Assembly Winter Session / ଶୀତ ଅଧିବେଶନ ପାଇଁ ବିଜେପିର କାଉଣ୍ଟର ଷ୍ଟ୍ରାଟେଜୀ, ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ସରକାର
·41 mins ago·1 min read

Key Points
ଆଜିଠୁ ବିଧାନସଭାର ଶୀତ ଅଧିବେଶନ
ଆଜି ଆସିବ ଅତିରିକ୍ତ ବଜେଟ୍
ବିଧାନସଭାରେ ପାରିତ ହେବ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
ଆଜି ଆସିବ ଅତିରିକ୍ତ ବଜେଟ୍
ବିଧାନସଭାରେ ପାରିତ ହେବ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଗୃହକାର୍ଯ୍ୟ ସୁରୁଖୁରରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ବାଚସ୍ପତି । ବନ୍ୟା ପରିଚାଳନା ସଂପର୍କରେ ସ୍ବତନ୍ତ୍ର ମୋସନ ଆଣି ଆଲୋଚନା ପାଇଁ ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ବନ୍ୟା ସହ ଦରଦାମ ବୃଦ୍ଧି, କୋଟିଆ, ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇବ ବୋଲି କହିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି କାଉଣ୍ଟର ଷ୍ଟ୍ରାଟେଜୀ । ସରକାରଙ୍କ ସଫଳ ବନ୍ୟା ପରିଚାଳନା ସହ ସ୍ବତନ୍ତ୍ର ପ୍ୟାକେଜ, ଆବାସ ଯୋଜନାରେ ଲୋକଙ୍କୁ ଘର, ଭତ୍ତା ବ୍ୟବସ୍ଥାରୁ ୱେଟିଙ୍ଗ ସିଷ୍ଟମ ହଟାଇବା ଭଳି ବଡ଼ କାର୍ଯ୍ୟକ୍ରମକୁ ବିଧାନସଭାରେ ରଖିବେ ବିଜେପି ବିଧାୟକ । ତେବେ ଶୀତ ଅଧିବେଶନର ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ପୂରା ଅଧିବେଶନରେ ୫ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ ହେବ ।
ଅନ୍ୟପଟେ ବିଧାନସଭାରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ଡିଜିପି ବିନୟତୋଷ ମିଶ୍ର ଓ ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଲୋୟର ପିଏମଜିରେ ୧୬୩ ଧାରା ଜାରି କରାଯିବ । ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ଏହାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories