Ration Card / ରାସନକାର୍ଡ ହିତାଧିକାରୀଙ୍କୁ ନେଇ ଯୋଗାଣମନ୍ତ୍ରୀ ଦେଲେ ବଡ଼ ବୟାନ...

Key Points
ଏବେ ସୁଦ୍ଧା ୨ ଲକ୍ଷ ୫ ହଜାର ୩୮୪ ନୂଆ ପରିବାର ଅର୍ଥାତ୍ ୩ ଲକ୍ଷ ୮୭ ହଜାର ୮୧୯ ନଆ ହିତାଧିକାରୀଙ୍କୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ।
ବର୍ତ୍ତମାନ ସାରା ରାଜ୍ୟରେ ୫ ଲକ୍ଷ ୯ ହଜାର ୬୦୬ ନୂତନ ଆବେଦନ ପତ୍ରର ଯାଞ୍ଚ କରାଯାଉଛି।
ବୁଧବାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟ ବିଧାନସଭାରେ ଦେଇଛନ୍ତି ବଡ଼ ସୂଚନା । ସେ କହିଛନ୍ତି ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 97.40 ଲକ୍ଷ ପରିବାର, ଯେଉଁଥିରେ 3.25 କୋଟି ଲୋକ ସାମିଲ ଅଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି।
ଯାଞ୍ଚ ଚାଲୁଥିବା ବେଳେ ୩୦ ହଜାର ୧୨୫ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ନାଁ ଏବେ ତାଲିକାରୁ ବାଦ ଦିଆଯାଇ ସାରିଛି । ଖାଲି ସେତିକି ନୁହେଁ ୬ ଲକ୍ଷ ୩୮ ହଜାର ୯୯୬ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ଡାଟାବେସ୍ରୁ ହଟାଇ ଦିଆଯାଇଛି। ଏହି ନାମ ଗୁଡ଼ିକୁ ବାଦ ଦେବା ଦ୍ୱାରା ନୂତନ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ କହିବା କଥା, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପରେ, ଏବେ ସୁଦ୍ଧା ୨ ଲକ୍ଷ ୫ ହଜାର ୩୮୪ ନୂଆ ପରିବାର ଅର୍ଥାତ୍ ୩ ଲକ୍ଷ ୮୭ ହଜାର ୮୧୯ ନଆ ହିତାଧିକାରୀଙ୍କୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ୫ ଲକ୍ଷ ୯ ହଜାର ୬୦୬ ନୂତନ ଆବେଦନ ପତ୍ରର ଯାଞ୍ଚ କରାଯାଉଛି।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
📱 Get Argus News App
✨ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ଅନ୍ୟ ବିଭାଗୀୟ ଡାଟାବେସ୍ ସହିତ ରାସନ୍ କାର୍ଡ ବିବରଣୀ ମେଳ କରି ଅଯୋଗ୍ୟ ରାସନ୍ କାର୍ଡ ଧାରକଙ୍କୁ ଚିହ୍ନଟ କରିବା ପାଇଁ ୧୦ଟି ମାନଦଣ୍ଡ ଗ୍ରହଣ କରିଛନ୍ତି। ଯାହା ଫଳରେ ସେମାନଙ୍କୁ ବାଦ୍ ଦିଆଯାଇ ପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାଟାବେସ୍କୁ ସ୍ୱଚ୍ଛ ଏବଂ ସରଳ ରଖିବା ପାଇଁ ଇ-କେୱାଇସି ଯାଞ୍ଚ ସମୟରେ ଚିହ୍ନଟ ହୋଇଥିବା ମୃତ ବ୍ୟକ୍ତିଙ୍କ ନାମକୁ ମଧ୍ୟ ତୁରନ୍ତ ବାଦ ଦିଆଯାଉଛି।
ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ (୨୮୮୫ ଜଣ) କଟକରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ତା' ଫଛକୁ ରହିଛି ଖୋର୍ଦ୍ଧା । ଏହି ଜିଲ୍ଲାରୁ ୨୭୮୩ ଜଣ ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦିଆଯାଇଛି । ସେହିଭଳି ସୁନ୍ଦରଗଡ଼ରୁ ୨୨୭୭, ନୟାଗଡ଼ରୁ ୧୭୬୮, ବାଲେଶ୍ୱରରୁ ୧୬୨୦ ଏବଂ ମୟୁରଭଞ୍ଜରୁ ୧୫୯୨ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ସେପଟେ ଗଞ୍ଜାମର ୫୩ ହଜାର ୯୬୪ ମୃତ ରାସନକାର୍ଡଧାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ସେହିଭଳି କେନ୍ଦୁଝରରୁ ୪୬ ହଜାର ୩୩୪, ମୟୁରଭଞ୍ଜରୁ ୪୪ ହଜାର ୨୧୯, ସୁନ୍ଦରଗଡ଼ରୁ ୩୩ ହଜାର ୯୯୯ ମୃତ ରାସନକାର୍ଡଧାରୀଙ୍କ ନାଁକୁ ଡାଟାବେସ୍ରୁ ଡିଲିଟ କରାଯାଇଛି ।
ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟ ସରକାର ରୁରାଲ ଏରିଆରୁ ୧୩.୫ ଲକ୍ଷ ଲୋକଙ୍କୁ ଏବଂ ସହରିଆ ଅଞ୍ଚଳରୁ ୧.୫ ଲକ୍ଷ ଲୋକଙ୍କୁ ରାସନକାର୍ଡ ତାଲିକାରେ ସାମିଲ କରିବାକୁ ଲକ୍ଷ ରଖାଯାଇଛି ।
ଏହି ଅନ୍ଦୋଳନ ଆଉ ପୋଡ଼ାଜଳା ମଧ୍ୟରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଅନ୍ୟପଟେ ଏଥିରେ ଗୁରୁତର ହୋଇ ଅନେକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯଦି ଏମିତି ହଙ୍ଗାମା ଆଗକୁ ଜାରି ରୁହେ, ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
Related Topics
Explore more stories