Videos
|
Odisha

Aam Saathi Chatbot / "ଆମ ସାଥି" Chatbotର ଶୁଭାରମ୍ଭ କଲେ ରାଜ୍ୟ ସରକାର, WhatsAppରେ ମିଳିବ ୧୩୨ ସେବା

Sushanta Sahoo
Browse all articles by Sushanta Sahoo
·11 months ago·2 min read
"ଆମ ସାଥି" Chatbotର ଶୁଭାରମ୍ଭ କଲେ ରାଜ୍ୟ ସରକାର, WhatsAppରେ ମିଳିବ ୧୩୨ ସେବା

Key Points

ଗୋଟିଏ କ୍ଲିକ୍‌ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅପଡେଟ୍ ମିଳିବ । ଜନ୍ମ ପ୍ରମାଣପତ୍ର ହେଉ କି ଆୟ ପ୍ରମାଣପତ୍ର ପାଇଁ ଆଉ ସରକାରୀ ଅଫିସ୍‌କୁ ଯିବାକୁ ପଡ଼ିବନି ।

ଭୁବନେଶ୍ଵର: ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍ । ସମୟରେ ମିଳିବ ସରକାରୀ ସେବା, ତାହା ପୁଣି ହାତ ପାହାନ୍ତାରେ । ଗୋଟିଏ କ୍ଲିକ୍‌ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅପଡେଟ୍ ମିଳିବ । ଜନ୍ମ ପ୍ରମାଣପତ୍ର ହେଉ କି ଆୟ ପ୍ରମାଣପତ୍ର ପାଇଁ ଆଉ ସରକାରୀ ଅଫିସ୍‌କୁ ଯିବାକୁ ପଡ଼ିବନି । ଏଣିକି ହ୍ଵାଟ୍ସଆପ୍‌ରେ ଗୋଟିଏ କ୍ଲିକ୍‌ରେ ୧୩୨ଟି ସରକାରୀ ସେବା ମିଳିବ ।


ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି "ଆମ ସାଥି" ଚାଟବଟ୍ ଏବଂ ସେଣ୍ଟ୍ରାଲ୍ ମନିଟରିଂ ସିଷ୍ଟମ୍ ୨.୦ । ଏଥିପାଇଁ "ଆମ ସାଥି" ହ୍ଵାଟ୍ସଆପ୍ ଚାଟ ବଟ ନମ୍ବର 9437292000ରେ ମେସେଜ ଦେଲେ ୧୩୨ଟି ସେବା ଉପଲବ୍ଧ । ସରକାରଙ୍କ ପକ୍ଷରୁ ୧୩୨ଟି ସେବା ଏଥିରେ ଉପଲବ୍ଧ କରାଯାଇଛି । ଏହାକୁ ମୁଖ୍ୟ ଶାସନ ସଚିବ ଲୋକାର୍ପଣ କରିଛନ୍ତି ।


ଏଥିସହ ପଢ଼ନ୍ତୁ: ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଚାଟ ବଟରେ ଆବେଦନ କରିଥିବା ସେବାର ସ୍ଥିତି ସହ କେବେ ପ୍ରମାଣପତ୍ର ମିଳିବ ତାହା ଜାଣିପାରିବେ । ନିର୍ଦ୍ଧାରିତ ସମୟ ସୀମା ଭିତରେ ସେବା ନ ମିଳିଲେ ଆବେଦନକାରୀ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ପାରିବେ ସରକାର । ଏହି ହ୍ଵାଟ୍ସଆପ ଚାଟ ବଟରେ କୌଣସି ସେବା ପାଇଁ ଜଣେ ଆବେଦନ କରି ଟ୍ରାକ ମଧ୍ୟ କରି ପାରିବେ । ଆବେଦନର ସ୍ଥିତି କଣ, କେଉଁଠି ଅଟକିଛି ତାହା ମଧ୍ୟ ଜାଣିପାରିବେ । ବିଳମ୍ବ ହେଉଥିଲେ ତାର କାରଣ ମଧ୍ୟ ଜାଣିପାରିବେ ।


ଏଥିସହ ପଢ଼ନ୍ତୁ: ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା


ଆବେଦନ ପାଇଁ ଆବଶ୍ୟକ ଫି' ମଧ୍ୟ ସେହି ଚାଟ ବଟ୍ ମାଧ୍ୟମରେ ଦାଖଲ କରି ହେବ । ଏହି ସେବା ୭ ଦିନ ୨୪ ଘଣ୍ଟା ଉପଲବ୍ଧ ହେବ । ଆବେଦନ ସହ ତାର ସ୍ଥିତି ଏବଂ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସମସ୍ତ ନୋଟିଫିକେସନ୍ ସେଥିରେ ଗୋଟିଏ ସ୍ଥାନରେ ମିଳିବ । ତେବେ କୌଣସି ଆବେଦନ ଅଧାରୁ ହ୍ଵାଟ୍ସଆପ୍ ଚାଟକୁ କାଟିଦେଲେ ପୁଣି ଥରେ ପ୍ରଥମରୁ ଆବେଦନ କରିବାକୁ ପଡ଼ିବ ।


ମିଳିବ କେଉଁ କେଉଁ ସେବା ?


ହ୍ଵାଟ୍ସଆପ ଚାଟ ବଟ ଜରିଆରେ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ମିଳୁଥିବା ସେବା ଇନକମ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ବାସ ସ୍ଥାନ ପ୍ରମାଣପତ୍ର, ଜମି କିଣାବିକା ବାବଦ ସମସ୍ତ ସେବା ସହ ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆଦି ମିଳିବ । ଏହି ଚାଟ ବଟରେ ଓଡ଼ିଆରେ ଜଣେ ମେସେଜ କରି ଆବେଦନ କରିପାରିବେ ।

Related Topics

Explore more stories