|
logo
Live

Argus News - ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

Odisha

Vehicle Scrapping / ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

Key Points

ଏବେ ରାଜ୍ୟ ସରକାରଙ୍କ ପାଖରେ ୫ ହଜାରରୁ ଅଧିକ ଗାଡ଼ି ରହିଛି, ବାହାନ ପୋର୍ଟାଲ୍ ତଥ୍ୟ ଅନୁସାରେ ସେ ସବୁ ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା । ଉକ୍ତ ପୁରୁଣା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରିବା ଲାଗି ଚିଠିରେ ଉଲ୍ଲେଖ କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ପୁରୁଣା ଗାଡ଼ି ଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ।

ଭୁବନେଶ୍ଵର: କୌଣସି ସରକାରୀ ବିଭାଗରେ ବ୍ୟବହାର ହେବନି ପୁରୁଣା ଗାଡ଼ି । ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସମସ୍ତ ବିଭାଗର କମିଶନର ତଥା ସଚିବଙ୍କୁ ଚିଠି ଲେଖା ଯାଇଛି ।


ସେପ୍ଟେମ୍ବର ୨୨ରେ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ଗାଡ଼ିକୁ ସ୍କ୍ରାପ୍ କରାଯିବ । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ପ୍ରାୟ ୪ ହଜାର ଗାଡ଼ିକୁ ସ୍କ୍ରାପ୍ କରିଛନ୍ତି । ଯେଉଁଥିରୁ ସରକାରଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଵତନ୍ତ୍ର ସହାୟତା ଆକାରରେ ୩୦୦ କୋଟି ମିଳିଛି ।


ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ୧୦ ହଜାର


ଏବେ ରାଜ୍ୟ ସରକାରଙ୍କ ପାଖରେ ୫ ହଜାରରୁ ଅଧିକ ଗାଡ଼ି ରହିଛି, ବାହାନ ପୋର୍ଟାଲ୍ ତଥ୍ୟ ଅନୁସାରେ ସେ ସବୁ ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା । ଉକ୍ତ ପୁରୁଣା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରିବା ଲାଗି ଚିଠିରେ ଉଲ୍ଲେଖ କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ପୁରୁଣା ଗାଡ଼ି ଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ।


ଏଥିପାଇଁ କ୍ଷେତ୍ର ଅଧିକାରୀଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସ୍କ୍ରାପିଂ ଗାଡ଼ି ବାବଦରେ ଅବଗତ କରିବାକୁ କୁହାଯାଇଛି । କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କଲେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ । ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା


ରାଜ୍ୟ ସରକାର ସ୍କ୍ରାପିଂ କରୁଥିବା ପୁରୁଣା ଗାଡ଼ି ଅନୁସାରେ ସ୍ଵତନ୍ତ୍ର ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ୨୦୨୫-୨୬ ବର୍ଷ ଲାଗି ଗାଡ଼ିର ସଂଖ୍ୟା ଅନୁସାରେ ସହାୟତା ମିଳିବ । ୫୦୦ଟି ଗାଡ଼ି ସ୍କ୍ରାପିଂ ହେଲେ ଗାଡ଼ି ପିଛା ୫୦ ହଜାର ମିଳିବ । ସେହିଭଳି ୬୦୦୦ରୁ ଅଧିକ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ମିଳିବ ଦେଢ଼ ଲକ୍ଷ ଟଙ୍କା ।


କେତେ ଗାଡ଼ିକୁ କେତେ ଟଙ୍କା ?


Related Topics

Explore more stories

Sponsored
Vehicle Scrapping: ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର | Argus News