ATM Fraud / ଲୁଟ୍ ଟଙ୍କାରେ ଦାମୀ ଉପହାର! ଏଟିଏମ୍ ଲୁଟେରାଙ୍କ ରଙ୍ଗିନ୍ ଜୀବନର ଖୋଲିଲା ଗୁମର
·2 hours ago·2 min read

Key Points
ଏଟିଏମ୍ ଲୁଟେରାଙ୍କ ଅଜବ ସଉକ୍।
ଲୁଟ୍ ଟଙ୍କାରେ ସ୍ତ୍ରୀଙ୍କୁ ଦେଉଥିଲା ଦାମୀ ଉପହାର।
ସ୍ତ୍ରୀଙ୍କୁ ଖୁସି କରିବା ପାଇଁ କିଣୁଥିଲା ନାମୀଦାମୀ ଉପହାର
ଲୁଟ ଘଟଣାରେ ଦୁଇଜଣଙ୍କୁ ଗିରଫ କଲା କଟକ ପୋଲିସ

କଟକ,୦୯/୧୧: ଚୋରି ଟଙ୍କାରେ ଚାଲିଥିଲା ବିଳାସପୂର୍ଣ୍ଣ ଜୀବନ। ନିଜ ସଉକ୍ ପୂରଣ ସହ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଖୋଲା ହାତରେ ଟଙ୍କା ଖର୍ଚ୍ଚ କରୁଥିଲା ଏଟିଏମ୍ ଲୁଟେରା। ଦାମୀ ବ୍ରାଣ୍ଡ୍ର ପୋଷାକ, ଜୋତାଠାରୁ ଆରମ୍ଭ କରି ଦାମୀ ଘଣ୍ଟା ପର୍ଯ୍ୟନ୍ତ, ସବୁଥିଲା ତା’ର ପସନ୍ଦର ତାଲିକାରେ। ହେଲେ ଏହି ରଙ୍ଗିନ୍ ଜୀବନ ପଛରେ ଲୁଚି ରହିଥିଲା ଅପରାଧର କାହାଣୀ।
ଯାଜପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ ଏଟିଏମ୍ କାଉଣ୍ଟରରେ ଲୋକଙ୍କୁ ଟାର୍ଗେଟ୍ କରି ଲୁଟ୍ କରୁଥିବା ଏକ ରାକେଟ୍ର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ବେଳେ ସାମ୍ନାକୁ ଆସିଛି ଲୁଟେରାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀର ଚାଞ୍ଚଲ୍ୟକର ତଥ୍ୟ।
ସୂଚନା ଅନୁସାରେ, ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲେ ଏହି ଲୁଟେରା। ସୁଯୋଗ ଦେଖି ସେମାନଙ୍କଠାରୁ ଟଙ୍କା ଲୁଟ୍ କରି ଚମ୍ପଟ ମାରୁଥିଲେ। ଏହିଭଳି ଭାବେ ଯାଜପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ ଏଟିଏମ୍ କାଉଣ୍ଟରରେ ଲୁଟ୍ କରି ଆତଙ୍କ ଖେଳାଇଥିଲେ।
ପଢନ୍ତୁ ଏହି ଖବର: ଏହି ଅଭୟାରଣ୍ୟରେ ଦେଖାଗଲା ମହାବଳ, ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଲୁଟ୍ ଟଙ୍କା କେଉଁଠି ଖର୍ଚ୍ଚ ହେଉଥିଲା, ତାହାର ଖୁଲାସା ପରେ ପୋଲିସ ମଧ୍ୟ ଚକିତ। ନିଜ ସଉକ୍ ପୂରଣ କରିବା ସହ ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କିଣିବାରେ ଟଙ୍କା ଉଡ଼ାଉଥିଲା ଅଭିଯୁକ୍ତ। ତାଙ୍କଠାରୁ ଲକ୍ଷାଧିକ ଟଙ୍କାର ଦାମୀ ଜିନିଷପତ୍ର ଜବତ ହୋଇଛି।
ଅନ୍ୟର କଷ୍ଟ ଉପାର୍ଜିତ ଟଙ୍କାରେ ନିଜ ସଉକ୍ ପୂରଣ କରୁଥିବା ଏହି ଲୁଟେରାଙ୍କ ରଙ୍ଗିନ୍ ଜୀବନ ଏବେ ପୋଲିସ ତଦନ୍ତରେ ଧରାପଡ଼ିଛି। ଏହି ରାକେଟ୍ରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଆଗକୁ ବଢ଼ିବା ସହ ଲୁଟ୍ର ଅନ୍ୟ ଦିଗ ମଧ୍ୟ ସାମ୍ନାକୁ ଆସିପାରେ।

Related Topics
Explore more stories