Obscene Dance / ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ !SOPର ଉଡ଼ିଲା ଧଜିଆ,୫ ଜଣ ଆୟୋଜକଙ୍କ ନାମରେ ମାମଲା
·5 months ago·2 min read

Key Points
ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ
SOPର ଉଡ଼ିଲା ଧଜିଆ
୫ ଜଣ ଆୟୋଜକଙ୍କ ନାମରେ ହେଲା ମାମଲା
SOPର ଉଡ଼ିଲା ଧଜିଆ
୫ ଜଣ ଆୟୋଜକଙ୍କ ନାମରେ ହେଲା ମାମଲା
ବ୍ରହ୍ମପୁର,୦୩/୦୪:ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ। ଦଣ୍ଡଯାତ୍ରା ପାଇଁ ହୋଇଥିବା SOPର ଉଡ଼ିଲା ଧଜିଆ। ଛତ୍ରପୁରରେ ଲଣ୍ଡାବାଉଁଶ ଦଣ୍ଡ ଦଳ ବିରୁଦ୍ଧରେ ଓ ୫ ଜଣ ଆୟୋଜକଙ୍କ ନାମରେ ମାମଲା ସହ ଜାରି ହୋଇଛି ନୋଟିସ।
ମାନୁନାହାନ୍ତି ଅମାନିଆ। ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ ଧଜିଆ ଉଡ଼ୁଛି ଜାରି ହୋଇଥିବା SOPର। ଅଶ୍ଳୀଳତା ଓ ଦ୍ୱିଅର୍ଥବୋଧକ ଶବ୍ଦକୁ ରୋକିବା ପାଇଁ ପ୍ରଶାସନଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଅନେକ ସ୍ଥାନରେ ନିୟମ ଉଲ୍ଲଂଘନର ଅଭିଯୋଗ ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚର ପବିତ୍ରତା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ SOP ଜାରି କରାଯାଇଥିଲା ଏବଂ ଦଣ୍ଡ ଦଳମାନଙ୍କୁ ପୂର୍ବରୁ ସଚେତନ କରାଯାଇଥିଲା,ତଥାପି ଛତ୍ରପୁରରେ ଲଣ୍ଡାବାଉଁଶ ଦଣ୍ଡ ଦଳ ବିରୁଦ୍ଧରେ ଅଶ୍ଳୀଳ ପ୍ରଦର୍ଶନ ଅଭିଯୋଗ ଆସିବା ପରେ ୫ ଜଣ ଆୟୋଜକଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ନିୟମ ମାନିବେ ନାହିଁ ତେବେ ଆଗାମୀ ଦିନରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡ଼େଇ କହିଛନ୍ତି।
ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଣ୍ଡନାଚ ଆୟୋଜକ। ସେମାନଙ୍କ କହିବା ଅନୁସାରେ, ସେମାନେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ କିମ୍ବା ଇଙ୍ଗିତମୂଳକ ପ୍ରଦର୍ଶନ କରୁନାହାନ୍ତି।ସବୁବେଳେ ପ୍ରଶାସନର ନିୟମ ଓ ନିର୍ଦ୍ଦେଶକୁ ସମ୍ମାନ କରିଆସୁଛନ୍ତି। ସେମାନେ କହୁଛନ୍ତି ଯେ, ଦଣ୍ଡନାଚ ଏକ ପାରମ୍ପରିକ ଓ ପବିତ୍ର ପରମ୍ପରା, ଯାହାକୁ ସେମାନେ ନିୟମ ମଧ୍ୟରେ ରହି ପାଳନ କରୁଛନ୍ତି। କିନ୍ତୁ କିଛି ଭାଇରାଲ ଭିଡିଓକୁ ଆଧାର କରି ସେମାନଙ୍କ ବିରୋଧରେ ନୋଟିସ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ଆୟୋଜକ। ଏହି ଭିଡିଓଗୁଡ଼ିକର ସତ୍ୟତାକୁ ଯାଞ୍ଚ କରିବା ଆବଶ୍ୟକ, ସେମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବେ ଏବଂ ନିଜ ପକ୍ଷ ସ୍ପଷ୍ଟ କରିବେ ବୋଲି ଆୟୋଜକ ମଥୁରା ସୁବୁଦ୍ଧି କହିଛନ୍ତି।
ପଢନ୍ତୁ ଏହି ଖବର: ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ପରିସ୍ଥିତିରେ ଏହି ଘଟଣାକୁ ନେଇ ପ୍ରଶାସନ ଓ ଆୟୋଜକଙ୍କ ମଧ୍ୟରେ ମତଭେଦ ଘନେଇବାରେ ଲାଗିଛି। ତେବେ ଏହି ମତଭେଦ ଆଗାମୀ ଦିନରେ ଏହା କେମିତି ରୂପ ନେବ ସେଥିପାଇଁ ସମସ୍ତଙ୍କ ନଜର ରହିଛି।
ଦଣ୍ଡଯାତ୍ରାରେ SOP ଉଲ୍ଲଂଘନକୁ ନେଇ ପ୍ରଶାସନ ଯେଉଁଠାରେ କଡ଼ା ପଦକ୍ଷେପ ନେଇଛି, ସେଠାରେ ଆୟୋଜକମାନେ ମଧ୍ୟ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ନେଇ ମତଭେଦ ଜାରି ରହିଥିବା ବେଳେ, ଦଣ୍ଡଯାତ୍ରାର ପବିତ୍ରତା ଓ ସଂସ୍କୃତିକୁ ରକ୍ଷା କରିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।

Related Topics
Explore more stories