Videos
|
Odisha

ବିଚ୍ଛିନ୍ନାଞ୍ଚଳରେ ବିଲୁପ୍ତପ୍ରାୟ ଓଡ଼ିଆ ଭାଷା, ସୀମାବର୍ତ୍ତୀ ଅଞ୍ଚଳ ପ୍ରତି ନାହିଁ ସରକାରଙ୍କ ନିଘା

Jitendra Dash
Browse all articles by Jitendra Dash
·2 years ago·2 min read
ବିଚ୍ଛିନ୍ନାଞ୍ଚଳରେ ବିଲୁପ୍ତପ୍ରାୟ ଓଡ଼ିଆ ଭାଷା, ସୀମାବର୍ତ୍ତୀ ଅଞ୍ଚଳ ପ୍ରତି ନାହିଁ ସରକାରଙ୍କ ନିଘା

ଅର୍ଗସ ବ୍ୟୁରୋ : ବିଜେଡିର ୨୭ ବର୍ଷ ସଫଳତାର ଯାତ୍ରା । ୨୦୦୪ ଯାଏ କେନ୍ଦ୍ର ସରକାରରେ ଭାଗୁଆଳି ହେଉ ବା ରାଜ୍ୟରେ ୨୪ ବର୍ଷ ଧରି ନିରଙ୍କୁଶ ଶାସନ । ଯେଉଁ ଓଡ଼ିଆ ସ୍ବାଭିମାନର ଦ୍ବାହି ଦେଇ ୨୭ ବର୍ଷ ତଳେ ହୋଇଥିଲା ବିଜେଡିର ଅଭ୍ୟୁଥାନ ଆଜି ତାର ସ୍ଥିତି କିଭଳି ଅଛି । ଓଡ଼ିଆ ସ୍ବାଭିମାନର ସୁରକ୍ଷା କରିବାରେ ସମର୍ଥ ପାରିଛି କି ଦଳ ? ପ୍ରତିଷ୍ଠା ଦିବସ ପାଳନର ଉତ୍ସାହ ଭିତରେ ଏହାର କେବେ ଆତ୍ମ ମନ୍ଥନ କରିଛନ୍ତି କି ଦଳୀୟ ନେତା । ଏକ ଆଞ୍ଚଳିକ ଦଳ ଭାବେ ସୀମା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ୨୭ ବର୍ଷ ତଳେ ଯେଉଁ ଦାବେଦାରୀ ଉପସ୍ଥାପନ କରିଥିଲା ତାକୁ ରକ୍ଷା କରିବାରେ କେତେ ସଫଳ ହୋଇଛି ଦଳ ତାର କରିଛି କି ସମୀକ୍ଷା । 

ଅଧିକ ପଢନ୍ତୁ : ସଂକଟରେ ଓଡ଼ିଆ ଭାଷା, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ

ଆଜି ବିଚ୍ଛିନାଞ୍ଚଳର ବିଲୁପ୍ତପ୍ରାୟ ଓଡ଼ିଆ ଭାଷା । ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ସୀମାରେ ଦୁର୍ଦିନରେ ଓଡିଆ । ସୀମାବର୍ତ୍ତି ଅଞ୍ଚଳ ପ୍ରତି ସରକାରଙ୍କ ନିଘା ନାହିଁ । ଫଳରେ ଓଡ଼ିଶାମାଟିକୁ କବଜା କରିବାକୁ ପଡୋଶୀ ରାଜ୍ୟ ରଚୁଛନ୍ତି ଷଡ଼ଯନ୍ତ୍ର । ଆମ ଲୋକଙ୍କୁ ପ୍ରଲୋଭିତ କରି ସାମାରେ ଓଡ଼ିଆ ସଂସ୍କୃତିକୁ ଧ୍ବସ୍ତ ବିଧ୍ବସ୍ତ କଲେଣି ପଡ଼ୋଶୀ । କୋରାପୁଟର କୋଟିଆ ଗ୍ରାମପୁଞ୍ଜଠୁ ନେଇ ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ମୟୁରଭଞ୍ଜର ସୀମାବର୍ତ୍ତୀ ଅଞ୍ଚଳରେ ହକ୍ ଜମାଇଲେଣି ପଡୋଶୀ ରାଜ୍ୟ । ସେହିପରି ବିଚ୍ଛିନ୍ନାଞ୍ଚଳରେ ବି ଉପେକ୍ଷିତ ଓଡିଆ । 

ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ପାଇକ ବିପ୍ଳବକୁ ଦେଶର ପ୍ରଥମ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଲେ ମୋଦି ସରକାର । ବୀର ଓଡ଼ିଆ ପାଇକ ଯୋଦ୍ଧାଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୨୦୧୯ ଡିସେମ୍ବର ୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପାଇକ ବୀର ବକ୍ସି ଜଗବନ୍ଧୁଙ୍କର ବିଶାଳକାୟ ପ୍ରତିମୂର୍ତ୍ତୀ ସ୍ଥାପନର ପରିକଳ୍ପନା କରାଯାଇଛି । ଏଥିପାଇଁ ସେତେବେଳେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ୧୦୦ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଥିଲା । ରାଜ୍ୟ ସରକାର ମାଗଣା ଜମି ଦେବାକୁ କହିଥିଲେ । ୩ ବର୍ଷ ପରେ ୯.୫ ଏକର ଜମି ଇଣ୍ଡିଆନ ଅଏଲ ଫାଉଣ୍ଡେସନକୁ ହସ୍ତାନ୍ତର କଲେ । ତେବେ ଆଜିଯାଏ ସେହି ସ୍ଥାନରୁ ବୃକ୍ଷ ଓ ବିଦ୍ୟୁତ୍ ତାର ହଟାଯାଇ ନଥିବାରୁ ସ୍ମାରକୀ ନିର୍ମାଣ ଆରମ୍ଭ ହୋଇପାରି ନାହିଁ । ଓଡ଼ିଆ ସ୍ବାଭିମାନର ପ୍ରତିକ ପାଇକ ସ୍ମାରକୀ ନିର୍ମାଣରେ ଏହି ଅସହଯୋଗୀତା ରାଜ୍ୟ ସରକାରଙ୍କ ଓଡ଼ିଆ ସ୍ବାଭିମାନ ପ୍ରିତିକୁ ପଦାରେ ପକାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଲୋକ ଦେଖାଣିଆ ଭାଷା ପ୍ରୀତି ଅନ୍ୟପଟେ ସୀମା ଆରପଟେ ସଙ୍କଟରେ ଓଡ଼ିଆ ଭାଷା ଓ ସଂସ୍କୃତି । ଏପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତୁତି ଓ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଓଡ଼ିଆ ସମ୍ମିଳନୀ ହେବାକୁ ଆୟୋଜନ ହେଉଛି । ଏ ସବୁ ଦେଖିଲେ ଓଡିଆଙ୍କ ହକ କଥା କହି ୨୪ ବର୍ଷ ଶାସନ କରି ଆସୁଥିବା ବିଜେଡି ଭଳି ଆଞ୍ଚଳିକ ଦଳର ଆଭିମୁଖ୍ୟକୁ ଦୋହରା ଚରିତ୍ର କୁହାଯିବନି ତ କଣ କୁହାଯିବ ।