Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Guru prusti Dead / ଦୁର୍ଘଟଣାରେ ଚାଲିଗଲା ଗୁରୁଙ୍କ ଜୀବନ, ଯାତ୍ରା ଦୁନିଆରେ ଛାଇ ଯାଇଛି ଦୁଃଖର ବାଦଲ

Banajyotshna Ray
Browse all articles by Banajyotshna Ray
·7 months ago·1 min read
ଦୁର୍ଘଟଣାରେ ଚାଲିଗଲା ଗୁରୁଙ୍କ ଜୀବନ, ଯାତ୍ରା ଦୁନିଆରେ ଛାଇ ଯାଇଛି ଦୁଃଖର ବାଦଲ
Guru prusti Dead

Key Points

ପରଲୋକରେ ଯାତ୍ରା କମେଡିଆନ୍ ଗୁରୁ ପୃଷ୍ଟି
ଯାତ୍ରା ଦୁନିଆରେ ଛାଇ ଯାଇଛି ଦୁଃଖର ବାଦଲ
ପରଲୋକରେ ଯାତ୍ରା କମେଡିଆନ୍ ଗୁରୁ ପୃଷ୍ଟି । ଯାତ୍ରା ଦୁନିଆରେ ଛାଇ ଯାଇଛି ଦୁଃଖର ବାଦଲ । ଝୁରୁଛନ୍ତି ସାଥି କଳାକାର । ଡାକ୍ତରଖାନାରେ ପହଞ୍ଚି ଗୁରୁଙ୍କ ଶେଷ ଦର୍ଶନ କରିଛନ୍ତି ଆତ୍ମୀୟ ପ୍ରିୟଜନଙ୍କ ସହ ଯାତ୍ରା କଳାକାର । ପାର୍ଟି `ଇନ୍ଦ୍ରଭୁବନ'ର ହାସ୍ୟ ଅଭିନେତା ଥିଲେ ଗୁରୁ ପୃଷ୍ଟି । ଗତକାଲି ଭଦ୍ରକ ଚିଙ୍ଗୁଡ଼ିପୁର କେନାଲ ବ୍ରିଜ ପାଖରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏଥିସହ ପଢ଼ନ୍ତୁ: କାମ କଲାନି ଶରୀରର କୌଣସି ଅଂଶ, ଆଖି ବୁଜିଲେ ପୀଡିତା 

ଖୁବ କମ୍‌ ବୟସରେ ସମସ୍ତଙ୍କ ମନ ଜିଣିଥିଲେ ଗୁରୁ ପୃଷ୍ଟି । ଯାତ୍ରା ପେଣ୍ଡାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଏକାଧିକ ଯାତ୍ରା ପାର୍ଟିରେ କାମ କରିଥିଲେ ଗୁରୁ ପୃଷ୍ଟି। ଯାତ୍ରା ଜଗତରେ କମେଡି ଷ୍ଟାର ଭାବେ ଜଣାଶୁଣା ଗୁରୁ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଥିଲା। ଯାତ୍ରା ଜଗତରେ ଏଖବର ପରେ ଦୁଃଖର ଛାଇ ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Guru prusti Dead | Odia Actor Guru Prusti Dies in Road Accident | Argus News | Argus News