Nuapada Election / ନୂଆପଡା ଦେଖିବ ହାଇଭୋଲଟେଜ ପ୍ରଚାର, ମଇଦାନକୁ ଓହ୍ଲାଇବେ ଦୁଇ ମୁଖ୍ୟମନ୍ତ୍ରୀ
·10 months ago·2 min read

Key Points
ଆଜି କୋମନାରେ ମୁଖ୍ୟମନ୍ତ୍ରୀଙ୍କ ରାଲି। ସେଠାରେ ପ୍ରସ୍ତୁତି ସହ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ବିଜେପି ଯୁବମୋର୍ଚ୍ଚାର ଟିମ। କୋମନାରେ ଗତକାଲି ନିଜେ ଜୟ ଢୋଲକିଆ ଘର ଘର ବୁଲି ପ୍ରଚାର କିରିଥିବା ବେଳେ ଆଜି ଶକ୍ତିପଦର୍ଶନ କରିବ ବିଜେପି।
ଆଜି ନୂଆପଡା ଦେଖିବ ହାଇଭୋଲଟେଜ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇବେ ଦୁଇ ମୁଖ୍ୟମନ୍ତ୍ରୀ। ଜୟ ଢୋଲକିଆଙ୍କ ପାଇଁ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି କୋମନାରେ ମୁଖ୍ୟମନ୍ତ୍ରୀଙ୍କ ରାଲି। ସେଠାରେ ପ୍ରସ୍ତୁତି ସହ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ବିଜେପି ଯୁବମୋର୍ଚ୍ଚାର ଟିମ। କୋମନାରେ ଗତକାଲି ନିଜେ ଜୟ ଢୋଲକିଆ ଘର ଘର ବୁଲି ପ୍ରଚାର କିରିଥିବା ବେଳେ ଆଜି ଶକ୍ତିପଦର୍ଶନ କରିବ ବିଜେପି।
ଗୋଡଫୁଲା ପଞ୍ଚାୟତରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ବାଇକ ରାଲି କରି ଘାସିରାମଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେପଟେ ଖରିଆର ରୋଡରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆ ଗତକାଲି କରିଥିଲେ ପ୍ରଚାର। ଆଗକୁ ହେବ ହାଇଭୋଲଟେଜ ପ୍ରଚାର.. ପ୍ରଚାର ମଇଦାନରେ 3 ମୁଖ୍ୟମନ୍ତ୍ରୀ ସହ ଅଖିଳେଶ ଯାଦବ ବି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିପାରନ୍ତି ପ୍ରଚାର। ୭ରେ ଘାସିରାମଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।
ଅଧିକ ପଢନ୍ତୁ : ନୂଆପଡ଼ାର ବୁଣାକାରଙ୍କୁ ୨୪ ବର୍ଷର ଧୋକା; ବେଉସା ସହ ରୋଜଗାର ବୁଡ଼ାଇଥିଲା ଲୋୟର ଇନ୍ଦ୍ର ପ୍ରକଳ୍ପ
ପ୍ରଚାର ଭିତରେ ଜୋର ଧରିଛି ଆରୋପ- ପ୍ରତ୍ୟାରୋପ ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ନିଶାନା କରୁଛନ୍ତି ତିନି ପ୍ରମୁଖ ଦଳ । କଂଗ୍ରେସ ତରଫରୁ ବୁଧବାର ସୁରେଶ କୁମାର ରାଉତରାୟ ସମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିଲେ । ବିଜେଡି ନେତ୍ରୀ ଟୁକୁନି ସାହୁ ଜୟଙ୍କୁ କୁପୁତ୍ର ବୋଲି ଆକ୍ଷେପ କରିବା ପରେ ଏହା କଡ଼ା ଜବାବ ଦେଇଥିଲେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ତେବେ ଜମୁଛି ପ୍ରଚାର କମ୍ପୁଛି ନୂଆପଡା ବିଧାନସଭା । ଆଉ ଦିନ କେଇଟା ପରେ ପଡିବ ମତଦାନ। ନୂଆପଡାବାସୀ ବାଛିବେ ନୂଆଁ ନେତା।
ସେପଟେ ନୂଆପଡ଼ା ଉପନିର୍ବାଚନ ଖୋଲିଛି ବିଜେଡିର ପୋଲ୍ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସୁପ୍ରିମୋଙ୍କଠୁ ନେଇ ନେତାଏ ପୁଳା ପୁଳା ପ୍ରତିଶ୍ରୁତିର ପୁଟୁଳି ବାଣ୍ଟି ବୁଲୁଥିବା ବେଳେ ଅସଲ ଚେହେରା ଏବେ ପଦାରେ ପଡ଼ିଛି । ନବୀନ ସରକାରରେ ନିଜ ଜୀବିକା ହରାଇ ସର୍ବହରା ହୋଇଥିଲେ ନୂଆପଡ଼ାର ବୁଣାକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେତବେଳେର ବୟନଶିଳ୍ପ ମନ୍ତ୍ରୀ ଥିଲେ ସ୍ନେହାଙ୍ଗିନୀ ଛୁରିଆ । ଆଉ ଏବେ ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ବି ବୁଣାକାରଙ୍କ କଥାକୁ କାନ ଦେଇ ନଥିଲେ । ଯାହାର ଚଳିତ ଉପନିର୍ବାଚନରେ ଉଚିତ ଜବାବ ଦେବାକୁ ମନସ୍ଥ କରିଛନ୍ତି ଏହି ବୁଣାକାର ପରିବାର । ନବୀନ ସରକାରରେ ରୋଜଗାର ହରାଇଥିଲେ ନୂଆପଡ଼ାର ଶହ ଶହ ବୁଣାକାର । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁଁ ଅନେକ ବୁଣାକାର ପରିବାର ନିଜ ବେଉସା ହରାଇଲେ, ରୋଜଗାର ବି ହରାଇଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ଅନେକ ବୁଣାକାର ୟୁନିଟରେ ତାଲା ଝୁଲିଥିଲା ।
ସେପଟେ ଉପନିର୍ବାଚନରେ ସ୍ଥାନ ପାଇଛି ବୁଣାକାରଙ୍କ ସମସ୍ୟା । କୌଳିକ ବୃତ୍ତି ହରାଇ ସଂକଟରେ ବୁଣାକାର ଓ ସୁତାକଟାଳି ପରିବାର ।
ବୁଣାକାରଙ୍କ ସମସ୍ୟାକୁ ନେଇ ଏବେ ତୀବ୍ର ହୋଇଛି ନୂଆପଡ଼ା ରାଜନୀତି । ନୂଆପଡ଼ା ଉପନିର୍ବାଚନରେ ବୁଣାକାର ସମାଜର ପ୍ରମୁଖ ଭାଗ ରହିଥିବା ବେଳେ ଆଗାମୀ ଦିନରେ ଏ ଭୋଟ୍ କାହା ଭାଗକୁ ଯାଉଛି ତା ଉପରେ ତିନି ଦଳର ନଜର ।

Related Topics
Explore more stories