Odisha Assembly / ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

Key Points
ଗୋଟିଏ ଦିନ କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ସରିଛି । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି । ଗୃହରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ସାରିଥିବା ବେଳେ ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।
ଭୁବନେଶ୍ଵର: ଦିନକ ପୂର୍ବରୁ ସରିଲା ବିଧାନସଭା । ଗୋଟିଏ ଦିନ କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ସରିଛି । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି । ଗୃହରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ସାରିଥିବା ବେଳେ ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।
ଯାହାକୁ ଏକାଧିକ ବିଧାୟକ ମାନେ ସମର୍ଥନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଚଳିତ ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଥିଲା । ୨ଟି ବିଲ୍ ଆସିବା ସହ ଜିଏସଟି ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭାରେ ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍-୨୦୨୫ ପାରିତ ହୋଇଛି ।
ଏଥିସହ ପଢ଼ନ୍ତୁ: ରାସନକାର୍ଡ ହିତାଧିକାରୀଙ୍କୁ ନେଇ ଯୋଗାଣମନ୍ତ୍ରୀ ଦେଲେ ବଡ଼ ବୟାନ...
📱 Get Argus News App
✨
ସେହିପରି ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ ହୋଇଛି ଗୃହରେ । ୬ ଦିନ ଧରି ବେଶ ସରଗରମ ଥିଲା ବିଧାନସଭା ଅଧିବେଶନ । ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧି ଏବଂ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟ ପ୍ରସଙ୍ଗରେ ୬ ଦିନ ଧରି ପ୍ରତିବାଦ ଜାରି ରଖିଥିଲେ ବିରୋଧୀ ।
ଯାହା ଫଳରେ ଗୋଟିଏ ଦିନ ବି ସ୍ୱାଭାବିକ ହୋଇ ପାରିନଥିଲା ପ୍ରଶ୍ନକାଳ । ବିରୋଧୀଙ୍କ ହଟ୍ଟଗୋଳ ଓ ହୋ ହଲ୍ଲା ପାଇଁ ଗୃହ ମୁଲତବି ହେଉଥିବାରୁ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଆଲୋଚନା ହୋଇ ପାରି ନଥିଲା । ଏହା ବାଦ କଂଗ୍ରେସ ପକ୍ଷରୁ ଏହି ଅଧିବେଶନରେ ଦୁଇ ଦୁଇ ଥର ଅନାସ୍ଥା ନୋଟିସ୍ ଆସିଥିଲେ ବି ଅଗ୍ରାହ୍ୟ କରିଥିଲେ ବାଚସ୍ପତି ।
ଅଧିବେଶନର ଶେଷ ଦିନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟ ବିଧାନସଭାରେ ବଡ଼ ସୂଚନା ଦେଇଥିଲେ । ସେ କହିଛନ୍ତି ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୯୭.୪୦ ଲକ୍ଷ ପରିବାର, ଯେଉଁଥିରେ ୩.୨୫ କୋଟି ଲୋକ ସାମିଲ ଅଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।
Related Topics
Explore more stories