Advanced Cancer Treatment / କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
·1 month ago·2 min read

Key Points
କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସି ଖବର
କ୍ୟାନସର ଚିକିତ୍ସା ପ୍ୟାକେଜ୍ ବୃଦ୍ଧି କଲେ ରାଜ୍ୟ ସରକାର
୯୧ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ
ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ
କ୍ୟାନସର ଚିକିତ୍ସା ପ୍ୟାକେଜ୍ ବୃଦ୍ଧି କଲେ ରାଜ୍ୟ ସରକାର
୯୧ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ
ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ
ଭୁବନେଶ୍ବର,୦୬/୦୮: ରାଜ୍ୟରେ କର୍କଟ ରୋଗୀ ଆଉ ହନ୍ତସନ୍ତ ହେବେନି। କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କର୍କଟ ଯତ୍ନ ଅଭିଯାନ ଅଧୀନରେ ଅତିରିକ୍ତ ୯୧ଟି କର୍କଟ ଚିକିତ୍ସା ପ୍ୟାକେଜକୁ ଓଡ଼ିଶା ପରିପ୍ରେକ୍ଷୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ୍ଜେଏୱାଇ) ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ)ରେ ସାମିଲ କରାଯାଇଛି। ଏହି ଦୁଇ ସମନ୍ବିତ ଯୋଜନାରେ ପୂର୍ବରୁ ୨୧୬୩ଟି ଚିକିତ୍ସା ପ୍ୟାକେଜ ଉପଲବ୍ଧ ଥିଲା। ୯୧ଟି ନୂତନ ପ୍ୟାକେଜ ସାମିଲ ହେବା ପରେ ସମୁଦାୟ ଚିକିତ୍ସା ପ୍ୟାକେଜ ସଂଖ୍ୟା ୨୨୫୪ରେ ପହଞ୍ଚିଛି। କର୍କଟ ଭଳି ଜଟିଳ ଓ ପ୍ରାଣଘାତୀ ରୋଗରେ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ବୈଜ୍ଞାନିକ ଚିକିତ୍ସା ଅତ୍ୟନ୍ତ ଜରୁରି। ସର୍ଜରି, କେମୋଥେରାପି, ରେଡିଏସନ ଓ ଅନ୍ୟାନ୍ୟ ବହୁ ବିଭାଗର ସମନ୍ୱିତ ଚିକିତ୍ସା ପଦ୍ଧତି ଉପରେ କର୍କଟ ଚିକିତ୍ସା ନିର୍ଭରଶୀଳ। କର୍କଟରେ ଆକ୍ରାନ୍ତ ସାଧାରଣ ଲୋକଟିଏ ଖର୍ଚ୍ଚାନ୍ତ ହେଉଥିବାରୁ ରାଜ୍ୟ ସରକାର କର୍କଟ ଚିକିତ୍ସା ପ୍ୟାକେଜକୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାମିଲ କରିଛନ୍ତି। ୨୦୨୬-୨୭ ବଜେଟ୍ରେ ଏଥିପାଇଁ ୩୧୧ କୋଟି ବ୍ୟୟବରାଦ କରାଯାଇଛି।
ସମୁଦାୟ ଚିକିତ୍ସା ପ୍ୟାକେଜ୍ ସଂଖ୍ୟା ୨୨୫୪କୁ ବୃଦ୍ଧି
୨୦୨୬-୨୭ବର୍ଷରେ କର୍କଟ ଚିକିତ୍ସା ବାବଦରେ ୩୧୧କୋଟିର ବଜେଟ୍ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ନିଜ ଉଦ୍ୟମରେ କର୍କଟ ରୋଗର ଦେୟମୁକ୍ତ ଚିକିତ୍ସା ଯୋଗାଇବେ। ଏଥିପାଇଁ ୩୧୧କୋଟିର ପ୍ରାବଧାନ ହୋଇଛି। ଗୋଷ୍ଠୀ ସଚେତନତା, ଭ୍ରାମ୍ୟମାଣ କ୍ୟାମ୍ପ, ଡିଜିଟାଲ ହବ୍ ଓ ସ୍ପୋକ ମଡେଲ ଓ ମାଗଣା ଯାତାୟାତ ସୁବିଧା ନିମନ୍ତେ ଏହା ଖର୍ଚ୍ଚ ହେବ। ଏହି ସମସ୍ତ ପ୍ୟାକେଜ ଅନୁଯାୟୀ ମାଗଣା ଚିକିତ୍ସା ସେବା ପ୍ରଦାନ ପାଇଁ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର ଅନେକ କର୍କଟ ରୋଗୀ ଇତିମଧ୍ୟରେ ସୁବିଧା ପାଇବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ଗୁଣାତ୍ମକ ଚିକିତ୍ସା ପାଇବେ, ସେଥିପାଇଁ ସରକାର ସ୍ୱାସ୍ଥ୍ୟ ସେବାର ପରିସର ବୃଦ୍ଧି ଜାରି ରଖିଛନ୍ତି। ଉଲ୍ଲେଖ ଯେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ କର୍କଟ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୨୧ଟି ପ୍ୟାକେଜ୍କୁ ସାମିଲ କରିଛନ୍ତି। ଏହାଭିତରେ ୯୧ଟି ପ୍ୟାକେଜ୍କୁ ଏଥିରେ ସାମିଲ କରାଯାଇଛି।
ପଢନ୍ତୁ ଏହି ଖବର: ସୁଗାର-ଫ୍ରି ସେବନ ଦ୍ୱାରା ମସ୍ତିଷ୍କ ଉପରେ ପଡ଼େ ଖରାପ ପ୍ରଭାବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାରେ ସାଧାରଣ ଲୋକଙ୍କୁ ଉନ୍ନତ ଓ କ୍ୟାଶଲେସ୍ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନା (PMJAY-GJAY) କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ପରିବାରଗୁଡ଼ିକ ସରକାରୀ ଓ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରେ କ୍ୟାଶଲେସ୍ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଏହା ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ ରୂପ।
ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭରେଜ୍ ମିଳିଥାଏ। ଏହାସହ ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିଛି। ଏହି କଭରେଜ୍ ଅଧୀନରେ ବିଭିନ୍ନ ଗୁରୁତର ରୋଗର ଅସ୍ତ୍ରୋପଚାର, ଭର୍ତ୍ତି ଚିକିତ୍ସା, ଡାଏଲିସିସ୍, କ୍ୟାନ୍ସର ଚିକିତ୍ସା ସମେତ ଅନେକ ସେବା ଉପଲବ୍ଧ ରହିଛି।

Related Topics
Explore more stories