Bhesamati Naik / ଆସିଲା ନିମନ୍ତ୍ରଣ; ରାଷ୍ଟ୍ରପତିଙ୍କ ସହ ରାତ୍ରିଭୋଜନ କରିବେ ଏହି ଓଡ଼ିଆ ଝିଅ
·1 hour ago·2 min read

Key Points
ରାଷ୍ଟ୍ରପତି ଭଵନରୁ ଆସିଲା ନିମନ୍ତ୍ରଣ
ତିଲେଇମାଲର ଝିଅ ଯିବେ ନୂଆଦିଲ୍ଲୀ
ରାଷ୍ଟ୍ରପତିଙ୍କ ସହ ବସି କରିବେ ରାତ୍ରିଭୋଜନ
ତିଲେଇମାଲର ଝିଅ ଯିବେ ନୂଆଦିଲ୍ଲୀ
ରାଷ୍ଟ୍ରପତିଙ୍କ ସହ ବସି କରିବେ ରାତ୍ରିଭୋଜନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭଵନରୁ ଆସିଲା ନିମନ୍ତ୍ରଣ । ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ତିଲେଇମାଲର ଝିଅ ଭେସମତି ନାଏକ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନ ଯିବେ । ଦିଲ୍ଲୀ ଲାଲକିଲ୍ଲାରେ ମହାମହିମ ରାଷ୍ଟ୍ରପତିଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାତ୍ରି ଭୋଜନରେ ସାମିଲ ହେବେ । ନିମନ୍ତ୍ରଣ ପତ୍ର ପାଇବା ପରେ ଭେସମତି ନାଏକଙ୍କ ଖୁସି କହିଲେ ନସରେ । ଏଥିଲାଗି ସେ ବେଶ ଖୁସିଥିବା ପ୍ରକାଶ କରିଛନ୍ତି ।
ଭୁବନେଶ୍ଵରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY)ରେ ୨୦୧୫ ମସିହାରେ ଶିକ୍ଷାଗ୍ରହଣ କରିବା ସହ ପ୍ରଶିକ୍ଷଣ ନେଉଥିଲେ । ଗୋଟିଏ ବର୍ଷ ପଢିବା ପରେ ଏବେ ସମ୍ବଲପୁର ଆଇ ଆଇ ଏମ ଆଟେଡେଣ୍ତ ଭାବେ କାର୍ଯ୍ୟରତ ଅଛନ୍ତି । ଜୁଲାଇ ୩୧ ତାରିଖରେ ନିମନ୍ତ୍ରଣ ମିଳିବା ପରେ ଭେସମତି ନାଏକ ବେଶ ଖୁସି ଅଛନ୍ତି । ଏଥିପାଇଁ ସେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ସମ୍ବଲପୁର IIM ନିର୍ଦ୍ଦେଶକ ମହାଦେବ ଜୟସ୍ଵାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏଠାରେ କହିରଖୁଛୁ କି, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ହେଉଛି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଏକ ପ୍ରମୁଖ ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟକ୍ରମ । ଏହା ଗ୍ରାମାଞ୍ଚଳର ଗରିବ ଯୁବକସମୂହଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେଇ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିଥାଏ । ଗ୍ରାମୀଣ ଅଞ୍ଚଳର ୧୫ରୁ ୩୫ ବର୍ଷ ବୟସ୍କ ଯୁବକଯୁବତୀଙ୍କୁ ମାଗଣା ପ୍ରଶିକ୍ଷଣ ଦିଆଯାଏ । ପ୍ରଶିକ୍ଷଣ ପରେ ଦକ୍ଷତା ଅନୁଯାୟୀ ନିଶ୍ଚିତ ଚାକିରି ଯୋଗାଇ ଦିଆଯାଏ ।

- DDU-GKYରେ ମିଳିଛି ରୋଜଗାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories