Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ

Odisha

ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ

Jitendra Dash
Browse all articles by Jitendra Dash
·2 years ago·2 min read
ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ

ଅର୍ଗସ ବ୍ୟୁରୋ : ମଣିଷ ହାଟରେ ନିଲାମ ହେଉଛି ଓଡ଼ିଆ । ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଦାଦନ ଗଡ଼ରେ । ଯେଉଁଠି ଲୋକଙ୍କ ସ୍ବପ୍ନ ବନ୍ଧାପଡେ, ନିଲାମ ହୁଏ ମଣିଷର ପରିଶ୍ରମ । ଭିଟାମାଟିକୁ ପର କରି ଆପଣାଇ ନିଏ ଏକ ଅନ୍ଧାରି ଦୁନିଆକୁ । ପେଟ ଓ ପରିବାରକୁ ଚାହିଁ ଆଖିର ଲୁହକୁ ଓଠରେ ପିଇ ଟଙ୍କା ରୋଜଗାର କରେ, ପରିବାର ପୋଷେ । କାରଣ ଏ ହେଉଛି ଦାଦନ । ହେଲେ ଯେବେ ଭୋଟ ଆସେ, ସବୁଠୁ ଆଗରେ ମନେ ପଡନ୍ତି ଏମାନେ । କାରଣ କମ ଟଙ୍କାରେ ଏମାନଙ୍କ ସହ ମୂଲଚାଲ କରନ୍ତି ସରକାର । ଭୋଟ୍‌ ତ ନିଅନ୍ତି, ହେଲେ ପରେ ଭୁଲିଯାଆନ୍ତି । 

ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ । ହେଲେ ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକ ମାନଙ୍କ ପ୍ରତି ସତେ ଯେମିତି କାହାର ନିଘା ନାହିଁ । ଦାଦନ ପ୍ରବଣ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ପେଟ ପାଟଣା ପାଇଁ ଲୋକେ ରାଜ୍ୟ ବାହାରକୁ ଯାଇଛନ୍ତି । 

ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଲୁକୁପାଲି ଗାଁର ଏ ହେଉଛନ୍ତି ବଳରାମ ରାଉତ ।  କାମ ଅନ୍ୱେଷଣରେ ନିଜ ସ୍ତ୍ରୀ ରୂପକାନ୍ତିଙ୍କ ସହ ଯାଇଛନ୍ତି ବାହାର ରାଜ୍ୟ । ଏପଟେ ଘର ଯଗିଛନ୍ତି ପୁଅଝିଅ । ଚଳିତ ସାଧାରଣ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେନି ବଳରାମ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଏ ତ ଗୋଟିଏ ଜିଲ୍ଲାର କଥା ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଗୁଡିକରୁ  ହଜାର ହଜାର ଭୋଟର ଏବେ ବାହାର ରାଜ୍ୟର ଇଟାଭାଟିରେ କାମ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଲୁକାପଡା ଗାଁର ନିରାକାର ମାଝୀ ଓ ତାଙ୍କ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି । ସେହିପରି ସଦାନନ୍ଦ ମାଝୀ ନିଜ ସ୍ତ୍ରୀ, ୪ ପୁଅ ଝିଅଙ୍କୁ ନେଇ ଆନ୍ଧ୍ରପ୍ରଦେଶରେ ।

ଦେବ ମାଝୀ ଓ ତାଙ୍କ ସ୍ତ୍ରୀ ପରିବାର ବର୍ଗଙ୍କୁ ନେଇ ତାମିଲନାଡୁର ଏକ ଇଟାଭାଟିରେ କାମ କରୁଥିବା କହିଛନ୍ତି ଗ୍ରାମବାସୀ । କେବଳ ଏହି ଗୋଟିଏ ଗାଁରୁ ପ୍ରାୟ ୩୦ ରୁ ୪୦ ପରିବାର ଯାଇଛନ୍ତି ଦାଦନ । ସବୁ ଘରେ ଏବେ ତାଲା ଝୁଲୁଛି। ବରଗଡ଼, ସୋନପୁର ଜିଲ୍ଲାରେ ମଧ୍ୟ ସମାନ କାହାଣୀ ।୨୪ ବର୍ଷର ସରକାର ରାଜ୍ୟର ପ୍ରମୁଖ ସମସ୍ୟା ଦୂର କରିବାରେ ଫେଲ । ଅନ୍ତତଃ ଭୋଟ ବେଳେ ଦାଦନ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବେ କି ରାଜ୍ୟ ସରକାର ? 
 

Sponsored
nuapada migrant issues | Argus News