Videos
|
Odisha

Odisha Cyclone History / ୧୦ ବର୍ଷରେ ଓଡ଼ିଶାକୁ ମାଡ଼ି ଆସିଛି ୧୩ ବାତ୍ୟା, ନେଇଛି ୧୫୬ ଜୀବନ...କ୍ଷତି ୧୫ ହଜାର କୋଟି

Santosh Kumar Sahoo
Browse all articles by Santosh Kumar Sahoo
·20 mins ago·2 min read
୧୦ ବର୍ଷରେ ଓଡ଼ିଶାକୁ ମାଡ଼ି ଆସିଛି ୧୩ ବାତ୍ୟା, ନେଇଛି ୧୫୬ ଜୀବନ...କ୍ଷତି ୧୫ ହଜାର କୋଟି
Odisha Cyclone History

Key Points

୧୦ ବର୍ଷ, ୧୩ ବାତ୍ୟା
ଭାଙ୍ଗିଛି ୮ ଲକ୍ଷ ୨୦ ହଜାର ଘର
୫୫ ଲକ୍ଷ ୬୩ ହଜାର ପଶୁପକ୍ଷୀଙ୍କ ଯାଇଛି ଜୀବନ
ଭୁବନେଶ୍ବର: ଓଡ଼ିଶା ଯେମିତି ବାତ୍ୟାର ମାମୁ ଘର । ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ଏହି କଥା ବି ଆପଣଙ୍କୁ ସତ ଲାଗିବ ଯେତେବେଳେ ଆପଣ ବିଧାନସଭାର ଏହି ଉତ୍ତର ଉପରେ ନଜର ପକାଇବେ । ୧୦ ବର୍ଷରେ ୧୩ ବାତ୍ୟା ନେଲାଣି ୧୫୬ ଜୀବନ । ଆଉ ଓଡ଼ିଶାକୁ ସବୁଠୁ ପ୍ରଭାବିତ କରିଛି, ୨୦୧୮ର ତିତଲି, ୧୯ର ଫନି ଆଉ ତାପରେ ଅର୍ଣ୍ଣବ । ୧୦ ବର୍ଷରେ ଓଡ଼ିଶା ୧୫ ହଜାର ୪୫୭ କୋଟି ଟଙ୍କାର କ୍ଷତି ସହିଥିବା ବେଳେ ୪ ହଜାର ୬୩୫ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ପାଇଛି ଓଡ଼ିଶା ।

ବିଧାନସଭାରୁ ଆସିଛି ଏମିତି ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଗତ ୧୦ ବର୍ଷରେ ୧୩ଟି ବାତ୍ୟା ଭାଙ୍ଗି ଦେଇଛି ଓଡ଼ିଶାର ମେରୁଦଣ୍ଡ । ସବୁଠୁ ଅଧିକ ଦୁଃଖ ଦେଇଥିଲା ୨୦୧୮ରେ ତିତଲି । ସର୍ବାଧିକ ୭୩ ଜଣଙ୍କ ଜୀବନ ଯାଇଥିବା ବେଳେ, ୪୮ ହଜାର ୮୫୮ ପଶୁପକ୍ଷୀଙ୍କ ଜୀବନ ଯାଇଥିଲା । ଆଉ ପାଖାପାଖି ୨ ହଜାର ୨୦୪ କୋଟିର କ୍ଷତି ସହିଥିଲା ରାଜ୍ୟ । ତା ଠାରୁ ଅଧିକ ରାଜସ୍ଵ କ୍ଷତି ହୋଇଥିଲା ୨୦୧୯ ଫନି ସମୟରେ । ୮ ହଜାର ୪୨୩ କୋଟି କ୍ଷତି ସହ ୭୦ ଜଣଙ୍କ ଜୀବନ ନେଇଥିଲା ଏହି ମହାବାତ୍ୟା । ୫୩ ଲକ୍ଷ ୩୩ ହଜାର ୧୮୬ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷ ୭୬ ହଜାର ଘର ଭାଙ୍ଗିଥିଲା ଫନି । ଆଉ ତାପରେ ଚଳିତ ବର୍ଷ ଅର୍ଣ୍ଣବ ବାତ୍ୟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୩୯୪ କୋଟିର କ୍ଷତି ସହିଛି ଓଡ଼ିଶା ।

ବିଧାନସଭା ତଥ୍ୟ ଅନୁସାରେ, ୨୦୧୮ରେ ତିତଲି, ପେଥାଇ, ୨୦୧୯ରେ ଫନି, ବୁଲବୁଲ, ୨୦୨୦ରେ ଅମ୍ଫାନ, ୨୦୨୧ରେ ସର୍ବାଧିକ ୟାସ, ଗୁଲାବ, ଜୱାଦ, ୨୦୨୩ରେ ମିଚଉଙ୍ଗ, ୨୦୨୪ରେ ଦାନା, ୨୦୨୫ରେ ମନ୍ଥା ଏବଂ ୨୦୨୬ରେ ଅର୍ଣ୍ଣବ ଏବଂ ଅକବାନ ବାତ୍ୟା ଓଡ଼ିଶାକୁ ଆସିଛି । ଆଉ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୪ ହଜାର ୬୩୫ କୋଟିର ସହୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ରାଜସ୍ଵ ମନ୍ତ୍ରୀ ଦେଇଛନ୍ତି ସୂଚନା । ତିତଲି ପାଇଁ ୩୪୧ କୋଟି, ଫନି ପାଇଁ ୩ ହଜାର ୧୧୪ କୋଟି, ବୁଲବୁଲ ପାଇଁ ୧୭୯ କୋଟି, ଅମ୍ଫାନ ଏବଂ ୟାସ ପାଇଁ ହଜାରେ କୋଟିର ସହାୟତା ମିଳିଛି ।

କେବଳ ବର୍ଷା କି ବାତ୍ୟା ନୁହେଁ, ଓଡ଼ିଶାବାସୀଙ୍କ ପାଇଁ ବଜ୍ରପାତ ବି କମ୍‌ ଦାଉ ସାଜିନି । ବିଧାନସଭାରୁ ଆସିଥିବା ଆଉ ଏକ ସାଘାଂତିକ ତଥ୍ୟ ଉପରେ ନଜର ପକାନ୍ତୁ । ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡା ଓ ପାଣିରେ ବୁଡ଼ି ୪୬୪ ଲୋକଙ୍କ ଜୀବନ ଯାଇଛି । ଆଉ ବଜ୍ରପାତ ଜନିତ ମୃତ୍ୟୁ ଯଦିଓ ରାଜ୍ୟରେ କମିଛି, ତଥାପି ୨୦୨୫-୨୬ରେ ୨୫୭ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: