Police Service Awards / ପୋଲିସ୍ ସେବା ପୁରସ୍କାର ଘୋଷଣା,ଓଡ଼ିଶାର ୧୭ ଜଣ ପାଇବେ ପୋଲିସ୍ ସେବା ପୁରସ୍କାର
·1 hour ago·2 min read

Key Points
ପୋଲିସ୍ ସେବା ପୁରସ୍କାର ଘୋଷଣା
ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର- ୨୦୨୬ ଘୋଷଣା
ଓଡ଼ିଶାର ୧୭ ଜଣ ପାଇବେ ପୋଲିସ୍ ସେବା ପୁରସ୍କାର
ADG ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ
DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର,୧୪/୦୮: ଓଡ଼ିଶା ପୁଲିସ୍ ପାଇଁ ଗର୍ବର ଖବର । ଘୋଷଣା ହେଲା ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬। ଓଡ଼ିଶାର ୧୭ ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ସମ୍ମାନ ପାଇବେ। ଘୋଷିତ ତାଲିକା ଅନୁସାରେ, ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ କରାଯିବ । ଏହି ସମ୍ମାନ ତାଲିକାରେ ରହିଛି ଓଡ଼ିଶା ପୁଲିସ୍ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ । ADG ସଂଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେହିପରି DSP ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି ।
ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ରଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ସେହିଭଳି ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ୍ ପୁନ୍, କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ମିଳିବ। ସେପଟେ ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ।
ଅଗ୍ନିଶମ ସେବାରେ ASO ମଳୟ ମହାନ୍ତି ରାଷ୍ଟ୍ରପତି ପଦକ ପାଇବେ। ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ ମିଳିବ। ସଂସ୍କାରମୂଳକ ସେବା ପାଇଁ ୨ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।
ପଢନ୍ତୁ ଏହି ଖବର: ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ 'ସୁପ୍ରିମ' ବ୍ରେକ୍; ୧୮ ତାରିଖ ଶୁଣାଣି ଯାଏଁ ଝୁଲିଲା ନିଯୁକ୍ତି ପ୍ରକ୍ରିୟା
ଦୀର୍ଘବର୍ଷ ଧରି ନିଷ୍ଠା, ସାହସ ଓ ଦାୟିତ୍ୱବୋଧର ସହ ପୁଲିସ୍ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପଦକ ମାଧ୍ୟମରେ ସମ୍ମାନିତ କରାଯାଏ । ବିଶେଷକରି ସାହସିକତା ପଦକ ପାଇଁ ଚୟନ ହୋଇଥିବା ପୁଲିସ୍ କର୍ମଚାରୀମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଏହି ସମ୍ମାନ ପାଇବେ । ମୋଟ ୧୭ ଜଣଙ୍କୁ ଏହି ସମ୍ମାନ ମିଳିବା ଓଡ଼ିଶା ପୁଲିସ୍ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଗୌରବର ବିଷୟ । ରାଜ୍ୟର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷାରେ ନିଷ୍ଠାପର ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀଙ୍କୁ ଜାତୀୟ ସ୍ତରରେ ମିଳିଛି ଏହି ସ୍ୱୀକୃତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories