|
logo
Live
Argus News App
GET APP

Argus News - ଓଡ଼ିଶା ମାଟି ତଳେ ବିରାଟ ହୀରା ଭଣ୍ଡାର; ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ

Odisha

Odisha News / ଓଡ଼ିଶା ମାଟି ତଳେ ବିରାଟ ହୀରା ଭଣ୍ଡାର; ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·1 min read
ଓଡ଼ିଶା ମାଟି ତଳେ ବିରାଟ ହୀରା ଭଣ୍ଡାର; ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ
Diamond Mines

Key Points

ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର
ଆଜି ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ
ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର । ନୂଆପଡାରେ ହୀରା ଖଣିର ସନ୍ଧାନ ମିଳିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ । ନୂଆପଡ଼ା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ଏନେଇ ଗୃହରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି, ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।

ଅଧିକ ଖବର ପଢନ୍ତୁ... ମାଲେମାଲ୍ ହେବ ମୟୂରଭଞ୍ଜ; ମାଟି ତଳେ ଥିବା ସୁନା, ତମ୍ବା ତଥ୍ୟ ଦେଲେ ସରକାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha News: ଓଡ଼ିଶା ମାଟି ତଳେ ବିରାଟ ହୀରା ଭଣ୍ଡାର; ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ | Argus News