Skyroot Aerospace / ରକେଟ 'ବିକ୍ରମ' ନିର୍ମାଣରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ବଡ଼ ଅବଦାନ
·1 month ago·2 min read

Key Points
କମାଲ ଦେଖାଇଲେ ବରଗଡ଼ ପୁଅ ଶିଭମ ଆର୍ଯ୍ୟନ ବାଗ
ବିକ୍ରମ ଟିମରେ କ୍ରିଉ ମେମ୍ବର ଥିଲେ ଇଞ୍ଜିନିୟର ଶିଭମ
ବିଶ୍ଵ ଦରବାରରେ ଗର୍ବିତ ଓଡ଼ିଶା

ଭୁବନେଶ୍ଵର: ଦେଶର ପ୍ରଥମ ଘରୋଇ ଉଦ୍ୟମରେ ନିର୍ମିତ ସ୍କାଏରୁଟ୍ ଏରୋସ୍ପେସ୍ର 'ବିକ୍ରମ' ରକେଟ୍ର ସଫଳ ଉତକ୍ଷେପଣ ହୋଇଥିବା ବେଳେ, ଏହି ଐତିହାସିକ ସଫଳତା ପଛରେ ରହିଛି ଜଣେ ଓଡ଼ିଆ ପୁଅଙ୍କ ବଡ଼ ଅବଦାନ ।
ସେ ହେଉଛନ୍ତି ବରଗଡ଼ର ଯୁବ ଇଞ୍ଜିନିୟର ଶିଭମ ଆର୍ଯ୍ୟନ ବାଗ । ବିକ୍ରମ ରକେଟ୍ ନିର୍ମାଣ ଟିମ୍ରେ ଜଣେ ପ୍ରମୁଖ କ୍ରିଉ ମେମ୍ବର ଭାବେ ଶିଭମ ନିଜର ଆକାଶଛୁଆଁ ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ଆଣି ଦେଇଛନ୍ତି ବିରାଟ ଗୌରବ । ବରଗଡ଼ ସହର ଓ ଶିଭମଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏଥିସହ ପଢ଼ନ୍ତୁ: ରୋଷେଇ ଘରେ ଏଣ୍ଟ୍ରି କରିବ ଇଥାନଲ ! LPG ସିଲିଣ୍ଡରର ବିକଳ୍ପ ଆଣୁଛନ୍ତି ସରକାର ?
ମହାକାଶରେ 'ବନ୍ଦେ ମାତରମ' । ସ୍କାଏରୁଟ୍ ଏରୋସ୍ପେସ୍ର 'ବିକ୍ରମ-୧' ରକେଟ୍ର ହୋଇଥିଲା ସଫଳ ଉତକ୍ଷେପଣ । ଆଉ ଏହି ରକେଟ ବିକ୍ରମ ନିର୍ମାଣରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ଯୁବ ବୈଜ୍ଞାନିକ ଇଞ୍ଜିନିୟର ଶିଭମ ଆର୍ଯ୍ୟନ ବାଗ । ଗତ ଜୁଲାଇ ୧୮ ତାରିଖରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଉତକ୍ଷେପଣ କରାଯାଇଥିଲା ଦେଶର ପ୍ରଥମ ଘରୋଇ ଉଦ୍ୟମରେ ନିର୍ମିତ ରକେଟ ବିକ୍ରମ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହାକି ମହାକାଶ ବିଜ୍ଞାନ କ୍ଷେତ୍ରରେ ରଚିଛି ନୂଆ ଇତିହାସ । ଏହି ସଫଳତା ପଛରେ ବହୁ ବୈଜ୍ଞାନିକଙ୍କ ହାତ ରହିଥିବା ବେଳେ ଏଥିରେ ସାମିଲ ଅଛନ୍ତି ବରଗଡ଼ ମାଟିର ପୁଅ ଶିଭମ ଆର୍ଯ୍ୟନ ବାଗ । ତାଙ୍କ ସଫଳତାକୁ ନେଇ ସମଗ୍ର ବରଗଡ଼ ସହରବାସୀ ଓ ପରିବାର ଲୋକେ ଖୁସି ଅନୁଭବ କରିଛନ୍ତି ।
ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୨ର ବାସିନ୍ଦା ସ୍ୱର୍ଗତ ସୁରେନ୍ଦ୍ର କୁମାର ବାଗଙ୍କ ନାତି ତଥା ଡାକ୍ତର ସୁନୀଲ କୁମାର ବାଗଙ୍କ ପୁଅ ହେଉଛନ୍ତି ଶିଭମ । ରାଉରକେଲା ଏନଆଇଟିରୁ ପାସ କରିବା ପରେ ହାଇଦ୍ରାବାଦର ସ୍କାଏରୁଟି ଏରୋସ୍ପେସରେ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ପ୍ରଥମ ସୁଯୋଗରେ ବିକ୍ରମ ଟିମରେ ଜଣେ କ୍ରିଉ ମେମ୍ବର ଭାବେ ସ୍ଥାନୀତ ହୋଇପାରିଥିଲେ ।
ଏଥିସହ ପଢ଼ନ୍ତୁ: ୧୬ ବର୍ଷ ପରେ ଭାରତ ଫେରିବେ ଲଳିତ ମୋଦି….!
ମହାକାଶରେ ଦେଶର ପ୍ରଥମ ଘରୋଇ ରକେଟ୍ । ସ୍କାଏରୁଟ୍ ଏରୋସ୍ପେସର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମ୍ପୂର୍ଣ୍ଣ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ଦେଶର କୋଟି କୋଟି ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଓ ନିର୍ଭୀକ ଭାବେ କାମ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଏକ୍ସ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, "ଘରୋଇ କ୍ଷେତ୍ରର ବଢୁଥିବା ଭାଗିଦାରୀ ସହିତ ଭାରତର ମହାକାଶ ଯାତ୍ରା ଏକ ନୂତନ ଯୁଗରେ ପ୍ରବେଶ କରୁଛି ।"

Related Topics
Explore more stories