|
logo
Live

Argus News - ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ 

Odisha

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ 

ଭୁବନେଶ୍ୱର:  ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । ଏସ୍ ଡି ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି  l ଭୁବନେଶ୍ବର ମହାରାଜା ସିନେମା ହଲ୍ ରେ ପ୍ରିମିଅର ଶୋ ହୋଇଥିଲା l ଏହି ଶୋ' ରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ପ୍ରଯୋଜକ ଦେବାନନ୍ଦ ବେହେରା, ସହ ପ୍ରଯୋଜକ ଅରବିନ୍ଦ ସାହୁ,  ନୀଳାଦ୍ରୀ ତନୟା ଦାସ, ଅଭିନେତା  ଦେବା, ପ୍ରସନ୍ନଜିତ, ନାୟିକା ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ପ୍ରମୁଖ ଯୋଗଦେଇଥିଲେ l

କିଛି ଅଭିଜ୍ଞ ସହିତ ନବାଗତ କଳାକାରଙ୍କୁ ନେଇ ଅଜୟ ପାଢ଼ୀଙ୍କ ଦମଦାର ନିର୍ଦ୍ଦେଶନାରେ ଦର୍ଶକ ବିମୁଗ୍ଧ ହୋଇଥିଲେ l ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଥିବା ଭକ୍ତର ଅଗାଢ ବିଶ୍ୱାସକୁ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ l ତେବେ ଫିଲ୍ମଟି ଏକ ମୌଳିକ ଓ ଭିନ୍ନ କାହାଣୀ ହୋଇଥିବାରୁ ଦର୍ଶକ ପସନ୍ଦ କରିବେ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଅଧିକ ପଢନ୍ତୁ  ମନୋରଞ୍ଜନ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ  | Argus News