Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଂକଟରେ ଓଡ଼ିଆ ଭାଷା, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ

Jitendra Dash
Browse all articles by Jitendra Dash
·2 years ago·2 min read
ସଂକଟରେ ଓଡ଼ିଆ ଭାଷା, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ

ଅର୍ଗସ ବ୍ୟୁରୋ : ସଂକଟରେ ଓଡ଼ିଆ ଭାଷା । ଓଡିଆ ଭାଷା ବିରୋଧରେ ଆରମ୍ଭ ହେଲାଣି ବଡ଼ ଷଡ଼ଯନ୍ତ୍ର । ଓଡ଼ିଆ ଭାଷାକୁ ବିଲୁପ୍ତ କରିବା ପାଇଁ ଝାଡ଼ଖଣ୍ଡରେ ଚାଲିଛି ଚକ୍ରାନ୍ତ । ଏଭଳି ଚକ୍ରାନ୍ତ ଦେଖିବାକୁ ମିଳିଛି, ଝାଡ଼ଖଣ୍ଡରେ ଥିବା ଚାଇବସା ସ୍ଥିତ କୋଲହାନ ବିଶ୍ବବିଦ୍ୟାଳୟରେ । ନା ଓଡ଼ିଆ ବିଭାଗରେ ଓଡ଼ିଆ ପିଲାଙ୍କୁ ଠିକ ସେ ପାଠ ପଢାଯାଇଛି, ନା ପିଲାଙ୍କ ପାଇଁ ଭଲ ଲାଇବ୍ରେରୀର ସୁବିଧା ଅଛି । ନା ଠିକ୍ ସେ ଓଡ଼ିଆ ବହି ମିଳିଛୁ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।

ପ୍ରଥମ ସେମିଷ୍ଟାରରେ ୩୫ ଜଣ ପିଲାଙ୍କ ମଧ୍ୟରୁ ୨୧ ଜଣ ପିଲାଙ୍କୁ ଜାଣିଶୁଣି ଫେଲ୍ କରାଯାଇଛି । ପ୍ରତ୍ୟେକ ସେମିଷ୍ଟାରରେ ଛାତ୍ରଛାତ୍ରୀ ଫେଲ୍ ପାଇଁ ଓଡ଼ିଆ ବିଭାଗର ପ୍ରଫେସରମାନେ ଧମକ ମଧ୍ୟ ଦେଉଥିବାର ଅଭିଯୋଗ ହୋଇଛି । ବିଚ୍ଛିନ୍ନାଞ୍ଚଳ ଭଳି ସ୍ଥାନରେ ଓଡ଼ିଆ ଭାଷାକୁ ବଞ୍ଚାଇବା ପରିବର୍ତ୍ତେ ବିଲୋପ କରିଦେବା ପାଇଁ ଓଡ଼ିଆ ବିଭାଗର ପ୍ରଫେସରମାନେ ଶତ ପ୍ରତିଶତ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଛାତ୍ରଛାତ୍ରୀ  । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନେଇ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଘଟଣାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛନ୍ତି କୋହ୍ଲାନ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ମନୋଜ ମହାପାତ୍ର । ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କରୁଛନ୍ତି କ’ଣ ? କାହିଁକି ଆଖି ବନ୍ଦ କରିଛନ୍ତି ରାଜ୍ୟ ସରକାର ? ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳୁଛନ୍ତି ? ଆଞ୍ଚଳିକ ଦଳ ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ନାହିଁ ଦରଦ ?

ପୂର୍ବରୁ ମଧ୍ୟ ଓଡ଼ିଶା ସରକାରଙ୍କ ଆର୍ଥିକ ଅନୁଦାନରେ ନିଯୁକ୍ତ ଓଡିଆ ଶିକ୍ଷକଙ୍କୁ ଷଡ଼େଇକଳା ଓ ଖରସୁଆଁରେ ଦରମା ମିଳୁ ନ ଥିବା ନେଇ ଖବର ପ୍ରସାରଣ କରିଥିଲା ଅର୍ଗସ । ଦୀର୍ଘ ୨୨ ମାସ ଧରି ବିଚ୍ଛିନାଞ୍ଚଳରେ ଭୋକିଲା ଶିକ୍ଷକଙ୍କ ପଟେରେ ଓଦାକନା ନେଇ ଖବର ବାଜିବା ପରେ ବର୍ଷକର ଦରମା ମିଳିଥିଲା । ହେଲେ ସେବେଠୁ ପୁଣି ଦରମା ବନ୍ଦ । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଲୋକ ଦେଖାଣିଆ ଭାଷା ପ୍ରୀତି ଅନ୍ୟପଟେ ସୀମା ଆରପଟେ ସଙ୍କଟରେ ଓଡ଼ିଆ ଭାଷା ଓ ସଂସ୍କୃତି । ଏପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତୁତି ଓ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଓଡ଼ିଆ ସମ୍ମିଳନୀ ହେବାକୁ ଆୟୋଜନ ହେଉଛି । ଅନ୍ୟପଟେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । 
 

Sponsored
odia language issue in jharkhand | Argus News