Police misconduct / ଖାକିରେ କଳଙ୍କ, ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଅସଦାଚରଣ ଅଭିଯୋଗ
·10 mins ago·1 min read

Key Points
୧୩ ପୋଲିସ ବାବୁଙ୍କ ନାଁରେ ଅସଦାଚରଣ ଅଭିଯୋଗ
୩ ବର୍ଷରେ ୧୩ ପୋଲିସଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ
ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଖାକି ପୋଷାକରେ ପୁଣି ଲାଗିଛି କଳଙ୍କର ଦାଗ। ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଦେବା ଯାହାଙ୍କ ଦାୟିତ୍ୱ, ସେହି ପୋଲିସ କର୍ମଚାରୀଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ୧୩ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାରୁ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଆସିଛି। ଏହାସହ ରାଇରଙ୍ଗପୁର, କନ୍ଧମାଳ ଏବଂ କମିସନରେଟ ପୋଲିସ ଅଞ୍ଚଳରୁ ମଧ୍ୟ ଏଭଳି ଅଭିଯୋଗ ହୋଇଛି।
ପଢନ୍ତୁ ଏହି ଖବର: ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ, ଛାନଭିନ ଆରମ୍ଭ କଲା ପୋଲିସ
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, କଟକ କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟର ଇନ୍ଚାର୍ଜ (IIC)ଙ୍କ ନାଁ ମଧ୍ୟ ଏହି ଅଭିଯୋଗ ତାଲିକାରେ ରହିଛି। ସେହିପରି ଭୁବନେଶ୍ୱର କମିସନରେଟ ପୋଲିସର ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI)ଙ୍କ ବିରୋଧରେ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହି ଘଟଣାଗୁଡ଼ିକ ପୋଲିସ ବିଭାଗର ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ଅଭିଯୋଗ ଆଧାରରେ ତଦନ୍ତ ଓ ଆଇନଗତ ପଦକ୍ଷେପ ମଧ୍ୟ ନିଆଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ଏହି ମାମଲାଗୁଡ଼ିକରେ ୬ ଜଣ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଅନ୍ୟ ୩ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଆଉ ଜଣେ ଅଭିଯୁକ୍ତ ଜାମିନରେ ଥିବା ସୂଚନା ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories