Nuapada By Election / ନୂଆପଡ଼ାର ବୁଣାକାରଙ୍କୁ ୨୪ ବର୍ଷର ଧୋକା; ବେଉସା ସହ ରୋଜଗାର ବୁଡ଼ାଇଥିଲା ଲୋୟର ଇନ୍ଦ୍ର ପ୍ରକଳ୍ପ
·4 months ago·2 min read

Key Points
ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁଁ ଅନେକ ବୁଣାକାର ପରିବାର ନିଜ ବେଉସା ହରାଇଲେ, ରୋଜଗାର ବି ହରାଇଲେ । ଏନେଇ ସେତେବେଳର ନବୀନ ସରକାରରେ ବୟନ ଶିଳ୍ପ ମନ୍ତ୍ରୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପାଖରେ ହାରି ଗୁହାରି କରିଥିଲେ ବୁଣାକାର ।
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଖୋଲିଛି ବିଜେଡିର ପୋଲ୍ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସୁପ୍ରିମୋଙ୍କଠୁ ନେଇ ନେତାଏ ପୁଳା ପୁଳା ପ୍ରତିଶ୍ରୁତିର ପୁଟୁଳି ବାଣ୍ଟି ବୁଲୁଥିବା ବେଳେ ଅସଲ ଚେହେରା ଏବେ ପଦାରେ ପଡ଼ିଛି । ନବୀନ ସରକାରରେ ନିଜ ଜୀବିକା ହରାଇ ସର୍ବହରା ହୋଇଥିଲେ ନୂଆପଡ଼ାର ବୁଣାକାର ।
ସେତବେଳେର ବୟନଶିଳ୍ପ ମନ୍ତ୍ରୀ ଥିଲେ ସ୍ନେହାଙ୍ଗିନୀ ଛୁରିଆ । ଆଉ ଏବେ ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ବି ବୁଣାକାରଙ୍କ କଥାକୁ କାନ ଦେଇ ନଥିଲେ । ଯାହାର ଚଳିତ ଉପନିର୍ବାଚନରେ ଉଚିତ ଜବାବ ଦେବାକୁ ମନସ୍ଥ କରିଛନ୍ତି ଏହି ବୁଣାକାର ପରିବାର ।
ଏଥିସହ ପଢ଼ନ୍ତୁ: ରାତି ପାହିଲେ ବିହାର ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ଆସନରେ ଭୋଟ୍
ନବୀନ ସରକାରରେ ରୋଜଗାର ହରାଇଥିଲେ ନୂଆପଡ଼ାର ଶହ ଶହ ବୁଣାକାର । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁଁ ଅନେକ ବୁଣାକାର ପରିବାର ନିଜ ବେଉସା ହରାଇଲେ, ରୋଜଗାର ବି ହରାଇଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ଅନେକ ବୁଣାକାର ୟୁନିଟରେ ତାଲା ଝୁଲିଥିଲା ।
ଏନେଇ ସେତେବେଳର ନବୀନ ସରକାରରେ ବୟନ ଶିଳ୍ପ ମନ୍ତ୍ରୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପାଖରେ ହାରି ଗୁହାରି କରିଥିଲେ ବୁଣାକାର । କିନ୍ତୁ ବୁଣାକାରଙ୍କ କଥାକୁ ସ୍ନେହାଙ୍ଗିୀ ଅଣଶୁଣା କରି ଦେଇଥିବାର ଅଭିଯୋଗ ହୋଇଥିଲା । ଆଉ ଆଜି ଯେତେବେଳେ ସୁଯୋଗ ମିଳିଛି ଏହାର ବି ଜବାବ ଦେବାକୁ ଅନେଇ ବସିଛନ୍ତି ନୂଆପଡ଼ାର ବୁଣାକାର ସମାଜ ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଜିଲ୍ଲାର ସନବାହାଲି, ଜାମପଡ଼ା, ମାଲପଡ଼ା, ବିଲେନଜୋର, ମଲିକମୁଡ଼ା ଓ ଚେରେଚୁଆଁରେ ବସବାସ କରନ୍ତି ପାଖାପାଖି ୫ ଶହ ବୁଣାକାର ପରିବାର । ସେତବେଳର କ୍ଷମତାଧାରୀଙ୍କ ଅବହେଳାର ଶିକାର ପାଲଟି ଥିବା ଏ ସମାଜ ସେମାନଙ୍କୁ ଚଳିତ ଉପନିର୍ବାଚନରେ ଉଚିତ ଜବାବ ଦେବୁ ବୋଲି କହିଛନ୍ତି ।
ସେପଟେ ଉପନିର୍ବାଚନରେ ସ୍ଥାନ ପାଇଛି ବୁଣାକାରଙ୍କ ସମସ୍ୟା । କୌଳିକ ବୃତ୍ତି ହରାଇ ସଂକଟରେ ବୁଣାକାର ଓ ସୁତାକଟାଳି ପରିବାର । ବୁଣାକାରଙ୍କ ସମସ୍ୟାକୁ ନେଇ ଏବେ ତୀବ୍ର ହୋଇଛି ନୂଆପଡ଼ା ରାଜନୀତି । ନୂଆପଡ଼ା ଉପନିର୍ବାଚନରେ ବୁଣାକାର ସମାଜର ପ୍ରମୁଖ ଭାଗ ରହିଥିବା ବେଳେ ଆଗାମୀ ଦିନରେ ଏ ଭୋଟ୍ କାହା ଭାଗକୁ ଯାଉଛି ତା ଉପରେ ତିନି ଦଳର ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories