Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବରିଷ୍ଠ ନେତା ରବି ନନ୍ଦ ଏବଂ ଈଶ୍ୱର ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା

Odisha

ବରିଷ୍ଠ ନେତା ରବି ନନ୍ଦ ଏବଂ ଈଶ୍ୱର ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବରିଷ୍ଠ ନେତା ରବି ନନ୍ଦ ଏବଂ ଈଶ୍ୱର ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା

ଅର୍ଗସ ବ୍ୟୁରୋ:  ଘୋଷଣା ହେବାକୁ ବାକିଥିବା ଆସନରେ ବିଜେଡି ପାଇଁ ବଢୁଛି ଅଡୁଆ । ଜୟପୁର ଆସନ ପାଇଁ ବରିଷ୍ଠ ନେତା ରବି ନନ୍ଦ ଏବଂ ଈଶ୍ବର ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଛି ଛକପଞ୍ଝା । ଉଭୟ ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀରେ ଡେରା ପକାଇଛନ୍ତି । ସେହିପରି କୁଚିଣ୍ଡାରେ କିଶୋର ନାୟକଙ୍କ ଚିନ୍ତା ବଢାଇଛନ୍ତି ଆମଦାନୀ ନେତା ବୃନ୍ଦାବନ ମାଝୀ, ରାଜେନ୍ଦ୍ର ଛତ୍ରିଆ । ଉଭୟଙ୍କୁ ଦଳ ଆମଦାନୀ କରିବା ପରେ କୁଚିଣ୍ଡା ବିଜେଡିରେ ଚାଲିଛି ଗୃହ ଯୁଦ୍ଧ । ନୀଳଗିରିରେ ବି ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ସନ୍ତୋଷ ଖଟୁଆ କରୁଛନ୍ତି ଜୋରଦାର ବିରୋଧ ।

ସେହିପରି କେନ୍ଦ୍ରାପଡା-କାକଟପୁର-କୋରେଇକୁ ନେଇ ଚିନ୍ତାରେ ବିଜେଡି । କେନ୍ଦ୍ରାପଡାରେ ଆମଦାନୀ ନେତାଙ୍କୁ ଦଳକୁ ଆଣିବା ପରେ ବିଦ୍ରୋହ ବଢିବା କାରଣରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଭୟ କରୁଛନ୍ତି ବିଜେଡି ସୁପ୍ରିମୋ । କାକଟପୁରରେ ବି ସମାନ ସ୍ଥିତି ବର୍ତ୍ତମାନର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ ଏବଂ ସୁରେନ୍ଦ୍ର ସେଠୀଙ୍କ ଟିକେଟ ଲବି ଦଳ ପାଇଁ ଅଡୁଆ ବଢାଇଛି । କୋରେଇରେ କାହାକୁ କ୍ୟାଣ୍ଡେଟ କରିବ ଦଳ ସେ ଅଙ୍କ ବର୍ତ୍ତମାନ ସୁଦ୍ଧା ଛିଣ୍ଡୁନି । ବାଲିକୁଦା, ବେଗୁନିଆ, ବରି, ବଡ଼ଚଣାରେ ବିଗିଡିଲାଣି ବିଜେଡି ଗଣିତ । ଟିକେଟ ଅପେକ୍ଷାରେ ଅନେଇ ରହିଛନ୍ତି ବିଜେଡିର ଅନେକ ହେଭିୱେଟ । ହାର୍ଟବିଟ ବଢିବାରେ ଲାଗିଛି । ସେପଟେ କଂଗ୍ରେସର ୨୩ ଆସନରେ ପ୍ରାଥିଙ୍କ ନାଁ ଘୋଷଣା କରିବାକୁ ବାକି ଥିବା ବେଳେ, ବିଜେପି ଆଉ ୩୫ ଆସନରେ ଘୋଷଣା ବାକି ରହିଛି । ବିଜେପି ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି କହିଛନ୍ତି ଶୀର୍ଷ ନେତୃତ୍ୱ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odds are increasing for BJd | Argus News