Videos
|
Odisha

Odia AI entrepreneur / AI କ୍ଷେତ୍ରରେ ଓଡ଼ିଆ ପୁଅଙ୍କ ବିପ୍ଳବ; 'GPT-6 Astra'କୁ ଟକ୍କର ଦେବ ‘SKY-001’

Sushanta Sahoo
Browse all articles by Sushanta Sahoo
·2 hours ago·3 min read
AI କ୍ଷେତ୍ରରେ ଓଡ଼ିଆ ପୁଅଙ୍କ ବିପ୍ଳବ; 'GPT-6 Astra'କୁ ଟକ୍କର ଦେବ ‘SKY-001’
Odisha Entrepreneur Sam Pasupulak's AI Innovation

Key Points

କମାଲ୍ କରିଦେଲେ ଶାମ ପଶୁପାଳକ
କମ୍ ଖର୍ଚ୍ଚ ଓ ଅପ୍ଳ ସମୟରେ ଦେବ ଅଧିକ ସଠିକ୍ ତଥ୍ୟ
ଶାମଙ୍କ କମ୍ପାନି 'Skyfall AI' କରିଛି ପ୍ରସ୍ତୁତ
'GPT-6 Astra'କୁ ଦେବ ଟକ୍କର
ଭୁବନେଶ୍ଵର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଜଗତରେ ପୁଣି ଥରେ ଓଡ଼ିଶା ପାଇଁ ବିରାଟ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଶାମ୍ ପଶୁପାଳକ । ରାଜ୍ୟର ଜଣାଶୁଣା ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୁଅ ତଥା ବିଶ୍ୱପ୍ରସିଦ୍ଧ AI ଉଦ୍ୟୋଗୀ ଶାମ୍‌ଙ୍କ କମ୍ପାନୀ 'Skyfall AI' ପ୍ରସ୍ତୁତ କରିଛି ଏକ ନୂଆ AI ମଡେଲ୍ 'SKY-001' ।

ବିଶେଷ କରି ଇଞ୍ଜିନିୟରିଂ ଏବଂ ଡିଜାଇନ୍ କାମ ପାଇଁ ତିଆରି ହୋଇଥିବା ଏହି ମଡେଲ୍‌ଟି ବିଶ୍ୱର ଅଗ୍ରଣୀ AI ମଡେଲ୍ 'GPT-6 Astra'କୁ ବି ଟକ୍କର ଦେବାକୁ ଯାଉଛି । ଅତି କମ୍ ଖର୍ଚ୍ଚରେ, କମ୍ ସମୟରେ ଏବଂ ଅଧିକ ସଠିକତା ସହ କାମ କରିବାରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ୧୮ ମାସର କଠିନ ପରିଶ୍ରମ ପରେ ପ୍ରସ୍ତୁତ ଏହି ବୈଷୟିକ ଯାଦୁଗରୀ ପଛରେ ରହିଛି ଶାମ୍‌ଙ୍କ ଅସାଧାରଣ ନିଷ୍ଠା ଓ ସଫଳତାର କାହାଣୀ ।

ଶାମ୍ ପଶୁପାଳକ କିଏ ?

ଓଡ଼ିଶାର ଘରେ ଘରେ ପରିଚିତ ପାଣିପାଗ ବିଜ୍ଞାନୀ ଡକ୍ଚର ସୁରେନ୍ଦ୍ର ନାଥ ପଶୁପାଲକଙ୍କ ପୁଅ ଶାମ୍ ପଶୁପାଳକ । ତେବେ ବିଶ୍ବ ଦରାବରରେ ଜଣେ ପ୍ରତିଷ୍ଠିତ କମ୍ପ୍ୟୁଟର ବୈଜ୍ଞାନିକ ଓ AI ଉଦ୍ୟୋଗୀ ଭାବେ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉଦ୍ୟୋଗୀ ସାମ୍ ପଶୁପାଳକ ଏକ ନୂଆ ବିପ୍ଳବ ଆଣିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶାମଙ୍କ କମ୍ପାନୀ 'Skyfall AI' ଏକ ନୂଆ AI ମଡେଲ୍ ‘SKY-001’ ପ୍ରସ୍ତୁତ କରିଛି । ଯାହା ବିଶେଷ କରି ଇଞ୍ଜିନିୟରିଂ ଏବଂ ଡିଜାଇନ୍ କାମ ପାଇଁ ତିଆରି ହୋଇଛି । ଏହି ମଡେଲ୍‌ଟି ବିଶ୍ୱପ୍ରସିଦ୍ଧ AI ମଡେଲ୍ GPT-6 Astra ତୁଳନାରେ ୧୫୦ ଗୁଣ କମ୍ ଖର୍ଚ୍ଚରେ ଅଧିକ ସଠିକ୍ କାମ କରୁଥିବା ଦାବି କରାଯାଇଛି ।

ଶାମଙ୍କ ପ୍ରସ୍ତୁତ 'SKY-001'ର ବିଶେଷତ୍ଵ

GPT-6 Astraରେ ଗୋଟିଏ ଡିଜାଇନ୍ ପ୍ରସେସ୍ ପାଇଁ ପ୍ରାୟ ୬୨ ଟଙ୍କା ଖର୍ଚ୍ଚ ହୁଏ । ହେଲେ SKY-001ରେ ଏହି ଖର୍ଚ୍ଚ ପରିମାଣ ମାତ୍ର ୨୦ ରୁ ୪୨ ପଇସା । ଏହା ଅନ୍ୟ ମଡେଲ୍ ତୁଳନାରେ ୫୧ ରୁ ୧୨୫ ଗୁଣ ଅଧିକ ଦ୍ରୁତ । ଡିଜାଇନ୍ ଆକୁରେସି କ୍ଷେତ୍ରରେ ଏହା GPT-6 Astraକୁ ପଛରେ ପକାଇପାରେ । GPT-6 Astraର ସଠିକତା ୭୯.୧% କିନ୍ତୁ SKY-001 ୭୯.୭% ସ୍କୋର୍ କରିଛି ।

ଏହି AI ମଡେଲ୍‌ଟି କମ୍ପ୍ୟୁଟର ଏଡେଡ୍ ଡିଜାଇନ୍ ଓ ବିଲ୍ଡିଂ ଇନଫରମେସନ୍ ମଡେଲିଂକୁ ସହଜରେ ତିଆରି କରିପାରିବ । ସାଧାରଣ AI ମଡେଲ୍ ସମ୍ପୂର୍ଣ୍ଣ ଡିଜାଇନ୍ ଏକାଥରକେ ତିଆରି କରିବାକୁ ଚେଷ୍ଟା କରି ଭୁଲ୍‌ କରିଥାନ୍ତି ।

ଏଥିସହ ପଢ଼ନ୍ତୁ: ଆପଣଙ୍କ ଫୋନରେ ନାହିଁ ତ ନକଲି WhatsApp; ୫ ଲକ୍ଷ କରିଛନ୍ତି ଡାଉନଲୋଡ୍ 

କିନ୍ତୁ SKY-001 ଜଟିଳ ପ୍ରୋଜେକ୍ଟକୁ ଛୋଟ ଛୋଟ ଭାଗ କରି ସୋପାନ ଅନୁସାରେ ସଠିକ୍ ଡିଜାଇନ୍ ପ୍ରସ୍ତୁତ କରେ । Skyfall AI ଟିମ୍‌ର ୧୮ ମାସର କଠିନ ପରିଶ୍ରମ ପରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି ।

ବିଦେଶରେ ପାଠପଢ଼ା

ଓଡ଼ିଶାରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ଶାମ ପଶୁପାଳକ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୨୦୧୧ରେ କାନାଡାର ୱାଟରଲୁ ବିଶ୍ବବିଦ୍ୟାଳୟରେ ଗଣିତ ଓ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଛନ୍ତି । ପରେ ୨୦୧୯ରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ୱାଟରଲୁରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ସମ୍ପର୍କରେ ଅଧ୍ୟକ୍ଷନ କରିଛନ୍ତି । ୨୦୨୫ରେ Skyfall AI ପ୍ରତିଷ୍ଠା ପୂର୍ବରୁ ୨୦୧୧ରେ ଆରମ୍ଭ କରିଥିଲେ ଷ୍ଟାର୍ଟଅପ୍ କମ୍ପାନି Maluuba । AI ସମ୍ପର୍କରେ ଗବେଷଣା କରୁଥିବା ଏହି ଷ୍ଟାର୍ଟଅପ୍ କମ୍ପାନୀକୁ କିଣିନେଇଥିଲା ମାଇକ୍ରୋସଫ୍ଟ ।

ଯାହା ଭାରତୀୟ ଓ ବିଶେଷ କରି ଓଡ଼ିଆ ଭାବେ ସମସ୍ତଙ୍କ ପାଇଁ ଥିଲା ଗର୍ବ ଓ ଗୌରବର ବିଷୟ । ଏବେ ପୁଣି ତାଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ AI କ୍ଷେତ୍ରରେ ବଡ଼ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ।