Newlywed Couple Found Dead / ବିବାହର ୨ ବର୍ଷ ପରେ ଘର ଭିତରୁ ଉଦ୍ଧାର ହେଲା ନବଦମ୍ପତିଙ୍କ ମୃତଦେହ
·1 hour ago·2 min read

Key Points
ପ୍ରେମ ବିବାହ ଏବଂ ଶେଷରେ ଆତ୍ମହ*ତ୍ୟା
୨ ବର୍ଷ ପରେ ଉଭୟଙ୍କର ଭଲ ପାଇବାରେ ଏମିତି କଣ ହେଲା ଯେ,
ଦୁହେଁ ନିଜ ଜୀବନ ନେବାକୁ ବି ପଛେଇଲେନି

ପ୍ରେମ ବିବାହ ଏବଂ ଶେଷରେ ଆତ୍ମହ*ତ୍ୟା। ସବୁ ଠିକ ଚାଲିଥିଲା। ବାହାହେବାପରେ କିଛି ଦିନ ବହୁ ଖୁସିରେ ଥିଲେ। କିନ୍ତୁ ୨ ବର୍ଷ ପରେ ଉଭୟଙ୍କର ଭଲ ପାଇବାରେ ଏମିତି କଣ ହେଲା ଯେ, ଦୁହେଁ ନିଜ ଜୀବନ ନେବାକୁ ବି ପଛେଇଲେନି। ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଛକରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ଉଭୟ ଦମ୍ପତିଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସଂକୀର୍ତ୍ତନ ଗହୀର ଏବଂ ତାଙ୍କ ସ୍ତ୍ରୀ ସୁଭଦ୍ରା ଗହୀର। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ସଂକୀର୍ତ୍ତନଙ୍କ ମୃତଦେହ ପଲଙ୍କ ଉପରେ ପଡ଼ିଥିବା ବେଳେ, ତାଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ମୃତଦେହ ବେକରେ କପଡ଼ା ଲଗାଯାଇ ଝୁଲନ୍ତା ଅବସ୍ଥାରେ ରହିଥିଲା।
ଏହାସହ ପଢ଼ନ୍ତୁ: ଗାଁରେ ଉତ୍ତେଜନା: ଜଗୁଆଳିଙ୍କୁ ସଂଘବଦ୍ଧ ଭାବେ ହ*ତ୍ୟା, ପୋଲିସର ତଦନ୍ତ ଜାରି
ଉଭୟଙ୍କ ମଧ୍ୟରେ ବହୁତ ଭଲପାଇବା ଥିଲା ବୋଲି ପଡ଼ୋଶୀ କହିଛନ୍ତି। କିନ୍ତୁ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ବୋଲି ପୋଲିସ ଅନୁମାନ କରୁଛି। ଯାହାର କରୁଣ ପରିଣତି ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ କେଉଁ କାରଣରୁ ଦୁହେଁ ଏଭଳି ନିଷ୍ପତ୍ତି ନେଲେ ତାହା ଏଯାଏ ପୋଲିସ ସ୍ପଷ୍ଟ କରିନି।
ମୃତକଙ୍କ ଭାଇ ଜିତେନ୍ଦ୍ର ହେରେନାଙ୍କ କହିବା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ସବୁ ଠିକ ଥିଲା କିନ୍ତୁ ସକାଳୁ ମୋତେ ଫୋନ ଆସିଲା ଯେ, ଶୀଘ୍ର ଖମତରାଇ ଗାଁରେ ପହଞ୍ଚିବାକୁ। ମୁଁ ଆସିବାପରେ ଜାଣିଲି ଯେ, ଘର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସଂକୀର୍ତ୍ତନ ମୋର ଭାଇ ଲାଗିବ। କିନ୍ତୁ ଏଭଳି ନିଷ୍ପତ୍ତି କାହିଁକି ନେଲେ ମୁଁ ଏ ବିଷୟରେ କିଛି ଜାଣିନି। ପୋଲିସ ତଦନ୍ତ କରିବାପରେ ମୃତ୍ୟୁର କାରଣ ଜଣାଇବ ବୋଲି କହିଛି। ଆମର ପୋଲିସ ଉପରେ ବିଶ୍ବାସ ରହିଛି।
ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ ଯେ, ମୃତକ ଦମ୍ପତିଙ୍କ ବିବାହକୁ ମାତ୍ର ୨ ବର୍ଷ ହୋଇଥିଲା। ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ଏବଂ ସକାଳେ ଲୋକେ ଏହା ଜାଣିପାରିଥିଲେ ବୋଲି ଅନୁମାନ କରାଯାଉଛି। ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ ଜଣାପଡ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories