Videos
|
Odisha

Tiger Spotted / ଏହି ଅଭୟାରଣ୍ୟରେ ଦେଖାଗଲା ମହାବଳ, ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା

Bikash Mohanty
Browse all articles by Bikash Mohanty
·1 hour ago·2 min read
ଏହି ଅଭୟାରଣ୍ୟରେ ଦେଖାଗଲା ମହାବଳ, ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା
Tiger

Key Points

ଦେବ୍ରୀଗଡ଼ ଅଭୟାରଣ୍ୟରେ ମହାବଳ
କ୍ୟାମେରାରେ କଏଦ ଦେଲା ବାଘର ଦୃଶ୍ୟ
ଅଭୟାରଣ୍ୟ ଟିମ ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା
ଫଟୋକୁ ବିଶେଷଜ୍ଞଙ୍କ ଦ୍ୱାରା କରାଯିବ ବିଶ୍ଳେଷଣ
ସମ୍ବଲପୁର,୦୯/୧୧: ଘଞ୍ଚ ଜଙ୍ଗଲ ଭିତରେ ହଠାତ୍ ଦେଖିବାକୁ ମିଳିଲା ମହାବଳ ବାଘ। ଜଙ୍ଗଲରେ ପୁଣି ଦେଖାଗଲା ବାଘର ପାଦଚିହ୍ନ! ଦେବ୍ରୀଗଡ଼ ଅଭୟାରଣ୍ୟରେ ଏକ ମହାବଳ ବାଘର ଉପସ୍ଥିତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଜି ସକାଳେ ବନ ବିଭାଗର ପାଟ୍ରୋଲିଂ ଟିମ୍ ଏହି ବାଘକୁ ଦେଖିବା ପରେ ଅଭୟାରଣ୍ୟରେ ଚଞ୍ଚଳତା ବଢ଼ିଯାଇଛି।

ସୂଚନା ଅନୁସାରେ, ବାଘଟି ଦେଚୁଆଁ-ଲଖନପୁର ଜଙ୍ଗଲ ଦେଇ ଦେବ୍ରୀଗଡ଼ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛି। ପାଟ୍ରୋଲିଂ ସମୟରେ ବନ କର୍ମଚାରୀମାନେ ଏହାକୁ ଦେଖିବା ସହ କ୍ୟାମେରାରେ ଏହାର ଫଟୋ କଏଦ କରିଛନ୍ତି। ତେବେ ଏହି ମହାବଳ କେଉଁଠୁ ଆସିଛି, ତାହା ଏବେ ବଡ଼ ପ୍ରଶ୍ନ।

ଛତିଶଗଡ଼ରୁ ଆସିଛି କି ମହାବଳ?

ପ୍ରାଥମିକ ଅନୁମାନ ଅନୁସାରେ, ବାଘଟି ଛତିଶଗଡ଼ରୁ ଆସିଥାଇପାରେ। ତେବେ ଏହାର ପ୍ରକୃତ ଉତ୍ସ, ଲିଙ୍ଗ ଏବଂ ଅନ୍ୟାନ୍ୟ ପରିଚୟ ଜାଣିବା ପାଇଁ କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ବିଶେଷଜ୍ଞମାନେ ବିଶ୍ଳେଷଣ କରିବେ। ଏହାପରେ ହିଁ ବାଘ ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହେବ।

ପଢନ୍ତୁ ଏହି ଖବର: ମହାବଳ ଆତଙ୍କ ! ଡିଜିଟାଲ କ୍ୟାମେରାରେ କଏଦ ବାଘ, ଡ୍ରୋନ୍‌ର ସହାୟତା ନେଲା ବନ ବିଭାଗ

ପୂର୍ବରୁ ବି ବାଘର ଥିଲା ଡେରା

ଦେବ୍ରୀଗଡ଼ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ, ପ୍ରଚୁର ଖାଦ୍ୟ ଓ ହୀରାକୁଦ ଜଳଭଣ୍ଡାରର ଉପସ୍ଥିତି ବନ୍ୟଜନ୍ତୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ତେଣୁ ରାଜ୍ୟ ବାହାରୁ ମଧ୍ୟ ବାଘ ଏଠାକୁ ଚାଲିଆସୁଥିବା ଦେଖାଯାଏ। ପୂର୍ବରୁ ୨୦୨୨ରୁ ୨୦୨୪ ମଧ୍ୟରେ ଏକ ମହାବଳ ବାଘ ପ୍ରାୟ ଦେଢ଼ ବର୍ଷ ଧରି ଦେବ୍ରୀଗଡ଼ ଅଭୟାରଣ୍ୟରେ ରହିଥିଲା। ପରବର୍ତ୍ତୀ ସମୟରେ ଗୋମର୍ଡା ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଏହାର ମୃତ୍ୟୁ ହୋଇଥିଲା। ଏବେ ପୁଣି ଏକ ମହାବଳର ଆଗମନକୁ ନେଇ ବନ ବିଭାଗ ସତର୍କ ରହିଛି। ବାଘଟିର ଗତିବିଧି ଏବଂ ଅବସ୍ଥିତି ଉପରେ ନଜର ରଖାଯାଉଛି ବୋଲି କହିଛନ୍ତି ଡିଏଫଓ ଅଂଶୁପ୍ରଜ୍ଞା ଦାଶ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: