Bandh Has No Impact / ଓଡ଼ିଶା ବନ୍ଦ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ, ଭୁବନେଶ୍ବର ସମେତ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ବନ୍ଦ ପ୍ରଭାବ ଶୂନ୍ୟ
·1 hour ago·2 min read

Key Points
ଓଡ଼ିଶାରେ ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରା
ପ୍ରଭାବହୀନ ହେଲା ବନ୍ଦ ଡାକରା
ବନ୍ଦ ଡାକରାକୁ ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା

ଭୁବନେଶ୍ବର,୦୮/୧୦: ଆଜି ସାରା ରାଜ୍ୟରେ ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ନେତୃତ୍ୱରେ ଚାଲିଥିବା ଏହି ବନ୍ଦ ପାଳନର ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି। କେଉଁଠି ସମ୍ପୂର୍ଣ୍ଣ ପ୍ରଭାବ ତ ଆଉ କେଉଁଠି ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି ବନ୍ଦ ଯୋଗୁଁ ସବୁଠାରୁ ଅଧିକ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ଏବଂ ମେଡିକାଲ ଯାଉଥିବା ଗରିବ ରୋଗୀ। ରାଜନୈତିକ ଫାଇଦା ପାଇଁ ବିରୋଧୀଙ୍କ ଏଭଳି ବନ୍ଦ ଡାକରାକୁ ସାଧାରଣ ଜନତା ତୀବ୍ର ସମାଲୋଚନା କରିବା ସହ ନାପସନ୍ଦ କରିଛନ୍ତି।
କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟର ଏହି ଆନ୍ଦୋଳନ ଯୋଗୁଁ ଗରିବ ଏବଂ ସାଧାରଣ ଖଟିଖିଆ ଲୋକଙ୍କ ଜୀବନଜୀବିକା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲେ ବି ଯାନବାହାନ ଚଳାଚଳ ଠପ୍ ଥିବାରୁ ମେଡିକାଲ ଯାଉଥିବା ରୋଗୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଯେଉଁଠି ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ଲୋକେ ହସ୍ପିଟାଲ ଯାଇଥାନ୍ତେ, ଆଜି ଗାଡ଼ି ନମିଳିବା ଯୋଗୁଁ ବାଧ୍ୟ ହୋଇ ହଜାର ହଜାର ଟଙ୍କା ଗଣୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଜରୁରି କାମରେ ବାହାରିଥିବା ଯାତ୍ରୀମାନେ ବିଭିନ୍ନ ସ୍ଥାନରେ ଫସି ରହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ପଢନ୍ତୁ ଏହି ଖବର: ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି
ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ପ୍ରମୁଖ ଛକରେ କଂଗ୍ରେସ କର୍ମୀମାନେ ଜୋରଦାର ପିକେଟିଂ କରିଛନ୍ତି। ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମଗ୍ର ଜିଲ୍ଲାରେ ଅଖଚକ ବନ୍ଦ ରହିଛି। ସେପଟେ କେନ୍ଦ୍ରାପଡ଼ାରେ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ପଡ଼ିନଥିଲେ ବି ଯାତାୟାତରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକ ନିକଟରେ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଛି। ଫଳରେ ସହର ଭିତରକୁ ଯିବା ଏବଂ ପଟ୍ଟାମୁଣ୍ଡାଇ ଓ ରାଜନଗର ରୁଟ୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ନାକେଦମ୍ ହେଉଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭବାନୀପାଟଣା ସହରରେ ମଧ୍ୟ ବନ୍ଦର ମିଶ୍ରିତ ଚିତ୍ର ସାମ୍ନାକୁ ଆସିଛି। ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ, ଇଣ୍ଡି ମେଣ୍ଟର ଏହି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଯୋଗୁଁ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ବଳି ପଡ଼ିଛନ୍ତି ସାଧାରଣ ଜନତା। ବିଶେଷ କରି ମେଡିକାଲ ରୋଗୀ ଏବଂ ଗରିବ ଦିନମଜୁରିଆଙ୍କ ପାଇଁ ଏହି ବନ୍ଦ ଅଭିଶାପ ପାଲଟିଛି।
Related Topics
Explore more stories