Videos
|
Odisha

ପୁଣି ଯାତ୍ରାରେ ସବୁ ସୀମା ଲଂଘିଲେ ନିଶା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୁଣି ଯାତ୍ରାରେ ସବୁ ସୀମା ଲଂଘିଲେ ନିଶା

ଅର୍ଗସ ବ୍ୟୁରୋ:  ପୁଣି ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶନ। ସବୁ ସୀମା ଲଂଘିଲେ ନିଶା ମହାରଣା। ରାତି ବଢ଼ିଲେ ତାତି ବଢ଼ୁଛି। ଦୁଲୁକୁଛି ଯାତ୍ରା ପେଣ୍ଡାଲ୍। ଯାତ୍ରାର କାହାଣୀ ଆରମ୍ଭ ହେବା ଆଗରୁ ଆଇଟମ ଡାନ୍ସ ନାଁରେ ବେଧଡକ୍ ଚାଲୁଛି ଅଙ୍ଗପ୍ରଦର୍ଶନ । ଯାତ୍ରା ପେଣ୍ଡାଲରେ ସୀମା ଟପିଗଲାଣି ନଗ୍ନତା । ସ୍ଥିତି ଏମିତି ହେଲାଣି ଯେ, ସପରିବାର ଏକାଠି ଆଉ ଯାତ୍ରା ଦେଖିବାକୁ ଯାଇ ପାରୁ ନାହାନ୍ତି । ମନୋରଞ୍ଜନ ନାଁରେ ବର୍ତ୍ତମାନ ସବୁ କିଛି ନଗ୍ନ। ପୁଣି ଥରେ ଯାତ୍ରାରେ ପେଣ୍ଡାଲରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି।

ଖୋଲା ଖୋଲି ଯାତ୍ରା ଷ୍ଟେଜରେ ନିଶା ମହାରଣା ଲଙ୍ଘିଲେ ସବୁ ସୀମା। ଯାତ୍ରାରେ ଅଶ୍ଳୀଳତା କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପୁଣି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ କରିଛନ୍ତି ନିଶା । ଉଦଳାରେ ଚାଲିଥିବା ଧଉଳି ଗଣନାଟ୍ୟର ଯାତ୍ରା ମେଲୋଡିରେ ନିଶା ମହାରଣା ନାଚିଥିବା ବେଳେ ଷ୍ଟେଜ ଉପରେ ଅନେକ ଅଶ୍ଳୀଳତା ପ୍ରଦର୍ଶନ କରିଛନ୍ତି।

ଯୁବକମାନଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବା ସହ ଷ୍ଟେଜରେ ନିଜ ପିନ୍ଧା ବସ୍ତ୍ର କୁ ଅଧା ଖୋଲି ନୃତ୍ୟ ପରିବେଷଣ କରିଥିଲେ। ଏପରିକି ଅଶ୍ଳୀଳ ଇଙ୍ଗିତ ଦେଇ ନାଚିଥିବା ବେଳେ ଏହାକୁ ନେଇ ପୁଣି ବିବାଦ ଦେଖାଦେଇଛି। ବାରମ୍ୱାର ବାରଣ ସତ୍ତ୍ୱେ ଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଅଶ୍ଳୀଳ ଏବଂ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଉଛି। ଏହାକୁ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ ବି ଯଥା ପୂର୍ବଂ ତଥା ପରଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: