍ଲାରେ ଅନେକ ପ୍ରକୃତିକ ସମ୍ପଦ ରହିଛି। ଆହୁରି ବି ମୂଲ୍ୟବାନ ଖଣିଜ ସମ୍ପଦ ମିଳିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବରରେ ମାଣିକର ସନ୍ଧାନ ମିଳିଛି। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ମୋତି ଖଣିର ସନ୍ଧାନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ଦେବଗଡ଼ର ରିଆମାଳ ବ୍ଲକ୍‌ରେ ତମ୍ବା ପଥର, ଗ୍ରାଫାଇଟ୍‌ ଓ ନିକେଲ୍‌ ଠାବ କରାଯାଇଛି। ସେହିପରି ଅଡସ-ରାମପଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍‌ର ମଦନସାହି-କାଞ୍ଜିଆରେ ସୁନା ଓ ତମ୍ବା ଥିବା ପଥର ଠାବ କରାଯାଇଛି। କେନ୍ଦୁଝରର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋପୁର-ଜଳଡ଼ିହରେ ସୁନା ଖଣିର ସନ୍ଧାନ ମିଳିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ପୂର୍ବ ସୂଚନା ଅନୁସାରେ ରାଜ୍ୟ ମାଟି ତଳେ ୧୫୮୬ କେଜି ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି। ଏହି ସମ୍ପଦର ଅନୁସନ୍ଧାନ ଓ ବାଣିଜ୍ୟିକ ବ୍ୟବହାର ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। ସୁନା ଖଣି ନିଲାମ କରିବା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଛନ୍ତି।

ରାଜ୍ୟରେ ଗ୍ରାଫାଇଟ, ତମ୍ବା, ନିକେଲ, ରୁପା, ଟାଇଟାନିୟମ, ଭାନାଡିୟମ ଓ ଟିନ୍‌ ଭଳି ବିରଳ ମୃତିକା ଖଣିଜ ପଦାର୍ଥ ମଧ୍ୟ ଠାବ କରାଯାଇଛି। ଏହି ଖଣିଜ ପଦାର୍ଥରୁ ପ୍ରସ୍ତୁତ ଉପାଦାନଗୁଡ଼ିକୁ ଇଲେକ୍ଟ୍ରିକ ଯାନ (ଇଭି), ସୋଲାର ପ୍ରକଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଅତ୍ୟାଧୁନିକ ବିନିର୍ମାଣରେ ବ୍ୟବହାର କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାରେ ଗ୍ରାଫାଇଟ୍‌ ଠାବ କରାଯାଇଛି। ଅଧିକାଂଶ ସ୍ଥାନରେ ଜି୨ ଓ ଜି୩ ସ୍ତରର ଅନସନ୍ଧାନ ଜାରି ରହିଛି।
  
ପୂର୍ବରୁ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୁନା ଠାବ କରାଯାଇଥିବା ତଥ୍ୟ ଦେଇଥିଲେ । ଦେବଗଡ଼ର ଅଡ଼ଶ -ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟରେ ସୁନା ଥିବା ଜଣାପଡ଼ିଛି । ଆଉ ମୟୂରଭଞ୍ଜ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ଅନ୍ଵେଷଣ ଜାରି ରହିଛି । ଖୁବ୍‌ଶୀଘ୍ର ସୁନା ଖଣି ନିଲାମ କରିବାକୁ ମଧ୍ୟ ରାଜ୍ୟ ସରକାର ଚାହୁଛନ୍ତି । ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇଛି । ଦେବଗଡ଼ରେ ଥିବା ସୁନା ଖଣିକୁ ନିଲାମ କରିବା ଲାଗି ଓଡ଼ିଶା ଖଣି ନିଗମ ଓ ଜିଏସ୍‌ଇ ମିଳିତ ଭାବେ ଉଦ୍ୟମ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ମାଟି ତଳେ ବିରାଟ ହୀରା ଭଣ୍ଡାର; ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diamond mine | Nuapada Diamond Mine Discovery Brings Joy | Latest News | Argus News