Assembly Session / ବିଧାନସଭାରେ ପ୍ରଶ୍ନ ପଚାରି ଫସିଗଲେ ରାଜା ସ୍ବାଇଁ, ତେରେଚ୍ଛା ବାଣ ମାରିଲେ ଉପମୁଖ୍ୟମନ୍ତ୍ରୀ

Key Points
ବିଧାନସଭାରେ ପ୍ରଶ୍ନ ପଚାରି ଫସିଲେ ବିଜେଡି ବିଧାୟକ ରାଜା ସ୍ବାଇଁ। ଶୀତଳ ଭଣ୍ଡାର ତେରେଚ୍ଛା ବାଣ ମାରିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ନିଜେ କ୍ଷମତାରେ ଥିବାବେଳେ ବିଜେଡି କରିପାରିନଥିଲା ଶୀତଳ ଭଣ୍ଡାର।
ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଉତ୍ତରରେ ଓଲଟା ରାଜା ସ୍ୱାଇଁଙ୍କୁ ତେରେଚ୍ଛା ବାଣ ମାରିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ରାଜା ପଚାରିଥିଲେ ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ ? ଏହାର ଉତ୍ତରରେ ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ କେଭି ସିଂଦେଓ ।
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ । ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି । ଆମ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଉଛୁ । ହେଲେ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି । ସାର ଆନ୍ଦୋଳନ ଯେଉଁଠି ହେଉଛି କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି । ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ । ଆମେ କରିକି ଦେଖାଉବୁ । ସବୁ ସବଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ୨୦୨୪ରୁ ପାଞ୍ଚ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରବଧାନ ଅଛି । ଯେଉଁ ୫୮ ଉପଖଣ୍ଡରେ ଗୋଟେ ଲେଖାଏଁ ଶୀତଳ ଭଣ୍ଡାର କଥା ସରକାର କହିଥିଲେ, ତାହା ପିପିପି ମୋଡ଼ରେ ହେବ । ଏନେଇ ଗୋ ସୁଗମ ଆପ୍ ଜରିଆରେ ୧୩ଟି ଆବେଦନ ଆସିଛି । ଯେଉଁଥିରୁ ୩ ଆବେଦନକୁ କାର୍ଯ୍ୟ ଆଗେଇବାକୁ ଗୋ ଆହେଡ୍ ଦିଆଯାଇଛି । ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି । ଏଥିସହ ଗୋଟେ ଅଚଳ ଶୀତଳ ଭଣ୍ଡାର ଖୋଲିବାକୁ ବି ପଦକ୍ଷେପ ନିଆଯାଉଛି ବୋଲି ଗୃହରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
📱 Get Argus News App
✨
ସେହିପରି ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି । ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରୁଛନ୍ତି ସରକାର । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଏ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ର କୃଷ୍ଣଚନ୍ଦ୍ର ପାତ୍ର । ଏହାସହ ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ମୋଟ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
Related Topics
Explore more stories