Videos
|
Odisha

Odisha Next DGP / ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ 'ସୁପ୍ରିମ' ବ୍ରେକ୍; ୧୮ ତାରିଖ ଶୁଣାଣି ଯାଏଁ ଝୁଲିଲା ନିଯୁକ୍ତି ପ୍ରକ୍ରିୟା

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ 'ସୁପ୍ରିମ' ବ୍ରେକ୍; ୧୮ ତାରିଖ ଶୁଣାଣି ଯାଏଁ ଝୁଲିଲା ନିଯୁକ୍ତି ପ୍ରକ୍ରିୟା
Odisha Next DGP

Key Points

ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ 'ସୁପ୍ରିମ' ବ୍ରେକ୍
ଆଗାମୀ ୧୮ ତାରିଖ ଶୁଣାଣି ଯାଏଁ ଝୁଲିଲା ନିଯୁକ୍ତି ପ୍ରକ୍ରିୟା
ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ ଲାଗିଛି 'ସୁପ୍ରିମ' ବ୍ରେକ୍ । କାରଣ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ UPSCକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଗାମୀ ୧୮ ତାରିଖରେ ଏ ସମ୍ପର୍କିତ ଜନସ୍ଵାର୍ଥ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ସେ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି ସେନେଇ ଆଜି ଦିଲ୍ଲୀରେ UPSC ବୈଠକରେ ଚୂଡ଼ାନ୍ତ ହେବାର ଥିଲା । କିନ୍ତୁ କୋର୍ଟ ଏହି ବୈଠକକୁ ଘୁଞ୍ଚାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ପୋଲିସ ଡିଜି ନିଯୁକ୍ତିରେ ପ୍ରକାଶ ସିଂ ମାମଲା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା କୋର୍ଟଙ୍କୁ ଜଣାଇଥିଲେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ । କିଛି ଜୁନିଅର ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ପ୍ୟାନେଲରେ ସାମିଲ କରାଯାଇଥିବା ସେ ଅଭିଯୋଗ ବାଢ଼ିଥିଲେ । ତେବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏଭଳି କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଦର୍ଶାଇ ଯୁକ୍ତି ଉପସ୍ଥାପନ କରିଥିଲେ ।

ସୁପ୍ରିମକୋର୍ଟ ମଧ୍ୟ ଉପଲବ୍ଧି କରିଥିଲେ ଯେ, PILର କୌଣସି ବୈଧତା ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ମଧ୍ୟ କୌଣସି ଅଧିକାରୀ ଏଭଳି ଅଭିଯୋଗ ନେଇ କୋର୍ଟଙ୍କ ପାଖକୁ ଆସିନଥିବାରୁ PILର ବୈଧତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ହେଲେ ଆମିକସ କ୍ୟୁରୀ ରାଜୁ ରାମଚନ୍ଦ୍ରନ ତାଙ୍କ ପ୍ରତିକ୍ରିୟାରେ, ପ୍ରକାଶ ସିଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୋଇଥିବା ଅନୁଭବ କରୁଥିବା ମତ ରଖିଥିଲେ । ତେଣୁ ଆମିକସ କ୍ୟୁରୀଙ୍କ ମତାମତ ଆଧାରରେ କୋର୍ଟ ଆଜିର UPSC ବୈଠକକୁ ସ୍ଥଗିତ ରଖିବା ସହ ଆଗାମୀ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୧୮ ତାରିଖ ଶୁଣାଣି ନସରିବା ଯାଏଁ ଝୁଲି ରହିବ ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ।

ପଢନ୍ତୁ ଏହି ଖବର: ଚଳିଲାନି Loan, EMI ବାହାନା; ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ୯୦ ଲକ୍ଷ ଦେବେ ସ୍ଵାମୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଅଗଷ୍ଟ ୭ ତାରିଖରେ ୩ ଜଣ ଡିଜିପି ପାହ୍ୟା ଅଧିକାରୀଙ୍କ ନାଁ ଥିବା ତାଲିକା UPSCକୁ ଦେଇଥିଲା ରାଜ୍ୟ ସରକାରଙ୍କ ଗୃହ ବିଭାଗ । ଅଭିଯୋଗ ଅନୁସାରେ ପରବର୍ତ୍ତୀ ସମୟରେ ଏକ ସାନି ତାଲିକା ଦିଆଯାଇଥିବାବେଳେ ଏଥିରେ ୧୧ ଜଣଙ୍କ ନାଁ ସୁପାରିଶ କରାଯାଇଥିଲା । ଏହାରି ଭିତରେ ଦୁଇଜଣ ADG ପାହ୍ୟା ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ DG ପାହ୍ୟାକୁ ପଦୋନ୍ନତି ମଧ୍ୟ ଦିଆଯାଇଥିଲା । ଯାହା ପରେ ଏହି ପୂରା ମାମଲା କାଠଗଡ଼ାରେ ଛିଡ଼ା ହୋଇଛି । ଅନ୍ୟପଟେ ଆଗାମୀ ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି ।
Odisha's Next DGP: Supreme Court Halts UPSC Selection Meeting Till August 18 | Argus News