Free Rice Scheme Odisha / ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ହିତାଧିକାରୀଙ୍କୁ ମିଳିବ ୫ କେଜି ଅତିରିକ୍ତ ଚାଉଳ
·8 hours ago·2 min read

Key Points
କ୍ଷୁଧାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା
ଉପକୃତ ହେବେ ୩ କୋଟି ୨୮ ଲକ୍ଷ ଲୋକ

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । ଏହି ବୈଠକରେ ୧୩ଟି ବିଭାଗର ମୋଟ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ଉଚ୍ଚଶିକ୍ଷାରେ ସଂରକ୍ଷଣ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ନେଇଛନ୍ତି ଅନେକ ଐତିହାସିକ ନିଷ୍ପତ୍ତି ।
ରାଜ୍ୟର ଖାଉଟିଙ୍କ ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୧ କୋଟି ୯୬ ଲକ୍ଷ ୨୯୭ ପରିବାର ଉପକୃତ ହେବେ । ମୋଟ ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ଲୋକ ଏହାର ସୁଫଳ ପାଇବେ । ଏଥିପାଇଁ ସରକାର ମାସିକ ୭୩୪ କୋଟି ଟଙ୍କା ଏବଂ ବାର୍ଷିକ ପ୍ରାୟ ୮,୮୧୩ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।
ସେହିପରି ରାଜ୍ୟର ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନ୍ୟାୟ ଦେବା ପାଇଁ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛନ୍ତି । ନୂତନ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ୧୨% ରୁ ବୃଦ୍ଧି କରାଯାଇ ୨୨.୫% କରାଯାଇଛି । ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷଣ ୮% ରୁ ବୃଦ୍ଧି କରାଯାଇ ୧୬.୨% କରାଯାଇଛି । ସେହିପରି SEBC ଓ ପଛୁଆ ବର୍ଗଙ୍କ ପାଇଁ ପ୍ରଥମ ଥର ପାଇଁ ୧୧.୨% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ।
ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ଭିତରେ ରହିଛି ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା । ଏହି ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟର ହଜାର ହଜାର ବୁଣାକାର ଏହି ଯୋଜନାରେ ଉପକୃତ ହେବେ । ସେହିପରି ଆଖୁ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ । ବଡ଼ମ୍ବା ସମବାୟ ଚିନିକଳ ଖୋଲିବା ନେଇ ମଧ୍ୟ କ୍ୟାବିନେଟରେ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ୩୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂ ଦେଓଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories