Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଓଡିଆ ଝିଅ ଦେଶର ପ୍ରଥମ ମହିଳା ଏଡିସି 

Odisha

ଓଡିଆ ଝିଅ ଦେଶର ପ୍ରଥମ ମହିଳା ଏଡିସି 

Smruti Parija
Browse all articles by Smruti Parija
·2 years ago·1 min read
ଓଡିଆ ଝିଅ ଦେଶର ପ୍ରଥମ ମହିଳା ଏଡିସି 

ଅର୍ଗସ ବ୍ୟୁରୋ: ଓଡିଆ ଝିଅ ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷା ହେଉଛନ୍ତି 2015 ବ୍ୟାଚର ଭାରତୀୟ ବାୟୁସେନା ଅଫିସର । ଏଡିସି ଭାବେ ଦାୟିତ୍ୱ ଗ୍ରହଣ ପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଛି ।

ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଚମକିଲେ ରନଭି

ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ।  ତାଙ୍କର ଏହି ଉପଲବ୍ଧି ପାଇଁ ପୁରା ଜିଲ୍ଲା, ରାଜ୍ୟ ଆଜି ଗୌରବାନ୍ୱିତ ହୋଇଛି । ଏହାପୂର୍ବରୁ ମନୀଷା ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି 3ଟି ସ୍ଥାନରେ କାର୍ଯ୍ୟ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେ ନିଜକୁ ପ୍ରମାଣ କରିଛନ୍ତି । ମହିଳାମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odia-girl-manisha-padhi-appointed-as-first-adc-of-country | Argus News