Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏସସିବିର ହେମାଟୋଲେଜି ବିଭାଗରେ ହେଲା ବିରଳ ହାପଲୋ ଅସ୍ଥିମଜା ପ୍ରତିରୋପଣ

Odisha

ଏସସିବିର ହେମାଟୋଲେଜି ବିଭାଗରେ ହେଲା ବିରଳ ହାପଲୋ ଅସ୍ଥିମଜା ପ୍ରତିରୋପଣ

Manini Pattanayak
Browse all articles by Manini Pattanayak
·2 years ago·1 min read
ଏସସିବିର ହେମାଟୋଲେଜି ବିଭାଗରେ ହେଲା ବିରଳ ହାପଲୋ ଅସ୍ଥିମଜା ପ୍ରତିରୋପଣ

 କଟକ :  ଚିକିତ୍ସା କ୍ଷେତ୍ରରେ ଯୋଡିହେଲା ଆଉ ଏକ ଫର୍ଦ୍ଦ। ଏସସିବିର ହେମାଟୋଲେଜି ବିଭାଗରେ ହେଲା ବିରଳ ହାପଲୋ ଅସ୍ଥିମଜା ପ୍ରତିରୋପଣ...  ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଷ୍ଟେମ ଆଣି ଅସ୍ତ୍ରୋପଚାର । ନୂଆ ଜୀବନ ପାଇଲେ ରକ୍ତକର୍କଟରେ ପୀଡ଼ିତ ଖୋର୍ଦ୍ଧା ଜିଲ୍ଲାର ଶୁଭ୍ରାଂଶୁ।  ଚିକିତ୍ସା କ୍ଷେତ୍ରରେ ଯୋଡିହେଲା ଆଉ ଏକ ଫର୍ଦ୍ଦ। ହେମାଟୋଲେଜି ବିଭାଗରେ ହେଲା ବିରଳ ହାପଲୋ ଅସ୍ଥିମଜା ପ୍ରତିରୋପଣ। ଓଡ଼ିଶାରେ ପ୍ରଥମ ଥର ଏସସିବି ମେଡିକାଲର ରକ୍ତ ରୋଗ ବିଭାଗରେ ଏହି ବିରଳ ଅପରେସନ କରାଯାଇଛି।  ଆଗରୁ ୧୦୦ ପ୍ରତିଶତ ଡୋନରରେ ଏହି ଅସ୍ଥିମଜା ପ୍ରତିରୋପଣ କରାଯାଉଥିବା ବେଳେ ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି। ରକ୍ତ କର୍କଟରେ ପୀଡ଼ିତ ଖୋର୍ଦ୍ଧା ବାଘମାରୀ ଅଂଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କର ଏହି ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଏସସିବି ମେଡିକାଲର ୪ଟି ବିଭାଗ ଏବଂ ରକ୍ତରୋଗ ବିଭାଗର ଏକ ୪ ଜଣିଆ ଡାକ୍ତରୀ ଦଳ ଅପରେସନକୁ ସଫଳ କରିଛନ୍ତି। 

ମେଡିକାଲରେ ଭର୍ତ୍ତି ହେବା ପରେ  ଅସ୍ଥିମଜା ପ୍ରତିରୋପଣ ନକଲେ ସବ୍ୟସଚୀଙ୍କ ବଞ୍ଚିବା କଷ୍ଟସାଧ୍ୟ ବୋଲି କହିଥିଲେ ଡାକ୍ତର।  ଏହି ପ୍ରତିରୋପଣରେ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଷ୍ଟେମ ସେଲ୍ । ଯାହା ରୋଗୀ ସହ ମ୍ୟାଚ ହେବା ଆବଶ୍ୟକ । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଭାଇ ପ୍ରଭୁଦତ୍ତ ହିଁ ସବ୍ୟସାଚୀଙ୍କ ପାଇଁ ସାଜିଥିଲେ ସଂଜୀବନୀ । 8 ଦିନ ପୂର୍ବରୁ ଏହି ବିରଳ ଅପରେସନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମେଡିକାଲର ବିଭିନ୍ନ ବିଭାଗର ସହଯୋଗରେ ଏହି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି । ଜଣେ ଭାଇର ଭଲ ପାଇବା ଆଜି ଆଉ ଜଣେ ଭାଇକୁ ନୂଆ ଜୀବନ ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Odisha’s first Haplo BMT procedure conducted at SCB | Argus News