Videos
|
Odisha

Anganwadi / ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର, ବର୍ଷକୁ ୨ଟି ଶାଢୀ ପାଇଁ ମିଳିବ ୧୫୦୦ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର, ବର୍ଷକୁ ୨ଟି ଶାଢୀ ପାଇଁ ମିଳିବ ୧୫୦୦ ଟଙ୍କା
Anganwadi Saree Allowance

Key Points

ଅଙ୍ଗନବାଡ଼ି କର୍ମୀଙ୍କୁ ଶାଢୀ ବାବଦରେ ଅଧିକ ଟଙ୍କା ମିଳିବ
ବାର୍ଷିକ ୨ଟି ଶାଢୀ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା
ପୂର୍ବରୁ ଶାଢୀ ବାବଦରେ ପ୍ରତ୍ୟେକ ମହିଳାଙ୍କୁ ମିଳୁଥିଲା ୧୩୯୦ ଟଙ୍କା
ଅଙ୍ଗନବାଡ଼ିରେ ୩ ଦିନିଆ 'ଅଙ୍ଗନ ଉତ୍ସବ'ର ଶୁଭାରମ୍ଭ । 'ଦୀପ୍ତି ପୋର୍ଟାଲ' ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ଚାଲିଥିବା ପୋଷଣ ମାସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ତିନି ଦିନିଆ 'ଅଙ୍ଗନ ଉତ୍ସବ'ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 'ଦୀପ୍ତି ପୋର୍ଟାଲ'ର ଉନ୍ମୋଚନ କରିବା ସହ 'ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ' ଥିମ୍‌ରେ ଜନ ଭାଗୀଦାରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଅଙ୍ଗନୱାଡ଼ି କର୍ମୀଙ୍କୁ ଶାଢ଼ୀ ବାବଦରେ ଏବେ ମିଳିବ ଅଧିକ ଟଙ୍କା । ବାର୍ଷିକ ୨ଟି ଶାଢୀ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା । ପୂର୍ବରୁ ଶାଢୀ ବାବଦରେ ପ୍ରତ୍ୟେକ ମହିଳାଙ୍କୁ ମିଳୁଥିଲା ୧୩୯୦ ଟଙ୍କା ।


ସେପଟେ ୩ ଦିନିଆ 'ଅଙ୍ଗନ ଉତ୍ସବ'ର କାର୍ଯ୍ୟସୂଚୀ ମଧ୍ୟ ନିଦ୍ଧାରଣ କରାଯାଇଛି । ୨୭ ତାରିଖରେ ଅଙ୍ଗନବାଡ଼ି ସ୍ତରରେ ପୋଷଣ ଓ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ ହେବ । ଏଥର କେବଳ ମା'ମାନେ ନୁହଁନ୍ତି, ବରଂ ନୂଆ ପିତାମାନଙ୍କୁ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ କରାଯାଇଛି । ୨୮ ତାରିଖରେ ଶିଶୁ, ବାପା ଓ ମା'ମାନଙ୍କୁ ନେଇ ଗଳ୍ପ କଥନ, ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶେଷ ଦିନ ଅଙ୍ଗନ ଉତ୍ସବ ତଥା ତୃଣମୂଳ ସ୍ତରରେ ନିରନ୍ତର ସେବା ଯୋଗାଉଥିବା ଅଙ୍ଗନବାଡ଼ି ୱାର୍କର, ହେଲ୍ପର ଓ ଆଶା ଦିଦିମାନଙ୍କୁ ସମ୍ମାନିତ କରାଯିବ । ଏହାସହ ସୁଭଦ୍ରା, ମମତା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଓ ପିଏମ୍ ଆବାସ ଆଦି ଯୋଜନାର ହିତାଧିକାରୀମାନଙ୍କୁ ସାମିଲ କରାଯିବ ।

ସେହିପରି ଇଲେକ୍ଟ୍ରିକ୍ ବିଲ୍ ପୈଠ ଦିଗରେ ଅଙ୍ଗନବାଡି କର୍ମୀଙ୍କୁ ଆଉ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି । ଏଥର ଅଙ୍ଗନବାଡି କେନ୍ଦ୍ରରେ ବସି ଦୀପ୍ତି ପୋର୍ଟାଲ ମାଧ୍ୟମରେ ଇଲେକ୍ଟ୍ରି ବିଲ୍‌ ଭରିପାରିବେ ଅଙ୍ଗନବାଡ଼ି କର୍ମୀ ।

ଏଥି ସହ ପଢନ୍ତୁ : ଅଙ୍ଗନବାଡି ପିଲାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ବଢ଼ିଲା ପୋଷାକ ଖର୍ଚ୍ଚ



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: