Videos
|
Odisha

Weather Warning / ଓଡ଼ିଶାରେ ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା

Bikash Mohanty
Browse all articles by Bikash Mohanty
·2 hours ago·2 min read
ଓଡ଼ିଶାରେ ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା
Low Pressure

Key Points

ଓଡ଼ିଶାକୁ ଆସୁଛି  ଆଉ ଏକ ଲଘୁଚାପ!
ଲଘୁଚାପ ଘନୀଭୂତ ହୋଇ ହୋଇ ଅବପାତ
ଓ ପରେ ଗଭୀର ଅବପାତ ହୋଇପାରେ
ପାର୍ବଣକୁ ପାଣିଚିଆ କରିପାରେ ବର୍ଷା
ୟୁରୋପୀୟ ମଡେଲର ପୂର୍ବାନୁମାନ

ଭୁବନେଶ୍ବର,୦୮/୧୦: ଓଡିଶା ଉପରେ ଆଉ ଏକ ଲଘୁଚାପର ପ୍ରଭାବ ଥିବା ନେଇ ୟୁରୋପୀୟ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ ତାଜା ପୁର୍ବାନୁମାନ।ଉକ୍ତ ଲଘୁଚାପ ପ୍ରଭାବରେ ପାର୍ବଣକୁ ପାଣିଚିଆ କରିପାରେ ବର୍ଷା। ୟୁରୋପିୟ ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ହୋଇ ଅବପାତ ଓ ପରେ ଗଭୀର ଅବପାତ ହୋଇପାରେ । ତେବେ ଗଭୀର ଅବପାତରୁ ସାମାନ୍ୟ ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ

ବଙ୍ଗୋପସାଗରରେ ସିଷ୍ଟମ ଗଠନର ଆଶଙ୍କା ରହିଛି। ପୂର୍ବ ଅପେକ୍ଷା ଆଶଙ୍କା ବଢ଼ିଛି। ନ୍ୟାସନାଲ ଓସେନିକ୍ ଆଣ୍ଡ ଟମୋସ୍ପିୟରିକ୍ ଆଡମିନଷ୍ଟ୍ରେସନ (ଏନଓଏଏ) ପୂର୍ବାନୁମାନ ଅନୁସାରେ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ହୋଇପାରେ। ଏହା ସୃଷ୍ଟି ହେବାର ସମ୍ଭାବନା ୨୦ରୁ ୪୦ ପ୍ରତିଶତ । ଲଘୁଚାପ ଗଠନ ପାଇଁ ପାଣିପାଗ ଅନୁକୂଳ ରହିଥିବା କୁହାଯାଇଛି।

ସମ୍ଭାବ୍ୟ ଲଘୁଚାପ କେଉଁଠାରେ ସୃଷ୍ଟି ହେବ ଓ ଗଠିତ ହେବ ତାହା ଏବେଠୁ କହିବା ସହଜ ନୁହେଁ । ଭର୍ଟିକାଲ ୱିଣ୍ଡ ସିଅର ( ଲମ୍ବା ବାୟୁ ପ୍ରବାହର ପରିବର୍ତ୍ତନ) କମିଲେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ। ୮୫୦- ୨୦୦ ଏନପିଏ ସ୍ତରରେ ପବନର ବେଗ ଓ ଦିଗର ବ୍ୟବଧାନ କମି ଅନୁକୂଳ ହେଲେ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବଢ଼ିବ । ତେବେ ୧୦ରୁ ୧୨ ତାରିଖ ବେଳକୁ ଲଘୁଚାପର କେତେ ପ୍ରଭାବୀ ହେବ, ସେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ।

ପଢନ୍ତୁ ଏହି ଖବର: ଆଜିଠାରୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପର ପୂର୍ବାନୁମାନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳୁଛି। ଭାରତ ମହାସାଗର ଉପରେ ଏମଜେଓ ଅଧିକ ଅନୁକୂଳ ହୋଇପାରେ। ଇସିଏମଡବଲୁଏଫ୍ ଓ ଜିଇଏଫଏସ୍ ମଡେଲ ଅନୁସାରେ, ଲଘୁଚାପ ଗଠନ ପାଇଁ ପରିବେଶ ଅନୁକୂଳ ଅଛି। ଏବେ ଓଡ଼ିଶା ଉପରେ ସିଧାସଳଖ ବିପଦର ଆଶଙ୍କା ନ ଥିବାରୁ ଭୟଭୀତ ନ ହେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଆସନ୍ତା ତିଦି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ। ଗତକିଛି ଦିନ ଧରି ରାଜଧାନୀରେ ତାପମାତ୍ରା ଅଧିକ ରହୁଥିବା ବେଳେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏହା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୋଳ ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ନୂଆପଡା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ଦେଖିବାକୁ ମିଳିପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।