Videos
|
Odisha

Anganwadi Workers Salary Hike / ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ୩ ଗୁଣା ବୃଦ୍ଧି ପାଇଲା ଅବସରକାଳୀନ ସହାୟତା ରାଶି

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·1 min read
ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ୩ ଗୁଣା ବୃଦ୍ଧି ପାଇଲା ଅବସରକାଳୀନ ସହାୟତା ରାଶି
Anganwadi Workers Salary Hike

Key Points

ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ନେଇ ବିଧାନସଭାରେ ଘୋଷଣା
ଅଙ୍ଗନବାଡି କର୍ମୀଙ୍କ ଦରମା ୧୦ ହଜାରରୁ ୧୨ ହଜାରକୁ ବୃଦ୍ଧି
ଅଙ୍ଗନବାଡି ସହାୟିକାଙ୍କ ଦରମା ୫ ହଜାର ଟଙ୍କାରୁ ୬
ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ସେମାନଙ୍କ ଦରମା ସହିତ ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଅବସରକାଳୀନ ଆର୍ଥିକ ସହାୟତା ରାଶିରେ ବୃଦ୍ଧି କରାଯାଇଛି । ବିଧାନସଭା ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି ।

ଘୋଷଣା ଅନୁଯାୟୀ, ଅଙ୍ଗନବାଡ଼ି ଦିଦିଙ୍କ ମାସିକ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୧୨ ହଜାର ଟଙ୍କା କରାଯାଇଛି । ସେହିପରି ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୬ ହଜାର ଟଙ୍କା ହୋଇଛି ।

କେବଳ ଦରମା ନୁହେଁ, ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଦୁଇଗୁଣ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରାଶି ୨ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାକୁ ୪ ଲକ୍ଷ ଟଙ୍କା କରାଯାଇଛି ।

ସେହିପରି ଅବସରକାଳୀନ ଆର୍ଥିକ ସହାୟତା ରାଶିକୁ ତିନିଗୁଣ ବୃଦ୍ଧି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏହି ରାଶି ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ହୋଇଥିବାବେଳେ ସହାୟିକାଙ୍କ ପାଇଁ ୫୦ ହଜାର ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପକୃତ ହେବେ। ଏହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ଦୀର୍ଘଦିନର ଦାବି ପୂରଣ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି ।