|
logo
Live
Argus News App
GET APP

Argus News - ଦୋଷୀଙ୍କୁ ଶାସ୍ତି ଦେଲେ ଗୁମାସ୍ତାଙ୍କୁ କାହିଁକି ବାଧୁଛି ?

Odisha

ଦୋଷୀଙ୍କୁ ଶାସ୍ତି ଦେଲେ ଗୁମାସ୍ତାଙ୍କୁ କାହିଁକି ବାଧୁଛି ?

Manini Pattanayak
Browse all articles by Manini Pattanayak
·1 year ago·2 min read
ଦୋଷୀଙ୍କୁ ଶାସ୍ତି ଦେଲେ ଗୁମାସ୍ତାଙ୍କୁ କାହିଁକି ବାଧୁଛି ?

ଭୁବନେଶ୍ୱର: ଶାସନ ଡୋରି କାହା ହାତରେ ? ପଛ ଦୁଆର ଦେଇ ଜଣେ ତାମିଲ ବାବୁ ସିନ୍ଧି କରୁଛନ୍ତି । ଭାବୁଛନ୍ତି କ୍ଷମତା ଅକ୍ତିଆର କରିକି ନେବେ, ଶାସନ କରିବେ । ହେଲେ ସେମିତି କିଛି ହେବନି । ଓଡ଼ିଆ ବୋକା ନୁହନ୍ତି, ସରକାରୀ ଚାକିରି କରିବା ପରେ ବି ଦଳୀୟ ସ୍ତରରେ ଅନେକ ଅଫିସର କାମ କରୁଛନ୍ତି । ସେମାନଙ୍କ ଉପରେ ନିର୍ବାଚନ କମିଶନ ଆକ୍ସନ ନେଇଛନ୍ତି । ହେଲେ ଗୁମାସ୍ତା କହୁଛନ୍ତି, ସଚ୍ଚୋଟ ଅଫିସର । ସେ ମନରଖିବା ଦରକାର କି, କଳିଙ୍ଗ ନଗର ଗୁଳିକାଣ୍ଡ ବେଳେ ସେହି ବାବୁଙ୍କ ଗୁଳିମାଡରେ ୧୨ ଆଦିବାସୀଙ୍କ ଜୀବନ ଯାଇଥିଲା । 

ରତ୍ନଭଣ୍ଡାରଠୁ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଲେ । ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ । ସିଧାସିଧା କହିଲେ, ଯେଉଁମାନେ ଶ୍ରୀମନ୍ଦିର ଲୁଟ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜାଇଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ହେବ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କେଜାଣି ତଦନ୍ତ ବିଭାଗ ସୁରଜ ଭାଗରେ ପଡିଯିବ ଯଦି । କଥା ହେଲା ରାଜ୍ୟରେ ଏବେ ୫-ଟି ନାଁରେ ଅନେକ ଦୁର୍ନୀତି ହୋଇଛି । ସେନେଇ ଗୋଟିଏ ପରେ ଗୋଟିଏ ଗୁମର ବି ଖୋଲିଛି । ଯାହାକୁ ନେଇ କେନ୍ଦ୍ରୀୟ ନେତା ବି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ହେଲେ ମଙ୍ଗଳବାର ରାତିରେ ସିଏମଓର ଅଧିକାରୀ ଆଇପିଏସ ଡିଏସ କୁଟ୍ଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ପ୍ରେସମିଟ୍‌ କରି ପାଣ୍ଡିଆନ କହିଥିଲେ ଜଣେ ସଚ୍ଚୋଟ ଅଫିସରଙ୍କ ବିରୋଧରେ ଆକ୍ସନ ଆଦୌ ଗ୍ରହଣୀୟ ନୁହେଁ । ବିଜେପି ନିର୍ବାଚନ କମିଶନଙ୍କୁ ବ୍ୟବହାର କରୁଛି ।  ହେଲେ ସେ ଜାଣିବା କଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟରେ ନିର୍ବାଚନ କମିଶନ ଆକ୍ସନ ନେଲେ ।

ଧାମନଗରରେ କଳିଙ୍ଗନଗରର କଳାକାହାଣୀ କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ । କହିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସି ଦାଦାଗିରି କରୁଥିଲେ ଦୁଇ ଆଇପିଏସ ଅଧିକାରୀ । ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି, କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି ? ନକ୍ସଲ ଆନ୍ଦୋଳନ କରୁଥିଲେ କି କଳିଙ୍ଗନଗର ଆଦିବାସୀ ? ନିରୀହ ଆଦିବାସୀଙ୍କୁ ପୁଞ୍ଜିପତିଙ୍କ ଦଲାଲ ସାଜି ଗୁଳିକରାଯାଇଥିଲା । ଏଥିସହ କନ୍ଧମାଳ ଗୁମୁଡମାହରେ 5 ନୀରିହ ଲୋକଙ୍କୁ ନକ୍ସଲ କହି ଗୁଳିକରି ହତ୍ୟା କରାଯିବା ଘଟଣାବେଳେ କିଏ ଆଇଜି ଇଣ୍ଟେଲିଜେନ୍ସ ଥିଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ?  ମୋଟ୍‌ ଉପରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ବିଜେଡି ସରକାରରେ ଦୁର୍ନୀତି ଚାଲିଛି ସେନେଇ ଭାଣ୍ଡାଫୋଡ ବି କରିଥିଲେ । ତେବେ ସମୟ କହିବ ଆଉ କେତେ ମିଛ କହି ଅଫିସରଙ୍କୁ ବଂଚାଇବେ ତାମିଲବାବୁ ।
 
 ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୋଷୀଙ୍କୁ ଶାସ୍ତି ଦେଲେ ଗୁମାସ୍ତାଙ୍କୁ କାହିଁକି ବାଧୁଛି ? | Argus News