Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଜଣା ଡିଭାଇସ୍ ଦେଖି ଲୋକେ ଛାନିଆ, ଲେଖା ହୋଇଛି ମେଡ୍ ଇନ୍ କୋରିଆ

Smruti Parija
Browse all articles by Smruti Parija
·2 years ago·1 min read
ଅଜଣା ଡିଭାଇସ୍ ଦେଖି ଲୋକେ ଛାନିଆ, ଲେଖା ହୋଇଛି ମେଡ୍ ଇନ୍ କୋରିଆ

ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ନାଏକପଡା ଠାରେ ଆକାଶରୁ ଏକ ଅଜଣା ଡ଼ିଭାଇସ ପଡ଼ିଥିବା ଜଣାପଡ଼ିଛି । ତେବେ ଡ଼ିଭାଇସ ପଡିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା । ରାତିରେ ବମ୍ ସ୍କୁଆଡ଼ ଟିମ୍ ପହଂଚି ଘଟଣାସ୍ଥଳରୁ ଡ଼ିଭାଇସ ଉଦ୍ଧାର କରିବା ସହ ତାକୁ ଡିଫ୍ୟୁଜ୍ କରିଛି । 

ଖବର ପାଇ କୋମନା ଓ ତରବୋଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଭୟଭିତ ନହେବା ପାଇଁ କହିବା ସହ ସୁରକ୍ଷିତ ସେଠାରୁ ଡ଼ିଭାଇସକୁ ଉଦ୍ଧାର କରି ନୂଆପଡା ଶିଳଦା ସ୍ଥିତ ରିଜର୍ଭ ଅଫିସରେ ରଖାଯାଇଛି । ନୂଆପଡାରେ ଏହି ଡିଭାଇସ୍ କେଉଁଠୁ ଆସିଲା ତାହା ବିଷୟରେ କିଛି ଜଣା ପଡିନଥିବାବେଳେ ପାଣିପାଗ ରିସର୍ଚ୍ଚ ଡ଼ିଭାଇସ ହୋଇଥିବା ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖାଯିବା ସହ ଜଳୁଥିବା ନାଲି ବତୀ ଓ ଏକ ଷ୍ଟାର୍ଟ ସ୍ୱିଚ୍ ମଧ୍ୟ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nuapada-people-in-fear-after-seeing-unknown-device- | Argus News